ETV Bharat / state

ଜୋର ଧରିଲା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଦାବି - ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଦାବି

127ବର୍ଷ ପୁରୁଣା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ପ୍ରତି ସରକାରଙ୍କ ଅବହେଳା ଅଭିଯୋଗ । ଏହି ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ନେଇ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଦାବି ଜୋର ଧରିଛି । ଅଧିକ ପଢ଼ନ୍ତୁ

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ
shree krushna chandra gajapati autonomous college
author img

By

Published : Feb 17, 2023, 6:45 PM IST

ଜୋର ଧରିଲା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଦାବି

ଗଜପତି: ଜୋର ଧରିଲା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରିବା ଦାବି । 127 ବର୍ଷ ପୁରୁଣା ଏହି କଲେଜକୁ ସରକାରୀ ସ୍ତରରେ ଯେଉଁଭଳି ଗୁରୁତ୍ବ ମିଳିବା କଥା ତାହା ଆଜି ଯାଏଁ ମିଳିପାରିନଥିବା ଅଭିଯୋଗ ହୋଇଛି । ପୁରାତନ ଛାତ୍ର ସଂସଦ ଠାରୁ ଆରମ୍ଭ କରି ବହୁ ବୁଦ୍ଧିଜୀବୀ ଏହି ମାନ୍ୟତା ଦାବି କରାଯାଇଛି । ତୁରନ୍ତ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ କଲେଜ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ସ୍ବତନ୍ତ୍ର ଓଡିଶା ଗଠନର ମୁଖ୍ୟ କର୍ଣ୍ଣଧାର ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତି ସହ ଜଡିତ । କେବଳ ସେତିକି ନୁହେଁ, 1896 ମସିହାରେ ପାରଳା ମହାରାଜାଙ୍କ ଦ୍ବାରା ସ୍ଥାପିତ ଏହି ବିଦ୍ୟାଳୟ 127 ବର୍ଷ ମଧ୍ୟରେ ଅନେକ ମଣିଷ ତିଆରି କରିଛି । ଯେଉଁମାନେ ପରବର୍ତ୍ତୀ ସମୟରେ ରାଜ୍ୟ ତଥା ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହିଛନ୍ତି । ତଥାପି ନା ସରକାର ନା ଏହି କଲେଜରେ ପଢି ମଣିଷ ହୋଇଥିବା ଲୋକେ କେହି ବି ଅନୁଷ୍ଠାନର ଉନ୍ନତି ପାଇଁ ଦୃଷ୍ଟି ଦେଇନଥିବା ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପାଇଛି । କେତେକ ସମୟରେ ବିଭିନ୍ନ ଦଳରୁ ଏହି କଲେଜରେ ପଢ଼ିଥିବା ଛାତ୍ରମାନେ ବିଧାୟକ କିମ୍ବା ସାଂସଦ ହୋଇଛନ୍ତି, କିନ୍ତୁ ସେମାନେ ମଧ୍ୟ ଏହି ଅନୁଷ୍ଠାନର ଉନ୍ନତି ପାଇଁ କେବେ ହେଲେ ବିଧାନସଭାରେ ଦାବି କରିନାହାନ୍ତି ।

ତେଣୁ ଏହି କଲେଜର ଦୂରାବସ୍ଥା ପାଇଁ ସରକାର ଯେତିକି ଦାୟୀ, ଏଠାରୁ ପାଠ ପଢି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହିଥିବା ବ୍ୟକ୍ତି ଏବଂ ସ୍ଥାନୀୟ ଜନପ୍ରତିନିଧୀମାନେ ସମ ପରିମାଣରେ ଦାୟୀ ବୋଲି ଶିକ୍ଷାବିତମାନେ କହିଛନ୍ତି । ଆଦିବାସୀ ଅଧ୍ୟୁସିତ ତଥା ଆନ୍ଧ୍ର ସୀମାରେ ଥିବା ଗଜପତି ଜିଲ୍ଲାର ସଦରମହକୁମା ଠାରେ ଥିବା ମହାବିଦ୍ୟାଳୟ ଦିନେ ଏହାର ଶୈକ୍ଷିକ ବାତାବରଣ ପାଇଁ ସାରା ରାଜ୍ୟ ତଥା ଦେଶରେ ନାଁ କରିଥିଲା । ବର୍ତ୍ତମାନ ଉକ୍ତ କଲେଜକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ସହ ଏହା ଅଧିନରେ ଗଜପତି ଏବଂ ରାୟଗଡା ଜିଲ୍ଲାର 31 କଲେଜକୁ ରଖାଯାଉ ବୋଲି ପୂର୍ବତନ ଛାତ୍ର ନେତାମାନେ ଦାବି କରିଛନ୍ତି ।

ବର୍ତ୍ତମାନ ରାୟଗଡା ଜିଲ୍ଲାର ବିଭିନ୍ନ କଲେଜକୁ ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟ ଅଧିନରେ ରଖିବାକୁ ଯୋଜନା ହୋଇଛି । ଯାହା ଫଳରେ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ କଲେଜକୁ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରି ରାୟଗଡା ଜିଲ୍ଲାର ସମସ୍ତ କଲେଜକୁ ଏହା ଅଧିନରେ ରଖାଗଲେ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରନ୍ତେ ବୋଲି କୁହାଯାଇଛି ।

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ସର୍ବଦଳୀୟ ବୈଠକ କରାଯାଇ ଏହି ଦାବି ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ତୁରନ୍ତ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । 127 ବର୍ଷ ପୁରୁଣା ଏହି କଲେଜକୁ ସରକାରୀ ସ୍ତରରେ କୌଣସି ଦୃଷ୍ଟି ନଦେବା ଦୁର୍ଭାଗ୍ୟଜନକ କଥା ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି ।

ଅତିଶୀଘ୍ର ଏ ସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରାଯାଇ ସରକାରଙ୍କ ପଦକ୍ଷେପକୁ ଅପେକ୍ଷା କରାଯିବ। ଯଦି ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏହା ପୂରଣ ନହେଲା ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ପାରଳା ବିଧାୟକ କେ.ନାରାୟଣ ରାଓ ଚେତାବନୀ ଦେଇଛନ୍ତି । ଦୀର୍ଘ ବର୍ଷ ହେଲା ଏହି ଶତାୟୁ ଅନୁଷ୍ଠାନକୁ ସରକାର ଅବହେଳା କରିଆସିଥିବା ବେଳେ ଏବେ ସ୍ଥାନୀୟ ଲୋକେ ପ୍ରତିବାଦ କରିବା ଆରମ୍ଭ କରିଛନ୍ତି । ତେବେ ସରକାର ଏହି ଦାବି ଉପରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.