ETV Bharat / state

ଓଡିଶାରେ ଆନ୍ଧ୍ର ନିର୍ବାଚନ ଷଡଯନ୍ତ୍ର ବିଫଳ, 2 ମହିଳା ପ୍ରାର୍ଥୀପତ୍ର କଲେ ପ୍ରତ୍ୟାହାର - Andhra conspiracy polarise

ଗଜପତିରେ ସ୍ଥାନୀୟ ଲୋକଙ୍କ ସହାୟତା ଏବଂ ପ୍ରଶାସନର ସମୟୋଚିତ ପଦକ୍ଷେପ ଯୋଗୁଁ ଆନ୍ଧ୍ରର ଓଡିଶାରେ ନିର୍ବାଚନ ଷଡଯନ୍ତ୍ର ଫସର ଫାଟିଛି । ଆନ୍ଧ୍ର ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଓଡିଶାର 2ଜଣ ମହିଳା ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ସେପଟେ ପୋଲିସ ଏବଂ ପ୍ରଶାସନ ଏହି ଅଞ୍ଚଳରେ ବୁଲି ଲୋକଙ୍କ ସହ ଆଲୋଚନା ଜାରି ରଖିଛି । ଅଧିକ ପଢନ୍ତୁ...

nomination file withdraw in gajapati border area
ଓଡିଶାରେ ଆନ୍ଧ୍ର ନିର୍ବାଚନ ଷଡଯନ୍ତ୍ର ବିଫଳ, 2 ମହିଳା ପ୍ରାର୍ଥୀପତ୍ର କଲେ ପ୍ରତ୍ୟାହାର
author img

By

Published : Feb 9, 2021, 5:31 PM IST

ପାରଳାଖେମୁଣ୍ଡି: ସ୍ଥାନୀୟ ଲୋକଙ୍କ ସହାୟତା ଏବଂ ପ୍ରଶାସନର ସମୟୋଚିତ ପଦକ୍ଷେପ ଯୋଗୁଁ ଆନ୍ଧ୍ରର ଓଡିଶାରେ ନିର୍ବାଚନ କରିବା ଷଡଯନ୍ତ୍ର ବିଫଳ ହୋଇଛି । ଆନ୍ଧ୍ର ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଓଡିଶାର 2ଜଣ ମହିଳା ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏହାପରେ ଚିହିଁକି ଉଠିଛି ଆନ୍ଧ୍ର ପ୍ରଶାସନ । ଗଜପତି ଜିଲ୍ଲା ପ୍ରଶାସନକୁ ସହଯୋଗ କରିଥିବା ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ ମିଳୁଥିବା ଅଭିଯୋଗ ହୋଇଛି । ସେପଟେ ପୋଲିସ ଏବଂ ପ୍ରଶାସନ ଏହି ଅଞ୍ଚଳରେ ବୁଲି ଲୋକଙ୍କ ସହ ଆଲୋଚନା ଜାରି ରଖିଛି । ଅଞ୍ଚଳର ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛି ପ୍ରଶାସନ ।

ଓଡିଶାରେ ଆନ୍ଧ୍ର ନିର୍ବାଚନ ଷଡଯନ୍ତ୍ର ବିଫଳ, 2 ମହିଳା ପ୍ରାର୍ଥୀପତ୍ର କଲେ ପ୍ରତ୍ୟାହାର

ଓଡିଶାର 6ଟି ଗାଁକୁ ନିଜର ବୋଲି ଦର୍ଶାଇ ସେଠାରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିଲା ଆନ୍ଧ୍ର । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପର ହୋଇଥିଲା ଗଜପତି ଜିଲ୍ଲା ପ୍ରଶାସନ । ଗଜପତି ଜିଲ୍ଲା ରାଯଗଡ ବ୍ଲକ ଗଙ୍ଗାବାଡ ପଞ୍ଚାଯତର ମାଣିକପାଟଣା,ଗୁଡିଖୁଡି,ମାଧିଆଖୋଲ, ଅମରିଙ୍ଗି,ଆଖଡା ଏବଂ ବୁରୁଷିଙ୍ଗି ଆଦି 6ଟି ଗାଁକୁ ଆନ୍ଧ୍ର ପ୍ରଶାସନ ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁଷା ମଣ୍ଡଳର ସାବା ପଂଚାୟତ ଅଧିନରେ ରହିଥିବା ଦର୍ଶାଇ ଏହାକୁ 5ନମ୍ବର ୱାର୍ଡର ମାନ୍ୟତା ପ୍ରଦାନ କରିଥିଲା । ଏହି ୱାର୍ଡ ପାଇଁ ନିର୍ବାଚନ କରିବାକୁ ମଧ୍ୟ ଅଣ୍ଟା ଭିଡିଥିଲା । ଏପରିକି ଏହି ୱାର୍ଡରୁ 2ଜଣ ମହିଳାଙ୍କୁ ମଧ୍ୟ ପ୍ରାର୍ଥୀ କରିବାରେ ସକ୍ଷମ ହୋଇଥିଲେ ଆନ୍ଧ୍ରର ଦୁଇଟି ରାଜନୈତିକ ଦଳ । ତେବେ ଆନ୍ଧ୍ରର ଏହି ଷଡଯନ୍ତ୍ର ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଲଗାତାର ଏହି ଖବର ପ୍ରଚାରିତ ହୋଇଥିଲା । ଏହାପରେ ଗାଁରେ ଗଜପତି ଜିଲ୍ଲା ପ୍ରଶାସନ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସଂପୃକ୍ତ ଦୁଇଜଣ ପ୍ରାର୍ଥୀଙ୍କ ନାମଙ୍କନ ପତ୍ର ପ୍ରତ୍ୟାହାର କରାଇବାରେ ସକ୍ଷମ ହୋଇଥିଲା । ନିଜ ଷଡଯନ୍ତ୍ର ଫସର ଫାଟିବା ପରେ ଚିହିଁକି ଉଠିଛି ଆନ୍ଧ୍ର । ଏହି ଘଟଣାରେ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ କରିଥିବା ଗଙ୍ଗାବାଡର ପୂର୍ବତନ ସରପଞ୍ଚଙ୍କୁ ବିଭିନ୍ନ ସ୍ଥାନରୁ ହତ୍ୟା ଧମକ ମିଳୁଥିବା ଅଭିଯୋଗ ହୋଇଛି । ସେ ନିଜର ଜୀବନ ପ୍ରତି ବିପଦ ଥିବା କହିଛନ୍ତି ।

ସୀମାରେ ଅନୁପ୍ରବେଶ କରି ଅଯାଚିତ ସହାଯ୍ୟ କରି ସୀମାନ୍ତବର୍ତୀ ଅଞ୍ଚଳ ଲୋକଙ୍କ ମନ କିଣିବା ଆନ୍ଧ୍ରର ପୁରୁଣା ଅଭ୍ୟାସ । ଏହା ପୂର୍ବରୁ ଅନେକ ଥର ଏହି ଅଞ୍ଚଳରେ ଏଭଳି କରିଛି ଆନ୍ଧ୍ର ସରକାର । ଲୋକଙ୍କୁ ଭୋଟର କାର୍ଡ ଠାରୁ ଆରମ୍ଭ କରି ରାସନ କାର୍ଡ, ମାଗଣା ବିଜୁଳି ଆଦି ଯୋଗାଇଛି । ବର୍ତମାନ ଗୁଡିଖୁଡି ଗାଁରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଏହି ଅଂଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଏକ ପ୍ରକଳ୍ପ ନିର୍ମାଣ କରିବା କାମ ଆରମ୍ଭ ହୋଇଛି । ଯାହାକୁ ଗଜପତି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଗାଁକୁ ଓଡିଶାର କୌଣସି ଅଧିକାରୀ କେବେହେଲେ ଆସୁନଥିବା ବେଳେ ଆନ୍ଧ୍ର ସମସ୍ତ ପ୍ରକାର ଉନ୍ନତି କରୁଥିବାରୁ ଆନ୍ଧ୍ର ନିର୍ବାଚନରେ ସାମିଲ ହେବା ପାଇଁ ଆମେ ନିଷ୍ପତ୍ତି ନେଇଥିଲୁ । କିନ୍ତୁ ବର୍ତମାନ ଓଡିଶାର ଅଧିକାରୀ ଗାଁକୁ ଆସି ଆମ ଦୁଃଖ ଶୁଣିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଥିବାରୁ ଆଉ ଆନ୍ଧ୍ରର ନିର୍ବାଚନରେ ସାମିଲ ହେବୁନାହିଁ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ଆନ୍ଧ୍ରର ଷଡଯନ୍ତ୍ର ଜାଣିବା ପରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ଟିମ୍ ଗତ ପ୍ରାୟ 4ଦିନ ହେଲାଣି ଏହି ଅଞ୍ଚଳରେ ଡେରା ପକାଇଛନ୍ତି । ଆନ୍ଧ୍ର ନିଜର ବୋଲି କହି ନିର୍ବାଚନ କରୁଥିବା ଏହି 6ଟି ଗାଁ ସଂପୂର୍ଣ୍ଣ ଭାବେ ଓଡିଶାର । ଏହାକୁ ନେଇ କୌଣସି ବିବାଦ ନାହିଁ । ତଥାପି ଆନ୍ଧ୍ର ଏଭଳି କରିବା ଆଦୌ ଠିକ୍ ହୋଇନାହିଁ । ତେଣୁ ଏହି ଲୋକମାନେ କିଭଳି ଆନ୍ଧ୍ରର ନିର୍ବାଚନରେ ସାମିଲ ହେବେ ନାହିଁ ସେନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସମୟରେ ଏହି ଅଞ୍ଚଳର ସମସ୍ୟା ସଂପର୍କରେ ସବୁକିଛି ଜଣାପଡିଛି । ଏବୁର ସମାଧାନ ପାଇଁ ପଦକ୍ଷେପ ଗ୍ହରହଣ କରାଯିବ ବହୋଲି କହିଛନ୍ତି ଉପଜିଲ୍ଲାପାଳ । ସୀମାରେ ଅନୁପ୍ରବେଶ କରିବା, ଓଡିଶାର ଜଳ,ଜମି,ଜଙ୍ଗଲକୁ ଲୁଟିବା ପାଇଁ ପ୍ରଯାସ କରିବା ଆନ୍ଧ୍ର ପାଇଁ କୌଣସି ନୂଆ କଥା ନୁହେଁ । ସବୁବେଳେ ସୀମାନ୍ତବର୍ତି ଅଞ୍ଚଳରେ ବିବାଦ ସୃଷ୍ଟି କରିବା ଆନ୍ଧ୍ରର ଏକ ପୁରୁଣା ରୋଗ । ତେଣୁ ରାଜ୍ୟ ସରକାର ଏହାର ଉଚିତ ଜବାବ ଦେବାର ସମୟ ଆସିସାରିଛି । ତେବେ ସରକାର ଏହା କରିବାରେ କେତେ ସଫଳ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.