ETV Bharat / state

ଗଜପତିରେ ଆନ୍ଧ୍ର ସରକାରଙ୍କ ଜବରଦଖଲ, ଜୋରଜବରଦସ୍ତ ଚାଲିଛି ପୋଖରୀ ଖୋଳା

author img

By

Published : Jun 6, 2021, 9:12 AM IST

ପୁଣି ଦେଖାଦେଇଛି ଆନ୍ଧ୍ର-ଓଡିଶା ବିବାଦ । ଜୋରଜବରଦସ୍ତ ଓଡିଶା ମାଟିରେ କବଜା କରିବା ପାଇଁ ଆନ୍ଧ୍ର ସରକାର ତତ୍ପର ହେଉଥିବା ଦେଖିବାକୁ ମିଳିଛି । ଗଜପତି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଆନ୍ଧ୍ର ସରକାର ମନରେଗା ଯୋଜନାରେ ପୋଖରୀ ଖୋଳୁଥିବା ବେଳେ ଏହାକୁ ନେଇ ଉଠିଛି ବିବାଦ । ଅଧିକ ପଢନ୍ତୁ...

ଗଜପତିରେ ଆନ୍ଧ୍ର ସରକାରଙ୍କ ଜବର ଦଖଲ, ଜୋରଜବରଦସ୍ତ ଚାଲିଛି ପୋଖରୀ ଖୋଳା

ଗଜପତି: ଜିଲ୍ଲାରେ ପୁଣି ଦେଖାଦେଇଛି ଆନ୍ଧ୍ର-ଓଡିଶା ବିବାଦ । ଆନ୍ଧ୍ର ସୀମାନ୍ତ ଚମ୍ପାପୁର ଗାଁ ନିକଟରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ମନରେଗା ମାଧ୍ୟମରେ ଏକ ପୋଖରୀ ଖନନ କାମ ଚାଲିଛି । ତେବେ ପୋଖରୀ ଖନନ ହେଉଥିବା ସ୍ଥାନଟି ଓଡିଶାର ହୋଇଥିଲେ ମଧ୍ୟ ଆନ୍ଧ୍ର ସରକାର ଜୋରଜବରଦସ୍ତ କାମ ଜାରି ରଖିଛି । ଏହାକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରି ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଆନ୍ଧ୍ର ସୀମାକୁ ଲାଗି ରହିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ଗଙ୍ଗାବାଡ ପଂଚାୟତ । ଏହି ପଂଚାୟତର ବିଭିନ୍ନ ଗାଁରେ ଆନ୍ଧ୍ର ସରକାର ଅନେକ ଜନହିତକର କାମ କରିବା ସହ ଏଠାକାର ଲୋକଙ୍କୁ ବିଭିନ୍ନ ଜନକଲ୍ୟାଣ ଯୋଜନାରେ ସାମିଲ କରି ପ୍ରଲୋଭିତ କରିବା କିଛି ନୂଆ କଥା ନୁହେଁ । ଏହା ବାରମ୍ବାର ଘଟୁଛି । ତେବେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ କେତେକ କ୍ଷେତ୍ରରେ ଆନ୍ଧ୍ର ସରକାର ପଛଘୁଞ୍ଚା ଦେବାକୁ ବାଧ୍ୟ ହେଉଛନ୍ତି । ନଚେତ କେବଳ ସରକାର କିମ୍ବା ପ୍ରଶାସନ ଉପରେ ଭରସା କରିଥିଲେ ହୁଏତ କେଉଁ କାଳରୁ କୋରାପୁଟର କୋଟିଆ ଭଳି ଏହି ଅଂଚଳରେ ମଧ୍ୟ ଆନ୍ଧ୍ର ନିଜର ଦାଦାଗିରି ପ୍ରଦର୍ଶନ କରିସାରନ୍ତାଣି । ଯଦିଓ ଏହି ଅଂଚଳରେ ପ୍ରୟାସ ଜାରି ରଖିଛି କିନ୍ତୁ ସଂପୂର୍ଣ୍ଣ ସଫଳ ହୋଇପାରିନାହିଁ ।

ବର୍ତ୍ତମାନ ଚମ୍ପାପୁର ନିକଟରେ ଆନ୍ଧ୍ରର ମଞ୍ଜୁଷା ମଣ୍ଡଳ ପକ୍ଷରୁ ମନରେଗା ଯୋଜନା ମାଧ୍ୟମରେ ଏକ ପୋଖରୀ ଖନନ କାମ ଆରମ୍ଭ ହୋଇଛି । ଏଠାରେ ପ୍ରତିଦିନ ଲୋକେ କାମ କରୁଛନ୍ତି । ଆନ୍ଧ୍ରର ଲୋକଙ୍କ ଗଙ୍ଗାବାଡ଼ ଅଂଚଳର ଲୋକେ ମଧ୍ୟ ଏହି କାମରେ ସାମିଲ ହୋଇଛନ୍ତି । କାରଣ ସେମାନଙ୍କୁ ମଧ୍ୟ ଆନ୍ଧ୍ର ସରକାର ଜବକାର୍ଡ ଯୋଗାଇ ଦେଇଛନ୍ତି । ତେବେ ପଖୋରୀ ଖନନ ହେଉଥିବା ସ୍ଥାନଟି ଓଡିଶାର ହୋଇଥିଲେ ମଧ୍ୟ ଆନ୍ଧ୍ର ସେଠାରେ ପୋଖରୀ ଖୋଳା ଜାରି ରଖିଛି । ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ଵେ ଆନ୍ଧ୍ର ଅଧିକାରୀମାନେ ଭୃକ୍ଷେପ ନକରି କାମ ଜାରି ରଖିଛନ୍ତି ।

ଏନେଇ ଜିଲ୍ଲା ପ୍ରଶାସନକୁ ଖବର ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳରେ କୌଣସି ଅଧିକାରୀ ପହଞ୍ଚିନାହାନ୍ତି । ଫଳରେ ଏବେ ବି କାମ ଜାରି ରହିଛି । ଏହି ସ୍ଥାନକୁ ନେଇ ସୀମାନ୍ତ ଅଂଚଳରେ ଥିବା ଲୋକେ ନିଜର ବୋଲି ଦାବି କରିଛନ୍ତି । ଓଡିଶାର ଲୋକେ ଏହି ସ୍ଥାନକୁ ନିଜର ବୋଲି କହୁଥିବା ବେଳେ ଆନ୍ଧ୍ରର ଲୋକେ ମଧ୍ୟ ଏହାକୁ ନିଜର ବୋଲି କହୁଛନ୍ତି । ତେଣୁ ଏଠାରେ ଏକ ପ୍ରକାର ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି । ସୀମାକୁ ନେଇ ଆନ୍ଧ୍ର ସବୁବେଳେ ନିଜର ଦାଦାଗିରି ପ୍ରଦର୍ଶନ କରିଆସିଛି । ହେଲେ ସବୁଥର ଉପଯୁକ୍ତ ଜବାବ ଦେବାରେ ଓଡିଶା ସରକାର ବିଫଳ ହୋଇଛନ୍ତି । ବର୍ତ୍ତମାନ ଯେଉଁ ସ୍ଥାନରେ ପୋଖରୀ ଖନନ ଚାଲିଛି ଗତବର୍ଷ ସେହି ସମାନ ସ୍ଥାନରେ ଜମିକୁ ନେଇ ବିବାଦ ଦେଖାଦେଇଥିଲା ।

ସେତେବେଳେ ଉଭୟ ଗଜପତି ଏବଂ ଶ୍ରୀକାକୁଲମ ଜିଲ୍ଲାର ରାଜସ୍ବ ଅଧିକାରୀଙ୍କ ଉପସ୍ଥିତିରେ ମାପଚୁପ କରାଯାଇଥଇଲା । ଯେଉଁଥିରେ ଏହି ସ୍ଥାନ ଓଡିଶାର ବୋଲି ସ୍ପଷ୍ଟ ହୋଇଥିଲା । ହେଲେ ମାପଚୁପ ବେଳେ ପୋତାଯାଇଥିବା ପଥରଗୁଡିକୁ ହଟାଇ ଦିଆଯାଇ ବର୍ତ୍ତମାନ କାମ କରାଯାଉଛି । ଯାହାକି ଆନ୍ଧ୍ରର ଦାଦାଗିରିକୁ ସ୍ପଷ୍ଟ ପ୍ରମାଣିତ କରୁଛି । ଏଭଳି ସ୍ଥିତିରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଅତିଶୀଘ୍ର ଏହାର ତଦନ୍ତ କରାଯାଇ ଆବଶ୍ୟକୀୟ ପଦେକ୍ଷପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି ।

ସୀମାରେ ଅନୁପ୍ରବେଶ କରିବା ପାଇଁ ସବୁବେଳେ ଆନ୍ଧ୍ର ପ୍ରୟାସ କରୁଛି । ଏପରିକି ଦାଦାଗିରି ଦେଖାଇ ଚାଲିଛି । କିନ୍ତୁ ଏହାର କୌଣସି ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେବା ବଦଳରେ କେବଳ ତାଳିପକା କାର୍ଯ୍ୟ ହେଉଥିବାରୁ ସୀମାରେ ସବୁବେଳେ ଲୋକେ ଆଶା ଓ ଆଶଙ୍କା ମଧ୍ୟରେ ରହୁଛନ୍ତି । ତେଣୁ ଏବେ ଅନ୍ତତଃ ଏହାର ସ୍ଥାୟୀ ସମାଧାନ ଦେବା ଦିଗରେ ସରକାର ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.