ETV Bharat / state

ଆର.ଉଦୟଗିରି ତହସିଲଦାର ଓ ପୋଲିସକୁ ଆକ୍ରମଣ ଘଟଣା, ଆଉ ଦୁଇ ଅଭିଯୁକ୍ତ ଗିରଫ - ଆର.ଉଦୟଗିରି ତହସିଲଦାର ଓ ପୋଲିସ ଉପରେ ଆକ୍ରମଣ ଘଟଣା

ଆର. ଉଦୟଗିରିରେ ତହସିଲଦାର ଏବଂ ପୋଲିସ କର୍ମଚାରୀଙ୍କ ଉପରେ ଗତ 7 ତାରିଖ ଦିନ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ ହୋଇଥିବା ଆକ୍ରମଣ ଘଟଣାର ଆଉ 2 ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଆର.ଉଦୟଗିରି ପୋଲିସ । ଅଧିକ ପଢନ୍ତୁ...

another two accused arrested in r udaygiri police  and tehsildar beatting incident
ଆର.ଉଦୟଗିରି ତହସିଲଦାର ଓ ପୋଲିସ ଉପରେ ଆକ୍ରମଣ ଘଟଣା, ଆଉ ଦୁଇ ଅଭିଯୁକ୍ତ ଗିରଫ
author img

By

Published : May 16, 2021, 10:45 PM IST

ଗଜପତି: ଆର. ଉଦୟଗିରିରେ ତହସିଲଦାର ଏବଂ ପୋଲିସ କର୍ମଚାରୀଙ୍କ ଉପରେ ଗତ 7ତାରିଖ ଦିନ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ ହୋଇଥିବା ଆକ୍ରମଣ ଘଟଣାର ଆଉ 2 ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଆର.ଉଦୟଗିରି ପୋଲିସ । ପୂର୍ବରୁ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିର ଜାନୁଏଲ ବୀରକୁ ମହେନ୍ଦ୍ରଗଡ଼ ଗ୍ରାମ ନିକଟରୁ ଗିରଫ କରିଥିବାବେଳେ ଏବଂ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରିଥିବାବେଳେ ଆଜି ପୁଣି ଆଉ ଦୁଇ ଜଣକୁ ଗିରଫ କରିଥିବା ନେଇ ସୂଚନା ଦେଲେ ଆର.ଉଦୟଗିରି ଏସଡ଼ିପିଓ !

ଆର.ଉଦୟଗିରି ତହସିଲଦାର ଓ ପୋଲିସ ଉପରେ ଆକ୍ରମଣ ଘଟଣା, ଆଉ ଦୁଇ ଅଭିଯୁକ୍ତ ଗିରଫ

ତେବେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ଗିରଫ ଅଭିଯୁକ୍ତଙ୍କୁ 58/21ରେ ମାମଲା ରୁଜୁ କରି ସେମାନଙ୍କ ନାମ ଗୋପନୀୟ ରଖିଛି ଆର.ଉଦୟଗିରି ପୋଲିସ । ସୂଚନାଯୋଗ୍ୟ ଯେ ଗତ ୭ ତାରିଖରେ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ କୋଭିଡ୍ ନିୟମ ଉଲ୍ଲଂଘନ କରି ଚାଲିଥିବା ଏକ ବାହାଘର ବନ୍ଦ କରିବାକୁ ପୋଲିସ ସହ ପହଞ୍ଚିଥିଲେ ଆର.ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ।

ତେବେ ସେଠାରେ ମରଣାନ୍ତକ ଆକ୍ରମଣ ହେବାରୁ ତହସିଲଦାରଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ତେବେ ଉକ୍ତ ଘଟଣାକୁ କେନ୍ଦ୍ର କରି ଆର.ଉଦୟଗିରି ତହସିଲ କର୍ମଚାରୀ ସଂଘ ଏବଂ ଆର.ଉଦୟଗିରି ଯୁବଗୋଷ୍ଠୀ ମଧ୍ୟ ଦୋଷୀଙ୍କୁ ଯଥା ଶୀଘ୍ର ଧରିବା ଲାଗି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେପଟେ ଦୋଷୀଙ୍କୁ ଯଥାଶୀଘ୍ର ଧରାନଗଲେ ଆର.ଉଦୟଗିରି ତହସିଲ କର୍ମଚାରୀ ସଂଘ କଲମ ଛାଡ଼ ଆନ୍ଦୋଳନ କରିବା ଲାଗି ଚେତାବନୀ ଦେଇଥିବାବେଳେ ଅନ୍ୟପଟେ ଯୁବଗୋଷ୍ଠୀ ଦୋଷୀଙ୍କୁ 7 ଦିନ ମଧ୍ୟରେ ଧରାନଗଲେ ଆର.ଉଦୟଗିରିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଲାଗି ଚେତାବନୀ ଦେଇଛି ଯୁବଗୋଷ୍ଠୀ ।

ଅନ୍ୟପଟେ ଜଣେ ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀ କୋଭିଡ କଟକଣା ନିୟମ ପ୍ରକାରେ ଏକ ବିବାହ କାର୍ଯ୍ୟକୁ ରୋକିବାକୁ ଯାଇ ଲୋକଙ୍କ ଆକ୍ରୋଶର ଶିକାର ହୋଇ ମରଣାନ୍ତକ ଆକ୍ରମଣ ହୋଇ ଗୁରୁତର ହୋଇ ଦଶଦିନ ବିତିଲାଣି କିନ୍ତୁ କାହିଁକି ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିପାରୁନି ପୋଲିସ ଏହାରି ମଧ୍ୟରେ କୌଣସି ରାଜନୈତିକ ଚାପ ନାହିଁ ତ ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.