ETV Bharat / state

ବିପର୍ଯ୍ୟୟ ଆଇନ ଶୃଙ୍ଖଳା ପରିସ୍ଥିତକୁ ନେଇ ବିଜେପିର ବିକ୍ଷୋଭ

author img

By

Published : Feb 15, 2023, 7:37 PM IST

ରାଜ୍ୟରେ ବଢୁଛି ଅପରାଧିକ ମାମଲା । ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଜେପିର ଆନ୍ଦୋଳନ । ଅଧିକ ପଢନ୍ତୁ

ରାଜ୍ୟରେ ବଢୁଛି ଅପରାଧିକ ମାମଲା
ରାଜ୍ୟରେ ବଢୁଛି ଅପରାଧିକ ମାମଲା
ରାଜ୍ୟରେ ବଢୁଛି ଅପରାଧିକ ମାମଲା

ଗଜପତି: ‘‘ରାଜ୍ୟରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତ ବିପର୍ଯ୍ୟୟ ହେବାରେ ଲାଗିଛି । ସ୍ଥିତି ଏମିତି ହେଲାଣି ଯେ, ଜଣେ ପୋଲିସ କର୍ମୀ କ୍ୟାବିନେଟ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ମାରୁଛି । ସେହିଭଳି ରାଜ୍ୟରେ ଦୁର୍ନୀତି ସବୁ ସୀମା ଟପି ଗଲାଣି । ଏପରିକି ଗରିବଙ୍କ ପାଇଁ ଆସୁଥିବା ଆବାସ ଯୋଜନାକୁ ବି ବିଜେଡି ଲୁଟିବା ଆରମ୍ଭ କରିଛି’’ ବୋଲି ଅଭିଯୋଗ ଆଣିଛି ବିଜେପି । ଯାହାକୁ ନେଇ ଆଜି ଗଜପତି ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏଭଳି ସ୍ଥିତିରୁ ରାଜ୍ୟକୁ ବଞ୍ଚାଇ ବାକୁ ହେଲେ ପ୍ରଥମେ ନବୀନ ପଟ୍ଟନାୟକ ସରକାରକୁ ଗାଦିଚ୍ୟୁତ କରିବାକୁ ହେବ ବୋଲି ବିଜେପି କହିଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଛି ଭାରତୀୟ ଜନତା ଦଳ । ସାରା ରାଜ୍ୟରେ ଆଜି ଆଇନ ଶୃଙ୍ଖଳାକୁ ନେଇ ଗର୍ଜିଛି ବିଜେପି । ରାଜ୍ୟର ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ ନଚେତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କହିଛି ବିଜେପି ।

ଗଜପତି ଜିଲ୍ଲା ବିଜେପି ପକ୍ଷରୁ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟରେ ବିଜେପି କର୍ମୀମାନେ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି ସଂପର୍କରେ ପ୍ରଶ୍ନ ଉଠାଇବା ସହ କେନ୍ଦ୍ରରୁ ଆସୁଥିବା ଏହି ଯୋଜନାକୁ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ଦଳୀୟ ଭିତ୍ତିରେ ବଣ୍ଟନ କରାଯାଉଥିବା ଅଭିଯୋଗ କରିଥିଲେ ।

ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ପ୍ରବଳ ସମାଲୋଚନା କରିଛି ବିଜେପି । ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପ୍ରସଙ୍ଗରେ ମଧ୍ୟ ଭାରତୀୟ ଜନତା ଦଳ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରି ସରକାରର ଇସ୍ତଫା ଦାବି କରିଛି । ବିଜେପି କହିଛି ଯଦି ରାଜ୍ଯରେ ଜଣେ ମନ୍ତ୍ରୀଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେବାରେ ଅସମର୍ଥ ତେବେ ରାଜ୍ୟବାସୀ କିପରି ସୁରକ୍ଷିତ ରହିବେ ବୋଲି ପ୍ରଶ୍ନ କରିଛି ବିଜେପି ।

ଏହାର ପ୍ରତିବାଦରେ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏଥିରେ ତୁରନ୍ତ ପରିବର୍ତ୍ତନ ନଆସିଲେ ଆଗାମୀ ଦିନରେ ଦଳ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କୁହାଯାଇଛି । ଏହି ବିକ୍ଷୋଭରେ ବିଜେପି ନେତା ସିଦ୍ଧେଶ୍ବର ମିଶ୍ର,ବାଳକୃଷ୍ଣ ପାତ୍ର,ଅରୁଣିମା ସାହୁଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ସାମିଲ ହୋଇଥିଲେ।

ଇଟିଭି ଭାରତ,ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.