ETV Bharat / state

କୋରୋନା ସଚେତନତା ପାଇଁ ନଗର ପରିକ୍ରମା - ଗଜପତି ଖବର

ପ୍ରଗତୀଶୀଳ ମହିଳା ସଂଗଠନ ପକ୍ଷରୁ କୋରୋନା ସଚେତନତାକୁ ନେଇ ନଗର ପରିକ୍ରମା । ସହର ପରିକ୍ରମା କରି ଲୋକଙ୍କୁ ଦେଲେ ସଚେତନତାର ବାର୍ତ୍ତା । ଅଧିକ ପଢନ୍ତୁ...

corona awareness programme held in gajapati
କୋରୋନା ସଚେତନତାକୁ ନେଇ ନଗର ପରିକ୍ରମା
author img

By

Published : Apr 5, 2021, 1:52 PM IST

ଗଜପତି : ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ପ୍ରଗତୀଶୀଳ ମହିଳା ସଂଗଠନ “ଅନନ୍ୟା” ପକ୍ଷରୁ କୋରୋନା ସଚେତନତାକୁ ନେଇ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜନହର ସମ୍ମଖରେ ସଂଗଠନର ବହୁ ସଦସ୍ୟାମାନେ ଏକତ୍ରିତ ହୋଇ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ପୌରଯନ୍ତ୍ରୀ ଓ ଅନନ୍ୟା ସଂଗଠନର ଉପଦେଷ୍ଠା ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦେଇ ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଇଞ୍ଜିନିୟର ସଞ୍ଜିବ ଚମ୍ପତ୍ତି ଓ ସମ୍ମାନିତ ଅତିଥି ଭାବେ ସଂଗଠନର ଉପଦେଷ୍ଟା ବିଚିତ୍ରାନନ୍ଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ପାରଳାଖେମୁଣ୍ଡିର ପୌର ପରିଷଦ କର୍ମଚାରୀ, ପୋଲିସ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ,ସ୍ୱଚ୍ଛ ସାଥୀ, ଆଶାକର୍ମୀ ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନଗର ପରିକ୍ରମା କରି ମୁଖ୍ୟତ କୋରୋନାର ଦ୍ୱିତୀୟ ଲହରକୁ ସମୂଳେ କିପରି ମୁକାବିଲା କରିବା ସେନେଇ ଆଲୋଚନା ହୋଇଥିଲା । ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର ବ୍ୟବହାର କରି ହାତକୁ ବାରମ୍ବାର ଧୋଇବା, କୋଭିଡ-୧୯ ଟୀକାର ଉପକାରିତା ଆଦିକୁ ନେଇ ବିଭିନ୍ନ ସ୍ଲୋଗାନମାନ ଦେବା ସହ ହାତରେ ପ୍ଲାକାର୍ଡ ଧରି ନଗର ପରିକ୍ରମା କରିଥିଲେ । ସଂଗଠନର ସଭାନେତ୍ରୀ ମମତା ଆପଟ, ସମ୍ପାଦିକା ତନୁଜା ଶତପଥୀ, ନରସିଂହ ଗୌଡ ପ୍ରମୁଖ ଯୋଗଦେଇ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.