ETV Bharat / state

ମହେନ୍ଦ୍ରତନୟା ନଦୀତଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Dec 8, 2020, 5:07 PM IST

Updated : Dec 8, 2020, 8:34 PM IST

ଗଜପତି ଜିଲ୍ଲା ମହେନ୍ଦ୍ରତନୟା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ । ଅଧିକ ପଢନ୍ତୁ...

ମହେନ୍ଦ୍ରତନୟା ନଦୀ ତଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଗଜପତି: ଜିଲ୍ଲାସ୍ଥିତ ମହେନ୍ଦ୍ରତନୟା ନଦୀର ପାରଳାଖେମୁଣ୍ଡି ତଟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ପରିଚୟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ମହେନ୍ଦ୍ରତନୟା ନଦୀତଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଆଜି(ମଙ୍ଗଳବାର) ଗଜପତି ଜିଲ୍ଲା ମହେନ୍ଦ୍ରତନୟା ନଦୀର ପାରଳାଖେମୁଣ୍ଡି ତଟରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିଲା । ସ୍ଥାନୀୟ ଅଞ୍ଚଳର କିଛି ଲୋକେ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ମୃତଦେହ ଭାସୁଥିବାର ଦେଖିଥିଲେ । ଏନେଇ ତୁରନ୍ତ ସେମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପାରଳାଖେମୁଣ୍ଡି ଥାନା ପୋଲିସ ପହଞ୍ଚି ସ୍ଥାନୀୟ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ମୃତଦେହକୁ ଉଦ୍ଧାର କରିଛି ।

ପରେ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ କହିଛନ୍ତି । ମୃତକଙ୍କ ପରିଚୟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Dec 8, 2020, 8:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.