ETV Bharat / state

ଗଜପତି ଚାଷୀଙ୍କ କପା କିଣୁଛି ପଡୋଶୀ ଆନ୍ଧ୍ର, ପୁଣି ତେଜିବ କି ଆନ୍ଧ୍ର-ଓଡିଶା ବିବାଦ

author img

By

Published : Jan 7, 2022, 2:32 PM IST

ସୀମାକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଜାରି ରହିଥିବା ବେଳେ ଏବେ ଗଜପତିରେ ପ୍ରବେଶ କରି କପା ଚାଷୀଙ୍କ ଠାରୁ କପା କ୍ରୟ କରୁଛନ୍ତି ଆନ୍ଧ୍ର ବ୍ୟବସାୟୀ । ସରକାରଙ୍କର ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ଦେଇ କ୍ରୟ କରୁଥିବାରୁ ଜିଲ୍ଲାରେ ଚାଷୀ ମଣ୍ଡି ପରିବର୍ତ୍ତେ ପଡୋଶା ରାଜ୍ୟକୁ ବିକ୍ରି କରୁଛନ୍ତି । ଫଳରେ ବନ୍ଦ ରହିଛି କପା ମଣ୍ଡି । ଅନ୍ୟ ପଟେ ମଣ୍ଡି ବନ୍ଦ ଥିବାରୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ

ଗଜପତି ଚାଷୀଙ୍କ କପା କିଣୁଛି ପଡୋଶୀ ଆନ୍ଧ୍ର, ପୁଣି ତେଜିବ କି ଆନ୍ଧ୍ର-ଓଡିଶା ବିବାଦ
ଗଜପତି ଚାଷୀଙ୍କ କପା କିଣୁଛି ପଡୋଶୀ ଆନ୍ଧ୍ର, ପୁଣି ତେଜିବ କି ଆନ୍ଧ୍ର-ଓଡିଶା ବିବାଦ

ଗଜପତି: ସୀମାକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଜାରି ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ଆନ୍ଧ୍ର ବାରମ୍ବାର ସୀମା ଭିତରକୁ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି । ଏବେ ସ୍ଥିତି ସରକାରଙ୍କ ହାତରୁ ଖସି ଯାଇଥିବା ଭଳି ମନେ ହେଉଛି । ଗଜପତି ସୀମାନ୍ତ ଲୋକେ ଆନ୍ଧ୍ର ମୁହାଁ ହେଉଥିବା ଦେଖା ଦେଇଛି । ସେପଟେ ସୀମାନ୍ତବାସୀଙ୍କ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା କଥା କହୁଛି ପ୍ରଶାସନ । ବର୍ତ୍ତମାନ ସୁଦ୍ଧା ଆନ୍ଧ୍ର ସରକାର ଓଡ଼ିଶା ସୀମାରେ ଅନୁପ୍ରବେଶ କରିବାକୁ ପ୍ରୟାସ ଆଲୋଚନା ହେଉଥିଲା । ଏବେ ଓଡ଼ିଶା ଲୋକେ ଆନ୍ଧ୍ର ମୁହାଁ ହେଉଥିବା ଖବର ସାମ୍ନାକୁ ଆସୁଛି ।

ଗଜପତି ଜିଲ୍ଲାର କପା ଚାଷୀ ଏବେ ଆନ୍ଧ୍ରକୁ ବିକ୍ରି କରୁଥିବା ଖବର ସାମ୍ନାକୁ ଆସିଛି । ଜିଲ୍ଲାରେ ମଣ୍ଡି ଖୋଲୁନଥିବା ଅଭିୟୋଗ କରି ଆନ୍ଧ୍ର ବ୍ୟବସାୟୀଙ୍କୁ ଅଧିକ ଦର ପାଇବା ଲୋଭରେ ବିକ୍ରି କରୁଛନ୍ତି । ଗୋଟିଏ ପଟେ କପା କିଣି ଆନ୍ଧ୍ର ବ୍ୟବସାୟୀ ମାଲେମାଲ ହେଉଥିବା ବେଳେ ଅନ୍ୟପଟେ କ୍ଷତି ସହୁଛି ଓଡିଶା । ସୀମାକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ସ୍ଥିତି ଏବେ ସାଙ୍ଘାତିକ ରୂପ ନେବା ଭଳି ମନେ ହେଉଛି । କେବଳ ସୀମା ନୁହେଁ ଓଡିଶା ବଜାରରେ କବଜା କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଆନ୍ଧ୍ରର ବ୍ୟବସାୟୀ । ଗଜପତି ଜିଲ୍ଲାର ତିନି ମୁଖ୍ୟ ବ୍ଲକ ରାୟଗଡ, କାଶୀନଗର ଏବଂ ନୂଆଗଡରୁ କଞ୍ଚାମାଲ ନେଇ ଆନ୍ଧ୍ରର ରାଜସ୍ବ ବୃଦ୍ଧି ଲକ୍ଷ୍ୟରେ ବେପାରୀ । ପାଖାପାଖି ପନ୍ଦର ଶହ ଟଙ୍କା ଅଧିକ ଲାଭ ପାଇଁ ଆନ୍ଧ୍ର ବ୍ୟବସାୟୀଙ୍କ ଆଗରେ ମୁଣ୍ଡ ନୁଆଁଇଛି ଓଡିଶା ଚାଷୀ । କିନ୍ତୁ ଏହି କପା ଚାଷୀ ମାନେ ମଣ୍ଡି ନଖୋଲିବାରୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ଗଜପତି ଜିଲ୍ଲାରୁ ପ୍ରତିବର୍ଷ ଉତ୍ପାଦନ ହେଉଛି ପ୍ରାୟ ୨୫ କ୍ବିଣ୍ଟାଲ କପା । କିନ୍ତୁ ଚଳିତ ବର୍ଷ ଅଦିନିଆ ବର୍ଷା ମାଡରେ କ୍ଷତିଗ୍ରସ୍ତ ହୋଇଥିଲା ଫସଲ । ବର୍ତିଯାଇଥିବା ଅମଳକୁ ବିକ୍ରି ପାଇଁ କପା ଚାଷୀ ସାଇତି ରଖିଥିଲେ ବି ମଣ୍ଡି ଖୋଲିନାହିଁ । ଯାହା ଚାଷୀଙ୍କ ମୁଣ୍ଡବ୍ୟଥା ସାଜିଥିବାବେଳେ ନିୟନ୍ତ୍ରିତ ବଜାର କମିଟି ମଣ୍ଡି ଖୋଲାଯିବ ନାହିଁ ବୋଲି କହିଛି । କାହିଁକିନା ସରକାର କପା ମୂଲ୍ୟ କ୍ବିଣ୍ଟାଲ ପ୍ରତି ୬ ହଜାର ୫୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଚାଷୀମାନେ ଆନ୍ଧ୍ର ବ୍ୟବସାୟୀଙ୍କ ଠାରୁ ସାଢେ ୭ ହଜାର ଟଙ୍କା ପାଇଁ ସେମାନଙ୍କୁ ବିକ୍ରି କରୁଥିବା କହୁଛନ୍ତି । ମଣ୍ଡିରେ ବିକ୍ରି କଲେ ଚାଷୀ ହଜାରେ ଟଙ୍କା କ୍ଷତିରେ ପଡିବେ । ତେଣୁ ଚଳିତ ବର୍ଷ ମଣ୍ଡି ନଖେଲିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ନିୟନ୍ତ୍ରିତ ବଜାର କମିଟି ସଂପାଦକ କହିଛନ୍ତି । ଓଡିଶାର କପାଚାଷୀଙ୍କୁ ଉଚିତ ପ୍ରାପ୍ୟ ନ ମିଳିବା ହେଉ କି ସରକାରଙ୍କ ଏଥିପ୍ରତି ଉଦାସୀନତା ଭାବ ହେଉ ଏହା ଯେ ସୀମା ବିବାଦକୁ ବଳ ନ ଯୋଗାଇବ ତାହା ଆଗାମୀ ଦିନ କହିବ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.