ETV Bharat / state

DFOଙ୍କ ବଦଳି ସହ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ପାଇଁ ଉଠିଲା ଦାବି - DFO lie detection demand

ରହସ୍ୟ ଘେରରେ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ମାମଲାର ସମସ୍ତ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ ସହ ଡିଏଫଓଙ୍କ ତୁରନ୍ତ ବଦଳି ପାଇଁ ଉଠିଲା ଦାବି । ଅଧିକ ପଢନ୍ତୁ...

ଡିଏଫଓଙ୍କ ବଦଳି ସହ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ପାଇଁ ଉଠିଲା ଦାବି

author img

By

Published : Aug 24, 2021, 7:09 PM IST

ଗଜପତି: ଦୀର୍ଘ ଦିନ ବିତିଥିଲେ ମଧ୍ୟ ଏବେ ବି ରହସ୍ୟ ଘେରରେ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ପାରଳାଖେମୁଣ୍ଡି ପୋଲିସ ମାମଲାର କୌଣସି ନିଷ୍କର୍ସରେ ପହଞ୍ଚି ନ ପାରିବା ପରେ ବର୍ତ୍ତମାନ ପୁରା ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏନେଇ ଟିମ୍ ଗତ 10 ଦିନରେ ଅନେକ ଜଣଙ୍କୁ ଜେରା କରିଛି । ହେଲେ ଏ ଯାଏଁ ବି ପ୍ରକୃତ ଘଟଣା ସ୍ପଷ୍ଟ ହୋଇପାରିନି । ଯେଉଁ କାରଣରୁ ଡିଏଫଓଙ୍କ ବଦଳି ସହ ସମସ୍ତ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଉଠିଛି ଦାବି ।

ଡିଏଫଓଙ୍କ ବଦଳି ସହ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ପାଇଁ ଉଠିଲା ଦାବି

ଅନ୍ୟପଟେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡିଏଫଓଙ୍କ ଦୁର୍ବ୍ୟବହାର ନେଇ ସମସ୍ତ ରାଜନୈତିକ ଦଳ କ୍ଷୋଭ ପ୍ରକାଶ କରିଛନ୍ତି । କ୍ରାଇମବ୍ରାଞ୍ଚ ଟିମ୍ ଜୋରଦାର ତଦନ୍ତ କରୁଥିବାବେଳେ ଟିମ୍ ନିଶ୍ଚିତ ଭାବେ ପ୍ରକୃତ ଘଟଣା ସାମ୍ନାକୁ ଆଣିପାରିବ ବୋଲି କହିଛି ବିଜେଡି ।

ଇତିମଧ୍ୟରେ କ୍ରାଇମବ୍ରାଞ୍ଚ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ସମେତ ମାମଲାରେ ମୋଟ 12 ଜଣଙ୍କୁ ପଚଚାଉଚରା କରିଛି । ଯେଉଁଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି ଟିମକୁ । ତେବେ ଜେରାର ସମ୍ମୁଖୀନ ହୋଇଥିବା ଅନେକ ବ୍ୟକ୍ତି ମିଛ କହିଥିବା ସ୍ପଷ୍ଟ ହୋଇଛି । ତେଣୁ ତୁରନ୍ତ ସେମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାଣ ପାତ୍ର ଦାବି କରିଛନ୍ତି ।

ସେହିପରି ପାରଳାଖେମୁଣ୍ଡି ବିଜେପି ବିଧାୟକ କେ.ନାରାୟଣ ରାଓ ବର୍ତ୍ତମାନର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଡିଏଫଓ ବିରୁଦ୍ଧରେ ବଡ ଦଫା ରହିଥିଲେ ହେଁ ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଏଠାରୁ ତାଙ୍କୁ ସ୍ଥାନାନ୍ତର ମଧ୍ୟ ନ କରିବା ସରକାରଙ୍କ ଆଭିମୁଖ୍ୟରେ ପ୍ରଶ୍ନ ଚିହ୍ନ ଲଗାଇଛି ବୋଲି ସେ କହିଛନ୍ତି । ସେହିପରି ଜଙ୍ଗଲ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ରାତିଅଧିଆ ବଦଳି ପଛରେ କାରଣ କ'ଣ ତାହା ବି ସରକାର ସ୍ପଷ୍ଟ କରୁନାହାନ୍ତି । ତେବେ ଡିଏଫଓଙ୍କ ସୁରକ୍ଷା କବଚ ଥିବାରୁ ତାଙ୍କୁ ବଦଳି କରାଯାଇଥିବା କୁହାଯାଉଥିବାବେଳେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ଆଶା ପ୍ରକଟ କରିଛନ୍ତି ପାରଳାଖେମୁଣ୍ଡି ନଗର ବିଜେଡି ସଭାପତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.