ଗଜପତି: ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗଜପତି ଜିଲ୍ଲାର ବାମ ଦଳ । ପାରଳାଖେମୁଣ୍ଡିଠାରେ ସମସ୍ତ ବାମ ଦଳ ମିଶି 11 ଦଫା ଦାବି ନେଇ ଫାୟାର ଷ୍ଟେସନ ଛକ ନିକଟରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସମସ୍ତ କର୍ମୀ ।
ତେବେ ଆନ୍ଦୋଳନରତ କର୍ମୀଙ୍କର ମୁଖ୍ୟ ଉଦ୍ଦେଶ୍ୟ ରହିଛି ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା । ବେକାର ଯୁବକ ଯୁବତୀମାନଙ୍କୁ ରୋଜଗାର ଯୋଗାଇବା ସହ ସର୍ବନିମ୍ନ ମଜୁରୀ ମାସିକ 18 ହଜାର ଟଙ୍କା ପ୍ରଦାନ କରିବା ଇତ୍ୟାଦି । ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଏଥିସହ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ସିପିଏମ ଦଳର ନେତା ଜଗନ୍ନାଥ ମିଶ୍ର ଚେତାବନୀ ଦେଇଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ