ETV Bharat / state

ସେଞ୍ଚୁରିଅନ ବୈଷୟିକ ବିଶ୍ବବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ, ସାମିଲ ହେଲେ ରାଜ୍ୟପାଳ - ସମାବର୍ତ୍ତନ ଉତ୍ସବ

ଗଜପତି ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ ବୈଷୟିକ ବିଶ୍ବବିଦ୍ୟାଳୟରେ ପାଳିତ ହୋଇଛି ୧୦ତମ ସମାବର୍ତ୍ତନ ଉତ୍ସବ (Convocation Day of Centurion University at Paralakhemundi) । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଅଧିକ ପଢନ୍ତୁ

ସେଞ୍ଚୁରିଅନ ବୈଷୟିକ ବିଶ୍ବବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ, ସାମିଲ ହେଲେ ରାଜ୍ୟପାଳ

author img

By

Published : Dec 11, 2022, 6:10 PM IST

ସେଞ୍ଚୁରିଅନ ବୈଷୟିକ ବିଶ୍ବବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ, ସାମିଲ ହେଲେ ରାଜ୍ୟପାଳ

ଗଜପତି: ସେଞ୍ଚୁରିଅନ ବୈଷୟିକ ବିଶ୍ବବିଦ୍ୟାଳୟର ପାରଳାଖେମୁଣ୍ଡି କ୍ୟାମ୍ପସରେ ୧୦ତମ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଛି (Convocation Day of Centurion University at Paralakhemundi) । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଛନ୍ତି (Odisha Governor Professor Ganeshi Lal) । ଏହି ଅବସରରେ ରାଜ୍ୟପାଳ କହିଛନ୍ତି ଯେ ବିଜ୍ଞାନ ଆଗେଉଥିବା ବେଳେ ସବୁ ବର୍ଗର ଲୋକ ବୈଷୟିକ ଶିକ୍ଷା ମଧ୍ୟ ଗ୍ରହଣ କରୁଛନ୍ତି । ହେଲେ ଏହା ସହିତ ଆମ ସଂସ୍କୃତି ଓ ସଭ୍ୟତାକୁ ଭୁଲିବା ଉଚିତ ନୁହେଁ ବୋଲି କହିଛନ୍ତି ରାଜ୍ୟପାଳ ।

ରାଜ୍ୟପାଳ ହେଲିକପ୍ଟର ଯୋଗେ ପାରଳାଖେମୁଣ୍ଡିରେ ପହଁଞ୍ଚିବା ପରେ କଡା ସୁରକ୍ଷା ମଧ୍ୟରେ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ପରିସରକୁ ନିଆଯାଇଥିଲା । ସେଠାରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ସେ ବିଭିନ୍ନ ଡିଗ୍ରୀଧାରୀଙ୍କୁ ସ୍ବର୍ଣ୍ଣପଦକ ଏବଂ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ବିଜରଲାଣ୍ଡର ଏଲିଆ ଫାଣ୍ଡେସନ ଫର ଏତିକ୍ସ ଇନ୍ ଗ୍ଲୋବାଲାଇଜେସନର ଅଧ୍ୟକ୍ଷ ପିଟିର୍ ଉଫ୍ଲି, ଏବଂ ଅଷ୍ଟ୍ରେଲିଆ ଡେକିନ୍ ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଇ।ନ ମାର୍ଟିନଙ୍କ ପ୍ରମୁଖ ଯୋଗଦେଇଥିଲେ ।

ଏହା ବି ପଢନ୍ତୁ- ମାଣ୍ଡସ ପ୍ରଭାବରେ ଗଜପତିରେ ବର୍ଷା, ଚିନ୍ତାରେ ଚାଷୀ

ଏହି ଅବସରରେ ରାଜ୍ୟପାଳ କହିଥିଲେ, " ବିଜ୍ଞାନ ଯେତେ ଆଗେଇଲେ କିମ୍ବା ସବୁ ବର୍ଗର ଲୋକେ ବୈଷୟିକ ଶିକ୍ଷା ଗ୍ରହଣ କରିବାରେ କିଛି ଅସୁବିଧା ନାହିଁ, ବରଂ ଏହା ସମସ୍ତଙ୍କ ଭଲ । କିନ୍ତୁ ଭାରତୀୟ ସଂସ୍କୃତି ଓ ସଭ୍ୟତାକୁ ଭୁଲିବା ଉଚିତ ନୁହେଁ କାରଣ ଆମ ସଂସ୍କୃତି ଓ ସଭ୍ୟତା ହିଁ ବିଜ୍ଞାନର ମୂଳମନ୍ତ୍ର ।" ଏହାସହିତ ରାଜ୍ୟପାଳ ନିଜ ଅଭିଭାଷଣରେ କହିଥିଲେ, ପିଲାଙ୍କୁ ମୁହଁରୁ ହସ ଏବଂ ଆଖିର ଚମକ କେବେ ବି ଲିଭିବା ଉଚିତ ନୁହେଁ, କାରଣ ଏହା ହେଉଛି ଜଗନ୍ନାଥଙ୍କ ପ୍ରତିଫଳନ । ତେଣୁ ସେମାନେ ଏହି ଦୁଇଟିକୁ ସାଥିରେ ନେଇ ନିଜର ଦକ୍ଷତା ପ୍ରତିପାଦିତ କରିବା ଆବଶ୍ୟକ ।" ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ବିଭିନ୍ନ ପାଠ୍ୟକ୍ରମର ଡିଗ୍ରୀଧାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.