ଗଜପତି: ଗଜପତି ଷ୍ଟାଡିୟମ ଠାରେ ବିଜେଡି ପକ୍ଷରୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତ ରାୟ, ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଓ ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ କରାଯାଇଥିଲା ।
ଏହାର ପ୍ରତିବାଦ ପାଇଁ ଯୁବ ଓ ଛାତ୍ର ଗୋଷ୍ଠୀ ଆଗେଇ ଆସିବାକୁ ଆହ୍ବାନ ଜଣାଇଥିଲେ । ରାଜ୍ୟରେ ଗତ 21 ବର୍ଷ ଧରି ବିଜେଡି ସରକାର ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିକାଶର ଧାରା ଜାରି ରହିଛି । ଏଥିରେ କିନ୍ତୁ କେନ୍ଦ୍ର ସରକାରଙ୍କ ସହଯୋଗ କରୁ ନଥିବା ଅଭିଯୋଗ ହୋଇଛି । ଓଡିଶାରୁ ଅଧିକ ରାଜସ୍ବ କେନ୍ଦ୍ର ସରକାର ପାଉଥିଲେ ମଧ୍ୟ ଓଡିଶାକୁ ତାର ହକ ଦେବାରେ କେନ୍ଦ୍ର ସରକାର ପଛଘୁଞ୍ଚା ଦେଉଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ