ETV Bharat / state

ଫସର ଫାଟିଲା ଆନ୍ଧ୍ରର ଚାଲ୍, ଭୋଟ ଦେଲାନି ଗଙ୍ଗାବାଡ ପଞ୍ଚାୟତ

author img

By

Published : Feb 13, 2021, 10:28 PM IST

ପ୍ରଶାସନର ଠିକ ସମୟରେ ଉପଯୁକ୍ତ ପଦକ୍ଷେପ ଯୋଗୁଁ ପଣ୍ଡ ହୋଇଛି ଆନ୍ଧ୍ରର ଅନୁପ୍ରବେଶ ଷଡଯନ୍ତ୍ର । ଶନିବାର ଆନ୍ଧ୍ରର ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟାରେ କେହି ଜଣେ ବି ଓଡିଶାବାସୀ ଅଂଶଗ୍ରହଣ କରିନାହାନ୍ତି । ଅଧିକ ପଢନ୍ତୁ...

ଫସର ଫାଟିଲା ଆନ୍ଧ୍ରର ଚାଲ୍, ଭୋଟରେ ସାମିଲ ହେଲାନି ଗଙ୍ଗାବାଡ ପଞ୍ଚାୟତ

ଗଜପତି: ପ୍ରଶାସନର ସମୟୋଚିତ ପଦକ୍ଷେପ ଯୋଗୁଁ ପଣ୍ଡ ହୋଇଛି ଆନ୍ଧ୍ରର ଅନୁପ୍ରବେଶ ଷଡଯନ୍ତ୍ର । ଯୁଗ୍ମ ସର୍ଭେରେ ଓଡିଶା ବୋଲି ସ୍ପଷ୍ଟ ହୋଇଥିବା ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତର 6ଟି ଗାଁକୁ ନିଜର ବୋଲି ଦର୍ଶାଇ ସେଠାକର ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଜରିଆରେ ନିଜ ଭୋଟର ବନାଇ ନେଇଥିଲା ଆନ୍ଧ୍ର ।

ଆଶା ରଖିଥିଲା ଶନିବାର ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ସେ ଭୋଟଗୁଡିକୁ ହାତେଇ ନେବ । ତେବେ ଜିଲ୍ଲା ପ୍ରଶାସନର ପଦକ୍ଷେପ ଯୋଗୁଁ ଆନ୍ଧ୍ରର ଚାଲ୍ ଫସର ଫାଟିଛି । ଜଣେ ହେଲେ ଓଡିଶାର ଲୋକେ ଭୋଟ ପ୍ରକ୍ରିୟାରେ ଅଂଶଗ୍ରହଣ କରିନାହାନ୍ତି । ଏପରିକି ଆନ୍ଧ୍ର ଅଧିକାରୀମାନେ ଗାଁକୁ ଗାଁ ବୁଲି ଲୋକଙ୍କୁ ଭୋଟ ଦେବାକୁ ଡାକିଥିଲେ ମଧ୍ୟ କେହି ଯାଇନଥିବା ଜଣାପଡିଛି ।

ଆନ୍ଧ୍ରର ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶନିବାର ଅନୁଷ୍ଠିତ ହୋଇଛି । ଓଡିଶା ସୀମାନ୍ତରେ ଥିବା ବିଭିନ୍ନ ଅଞ୍ଚଳରେ ଏହି ପର୍ଯ୍ୟାୟ ଭୋଟଦାନ ହୋଇଛି । ତେବେ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଓଡିଶାର ଅନେକ ଗାଁକୁ ନିଜର ବୋଲି ଦର୍ଶାଇ ସେଠାକାର ଲୋକଙ୍କୁ ଭୋଟର କରିନେଇଛି । ସେଭଳି କିଛି ଗଜପତି ଜିଲ୍ଲାର ଗାଁକୁ ମଧ୍ୟ ଟାର୍ଗେଟ କରିଥିଲା ଆନ୍ଧ୍ର । ସେମାନଙ୍କ ଠାରୁ ଆଜି ଭୋଟ ନେବା ପାଇଁ ଷଡଯନ୍ତ୍ର ରଚିଥିଲା । ଆନ୍ଧ୍ରର ଏଭଳି ଦାଦାଗିରି ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରାଇ ପ୍ରଥମେ ମାଣିକପାଟଣା ଗାଁରୁ ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ରର ପ୍ରାର୍ଥୀ ହୋଇଥିବା 2ଜଣ ମହିଳାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଇଛନ୍ତି । ଏହାପରେ ଲୋକଙ୍କ ମୌଳିକ ସମସ୍ୟାକୁ ବୁଝି ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଫଳରେ ପ୍ରଶାସନର ଏହି ପ୍ରତିଶ୍ରୁତି ପରେ 6ଟି ଗାଁର ଲୋକେ ଆନ୍ଧ୍ରଠାରୁ ମୁହଁ ଫେରାଇ ନେଇଛନ୍ତି । ଯାହା ଆନ୍ଧ୍ରର ଷଡଯନ୍ତ୍ରକୁ ଶକ୍ତ ଝଟକା ବୋଲି ଗଙ୍ଗାବାଡ ପଞ୍ଚାୟତର ପୂର୍ବତନ ସରପଞ୍ଚ କହିଛନ୍ତି । ସେହିପରି ପ୍ରଶାସନ ନିଜର ପ୍ରତିଶ୍ରୁତି ପାଳନ କରିବାକୁ ଯାଇ ଦୁଇଟି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ ଆରମ୍ଭ କରିଥିବାରୁ ଲୋକେ ଖୁବ ଖୁସି ଅଛିନ୍ତି ।

ସୂଚନା ଅନୁଯାୟୀ, ସକାଳ 7ଟାରୁ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଗଙ୍ଗାବାଡ ପଞ୍ଚାୟତର କୌଣସି ଗାଁରୁ କେହି ବି ଭୋଟ ଦେବାକୁ ନ ଯିବାରୁ ଆନ୍ଧ୍ରର ଅଧିକାରୀ ଏବଂ ପୋଲିସ ବିଭିନ୍ନ ଗାଁରେ ପହଞ୍ଚି ଲୋକଙ୍କୁ ଭୋଟ ଦେବା ପାଇଁ ଡାକିଥିଲେ । ଆନ୍ଧ୍ର ଅଧିକାରୀମାନେ ଓଡିଶା ମଧ୍ୟରେ ପ୍ରବେଶ କରି ଏଭଳି କରୁଥିବା ଦେଖି ତାଙ୍କୁ ଘେରି ଯାଇଥିଲେ ଗଣମାଧ୍ୟମ । ଫଳରେ ତୁରନ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଆନ୍ଧ୍ର ଅଧିକାରୀ । ତେବେ ଏହା ଆନ୍ଧ୍ରର ଗାଁ । କେହି ଲୋକଙ୍କୁ ଭୋଟ ଦେବାରୁ ଅଟକାଇବା ଖବର ପାଇଥିବା ଯୋଗୁଁ ସେ ଏଠାକୁ ଆସିଥିଲେ ଏବଂ ଜଣେ ହେଲେ ବି ଏହି ଅଞ୍ଚଳର ଲୋକେ ଭୋଟ ଦେଇନଥିବା ଆନ୍ଧ୍ର ଅଧିକାରୀମାନେ କହିଛନ୍ତି ।

ଅନ୍ୟପଟେ ଆନ୍ଧ୍ରର ଏହି ଚକ୍ରାନ୍ତ ପରେ ଏହିସବୁ ଅଞ୍ଚଳରେ ଯେଉଁ ମୌଳିକ ସମସ୍ୟା ରହିଥିଲା ତାର ସମାଧାନ ପାଇଁ କାମ ଆରମ୍ଭ ହୋଇଛି । ବର୍ତ୍ତମାନ ଶିକ୍ଷାର ବିକାଶ ପାଇଁ 120 ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ କରିବାକୁ ସରକାର ଘୋଷଣା କରୁଥିବବେଳେ ଗମନାଗମନର ସୁବିଧା ପାଇଁ ଗୁଡୁଖୁଡିଠାରେ 40 ଲକ୍ଷ ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ କରାଯିବ । ସେହିପରି ଓଡିଶା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଏହା ଅତିଶୀଘ୍ର ଶେଷ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.