ETV Bharat / state

ଜୋରଦାର ଚାଲିଛି ପାରଳାଖେମୁଣ୍ଡିରେ ରଥ ନିର୍ମାଣ କାର୍ଯ୍ୟ

author img

By

Published : Jun 24, 2022, 6:22 PM IST

ଗଜପତି ଜିଲ୍ଲା ପାରଳାଖେମୁ୍ଣ୍ଡିରେ ରଥଯାତ୍ରା ଧୁମଧାମରେ ପାଳନ ପାଇଁ ଚାଲିଛି ଜୋରଦାର ପ୍ରୟାସ । କେବଳ ଜଗନ୍ନାଥଙ୍କ ରଥ ନିର୍ମାଣ କାମ ବାକି ରହିଥିବା ବେଳେ ଭାଇ ବଳଦେବ ଏବଂ ମା ସୁଭଦ୍ରାଙ୍କ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ । ଅଧିକ ପଢନ୍ତୁ

ଜୋରଦାର ଚାଲିଛି ପାରଳାଖେମୁଣ୍ଡିରେ ରଥ ନିର୍ମାଣ କାର୍ଯ୍ୟ
ଜୋରଦାର ଚାଲିଛି ପାରଳାଖେମୁଣ୍ଡିରେ ରଥ ନିର୍ମାଣ କାର୍ଯ୍ୟ

ଗଜପତି: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଉ ସପ୍ତାହେ ବାକି ରହିଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଚାଲିଛି । ଦ୍ଵିତୀୟ ପୁରୀ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ପାରଳାଖେମୁଣ୍ଡିରେ ରଥ ନିର୍ମାଣ କାମ ଜୋରଦାର ଚାଲିଛି । କେବଳ ଜଗନ୍ନାଥଙ୍କ ରଥ ନିର୍ମାଣ କାମ ବାକି ରହିଥିବା ବେଳେ ଭାଇ ବଳଦେବ ଏବଂ ମା ସୁଭଦ୍ରାଙ୍କ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ । ଏହି ଦୁଇ ରଥର ରଙ୍ଗ କାମ ମଧ୍ୟ ଆରମ୍ଭ ହୋଇଯାଇଛି ।

ପୁରୀକୁ ଯାଇପାରୁନଥିବା ଲୋକେ, ପାରଳାଖେମୁଣ୍ଡିରେ ଭଗବାନଙ୍କୁ ଦର୍ଶନ କରି ଧନ୍ୟ ମନେକରିଥାଏ । ଗଜପତି ଜିଲ୍ଲା ସମେତ ଏହାର ଆଖପାଖ ଜିଲ୍ଲା ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ଏହି ସମୟରେ । ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳା ଏବଂ ଆକର୍ଷଣୀୟ ଭାବେ ପାଳନ କରାଯିବ ସେଥିପାଇଁ ରଥଯାତ୍ରା କମିଟି ଏବଂ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥାଏ ।

ଚଳିତ ବର୍ଷ ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଭାଇ ବଳଦେବ ଏବଂ ଭଉଣୀ ସୁଭଦ୍ରାଙ୍କ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କେବଳ ପାର୍ଶ୍ଵ ଦେବାଦେବୀ ଲଗାଇବା ବାକି ରହିଛି । ବର୍ତ୍ତମାନ ଏହି ଦୁଇ ରଥ ଏବଂ ପାର୍ଶ୍ଵ ଦେବାଦେବୀଙ୍କ ରଙ୍ଗ କାମ ଆରମ୍ଭ ହୋଇଗଲାଣି । ହେଲେ ଏଯାଏଁ ଜଗନ୍ନାଥଙ୍କ ରଥ କାମ ଆରମ୍ଭ ହୋଇପାରିନି । ତେବେ ଅତିଶୀଘ୍ର ଏହି ରଥ ନିର୍ମାଣ କାମ ଶେଷ କରାଯିବ ଏବଂ ରଥ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ସବୁ କାମ ଶେଷ ହୋଇ ରଥ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା ଜାରି ରହିଥିବା କହିଛନ୍ତି ମୁଖ୍ୟ ବଢେଇ ଅଶୋକ ମହାରଣା ।

କୋରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ରଥଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏହା ଅନୁଷ୍ଠିତ ହେବ । ପୁରୁଣା ରଥକାଠ ପଡିପଡି ନଷ୍ଟ ହୋଇଯାଇଛି । ତେଣୁ, ଚଳିତ ବର୍ଷ ଅଧିକାଂଶ ନୂଆ କାଠରେ ରଥ ନିର୍ମାଣ ହେଉଛି । ଦୁଇବର୍ଷ ବ୍ୟବଧାନରେ ରଥଯାତ୍ରା ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଠାରୁ ଆରମ୍ଭ କରି ପୂଜକ ଯାଏଁ ସମସ୍ତେ ଉତ୍ସାହିତ ହୋଇପଡିଛନ୍ତି । ତେଣୁ, ଚଳିତ ବର୍ଷ ଯାତ୍ରାରେ ପ୍ରବଳ ଭିଡ ହେବା ନିଶ୍ଚିତ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ରଥଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ସ୍ଥାନୀୟ ଲୋକେ ମଧ୍ୟ ଯାତ୍ରାକୁ ନେଇ ଉତ୍ସୁକତାର ସହ ଚାହିଁରହିଛନ୍ତି । ତେଣୁ, ରଥ ନିର୍ମାଣ ସମୟରେ ମୁଖ୍ୟ ବଢେଇ ଏବଂ ତାଙ୍କ ସହାୟକ ନିର୍ମାଣ କାମ କରୁଥିବା ବେଳ ସହାୟତା କରୁଥିବା ଦେଖିବାକୁ ମିଳିଛି ।

ପ୍ରତିବର୍ଷ ଭଳି ଏଥର ମଧ୍ୟ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ପ୍ରୟାସ କରାଯାଉଛି । ତେବେ ବର୍ତ୍ତମାନ ରାଜ୍ୟରେ ମୌସୁମୀ ସକ୍ରିୟ ଥିବାରୁ ଏଥିରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.