ETV Bharat / state

ପାରଳାଖେମୁଣ୍ଡିରେ କୋରୋନା ସଚେତନତା: ବଜାର ବଜାର ବୁଲିଲେ ଏସପି

author img

By

Published : Apr 7, 2021, 4:56 PM IST

ଗଜପତି ଜିଲ୍ଲା ପୋଲିସ ପାରଳାଖେମୁଣ୍ଡି ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଭିଡ ନିୟମ ସମ୍ପର୍କରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ଯାଏଁ ସମସ୍ତଙ୍କୁ ସଚେତନ କରିବା ସହ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ରହିଛି । ଅଧିକ ପଢନ୍ତୁ...

କୋରୋନାକୁ ନେଇ ସଚେତନ ଆରମ୍ଭ କଲେ ଗଜପତି ପୋଲିସ

ଗଜପତି: କୋରୋନାର ଦ୍ବିତୀୟ ଲହରକୁ ନେଇ ବର୍ତ୍ତମାନ ସାରା ଦେଶ ଚିନ୍ତାରେ । ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖାଦେବା ପରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଧାରରେ ଗଜପତି ଜିଲ୍ଲା ପୋଲିସ ପାରଳାଖେମୁଣ୍ଡି ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଭିଡ ନିୟମ ସମ୍ପର୍କରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ଯାଏଁ ସମସ୍ତଙ୍କୁ ସଚେତନ କରିବା ସହ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରିଛି ।

ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ଆସିବା ପାଇଁ ପୋଲିସ ସତର୍କ କରାଇଛି । ଆଜି ପାରଳାଖେମୁଣ୍ଡି ବଜାରରେ ଖୋଦ ଏସପି ତପନ ପଟ୍ଟନାୟକ ନିଜେ ବୁଲି ଲୋକଙ୍କୁ ସଚେତନ କରାଇବା ସହ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇଛନ୍ତି । ଗତ କିଛି ମାସ ହେଲା ଗଜପତି ଜିଲ୍ଲା କୋରୋନା ଆକ୍ରାନ୍ତ ଶୁନ ରହିଥିଲା । ତେବେ ଗତ ସପ୍ତାହକ ମଧ୍ୟରେ 9 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସାଧାରଣ ଲୋକେ ଚିନ୍ତାର ପଡିଛନ୍ତି । ଭୟ କରିବା ଠାରୁ ସତର୍କ କରିବା ଶ୍ରେୟସ୍କର ବୋଲି ଗଜପତି ଏସପି କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.