ETV Bharat / state

630 କୋଟିର ପ୍ରକଳ୍ପ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ

ନିର୍ବାଚନ ପୂର୍ବରୁ ରାଜ୍ୟରେ ଖୁବ୍‌ ଜୋରସୋରରେ ଚାଲିଛି ମାରାଥନ ପ୍ରକଳ୍ପ ଉଦ୍‌ଘାଟନ। ଏନେଇ ଆଜି ଗଜପତି ଜିଲ୍ଲା ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

author img

By

Published : Feb 28, 2019, 12:25 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ନିର୍ବାଚନ ପୂର୍ବରୁ ରାଜ୍ୟରେ ଖୁବ୍‌ ଜୋରସୋରରେ ଚାଲିଛି ମାରାଥନ ପ୍ରକଳ୍ପ ଉଦ୍‌ଘାଟନ। ଏନେଇ ଆଜି ଗଜପତି ଜିଲ୍ଲା ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ପ୍ରାୟ 630 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସେ ଜିଲ୍ଲାରେ ହେବାକୁ ଥିବା କାଳିଆ ଚାଷୀ ସମାବେଶରେ ମଧ୍ୟ ଯୋଗ ହେବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଅନୁଯାୟୀ ଦିନ 1.30ରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ। ଏହାପରେ ସେ ସିଧାସଳଖ ସର୍କିଟ ହାଉସ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିବାର ବ୍ୟବସ୍ଥା ରହିଛି। ସର୍କିଟ ହାଉସରେ କିଛି ସମୟର ବିଶ୍ରାମ ପରେ ଅପରାହ୍ଣ 3ଟା ବେଳେ ପୁଣି ହେଲିକ୍ୟାପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଗୋଷାଣି ବ୍ଲକ ଗାରାବନ୍ଧକୁ ଯିବାର କାର୍ଯ୍ୟକ୍ରମ ରହିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ତେବେ ଗାରାବନ୍ଧରେ ଅନୁଷ୍ଠିତ କାଳିଆ ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ 200କୋଟି ବ୍ୟୟରେ ନିର୍ମିତ କାଶୀନଗରରୁ ଗୁମ୍ମା ଓ ହରଭାଙ୍ଗି ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ । ଏଥିସହ ସମାବେଶରେ ଉପସ୍ଥିତ ପ୍ରାୟ 50 ହଜାର ଚାଷୀଙ୍କୁ କାଳିଆ ଯୋଜନାରେ ସମ୍ପର୍କରେ ଅବଗତ କରାଇବେ।

ତେବେ ସମାବେଶରେ ଯୋଗ ଦେବାକୁ ଥିବା ଚାଷୀଙ୍କ ପାଇଁ ଯାତାୟତ, ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା ସହ ସୁରକ୍ଷାର କଡା ବନ୍ଦୋବସ୍ତ କରାଯାଇଛି ବୋଲି ପ୍ରସାଶନ ପକ୍ଷରୁ ସୂଚନା ମିଳିଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ପ୍ରାୟ 3ଘଣ୍ଟାର ଗଜପତି ଗସ୍ତକୁ ଶୃଙ୍ଖଳିତ କରିବା ପାଇଁ 15 ପ୍ଲାଟୁନ ପୋଲିସ ଫୋର୍ସ ସହ 50ରୁ ଅଧିକ ପୋଲିସ ଅଧିକାରୀ ନିୟୋଜିତ ରହିବା ନେଇ ସୂଚନା ରହିଛି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

630 କୋଟିର ପ୍ରକଳ୍ପ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ 

ଗଜପତି: ନିର୍ବାଚନ ପୂର୍ବରୁ ରାଜ୍ୟରେ ଖୁବ୍‌ ଜୋରସୋରରେ ଚାଲିଛି ମାରାଥନ ପ୍ରକଳ୍ପ ଉଦ୍‌ଘାଟନ । ଏନେଇ ଆଜି ଗଜପତି ଜିଲ୍ଲା ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ପ୍ରାୟ 630 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ସେ ଜିଲ୍ଲାରେ ହେବାକୁ ଥିବା କାଳିଆ ଚାଷୀ ସମାବେଶରେ ମଧ୍ୟ ଯୋଗ ହେବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ ଦିନ 1.30ରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ଏହାପରେ ସେ ସିଧାସଳଖ ସର୍କିଟ ହାଉସ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିବାର ବ୍ୟବସ୍ଥା ରହିଛି । ତେବେ ସର୍କିଟ ହାଉସରେ କିଛି ସମୟର ବିଶ୍ରାମ ପରେ ଅପରାହ୍ଣ 3ଟା ବେଳେ ପୁଣି ହେଲିକ୍ୟାପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଗୋଷାଣି ବ୍ଲକ ଗାରାବନ୍ଧକୁ ଯିବାର କାର୍ଯ୍ୟକ୍ରମ ରହିଛି । 

ତେବେ ଗାରାବନ୍ଧରେ ଅନୁଷ୍ଠିତ କାଳିଆ ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ 200କୋଟି ବ୍ୟୟରେ ନିର୍ମିତ କାଶୀନଗରରୁ ଗୁମ୍ମା ଓ ହରଭାଙ୍ଗି ପାନୀୟ ଜାଳ ଯୋଗାଣ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ । ଏଥିସହ ସମାବେଶରେ ଉପସ୍ଥିତ ପ୍ରାୟ 50 ହଜାର ଚାଷୀଙ୍କୁ କାଳିଆ ଯୋଜନାରେ ସମ୍ପର୍କରେ ଅବଗତ କରାଇବେ । 

ତେବେ ସମାବେଶରେ ଯୋଗ ଦେବାକୁ ଥିବା ଚାଷୀମାନଙ୍କ ପାଇଁ ଯାତାୟତ, ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା ସହ ସୁରକ୍ଷାର କଡା ବନ୍ଦୋବସ୍ତ କରାଯାଇଛି ବୋଲି ପ୍ରସାଶନ ପକ୍ଷରୁ ସୂଚନା ମିଳିଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ପ୍ରାୟ 3ଘଣ୍ଟାର ଗଜପତି ଗସ୍ତକୁ ଶୃଙ୍ଖଳିତ କରିବା ପାଇଁ 15 ପ୍ଲାଟୁନ ପୋଲିସ ଫୋର୍ସ ସହ 50ରୁ ଅଧିକ ପୋଲିସ ଅଧିକାରୀ ନିୟୋଜିତ ରହିବା ନେଇ ସୂଚନା ରହିଛି । 

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ନ୍ୟୁଜ୍‌  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.