ETV Bharat / state

କୋରୋନା ରୋଗୀଙ୍କ ସେବାରେ ଆମ୍ବୁଲାନ୍ସ ଡ୍ରାଇଭର୍, ସଂକ୍ରମଣକୁ ନାହିଁ ଖାତିର୍ - କୋରୋନା ରୋଗୀ

କୋରୋନା, ସମ୍ପର୍କକୁ ତୁଚ୍ଛ କରି ଦେଇଛି । ଏଠି ବାପା, ପୁଅର ମୃତଦେହ ଛୁଇଁବାକୁ ଚାହୁଁନି କି ସ୍ତ୍ରୀ,ସ୍ବାମୀର ପାଖ ମାଡୁନି । ମରିବା ପରେ ବି ମିଳୁନି ସମ୍ମାନ । ଏପରି ସ୍ଥିତିରେ ନିଜ ଜୀବନକୁ ଖାତିର୍ ନକରି ଅନ୍ୟର ସେବାରେ ନିଜକୁ ସମର୍ପି ଦେଇଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର୍ । ଅଧିକ ପଢନ୍ତୁ...

କୋରୋନା ରୋଗୀଙ୍କ ସେବାରେ ଆମ୍ବୁଲାନ୍ସ ଡ୍ରାଇଭର୍, ସଂକ୍ରମଣକୁ ନାହିଁ ଖାତିର୍

author img

By

Published : May 27, 2021, 3:11 PM IST

ଗଜପତି: କୋରୋନା, ସମ୍ପର୍କକୁ ତୁଚ୍ଛ କରି ଦେଇଛି । ଏଠି ବାପା, ପୁଅର ମୃତଦେହ ଛୁଇଁବାକୁ ଚାହୁଁନି କି ସ୍ତ୍ରୀ,ସ୍ବାମୀର ପାଖ ମାଡୁନି । ମରିବା ପରେ ବି ମିଳୁନି ସମ୍ମାନ । ଏପରି ସ୍ଥିତିରେ ନିଜ ଜୀବନକୁ ଖାତିର୍ ନକରି ଅନ୍ୟର ସେବାରେ ନିଜକୁ ସମର୍ପି ଦେଇଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର୍ । ଅନେକ ସ୍ଥାନରେ ଆମ୍ବୁଲାନ୍ସ ଡ୍ରାଇଭର୍ ଲୋକଙ୍କୁ ଲୁଟୁଥିବା ବେଳେ ଗଜପତିରୁ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠି ଲୋକଙ୍କ ସେବା ପାଇଁ ନିଜ ଘର ଲୋକଙ୍କୁ ବି ପର କରିଦେଇଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର୍ ।

କୋରୋନା ରୋଗୀଙ୍କ ସେବାରେ ଆମ୍ବୁଲାନ୍ସ ଡ୍ରାଇଭର୍, ସଂକ୍ରମଣକୁ ନାହିଁ ଖାତିର୍
ଜିଲ୍ଲାରେ ହାତଗଣତି ସରକାରୀ ଆମ୍ବୁଲାନ୍ସ । ଏଭଳି ସ୍ଥିତିରେ କିଛି ପ୍ରାଇଭେଟ୍ ଗାଡିକୁ ଆମ୍ବୁଲାନ୍ସ ଭାବରେ ବ୍ୟବହାର କରୁଛନ୍ତି ସରକାର । କଣ୍ଟ୍ରୋଲ ରୁମରୁ କଲ୍ ଆସିବା ମାତ୍ରେ ଖାଇବା-ପିଇବା ଛାଡି ସେବାରେ ଲାଗିପଡୁଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର୍ । ରୋଗୀକୁ ସ୍ପର୍ଶ ନକଲେ ମଧ୍ୟ କୋରୋନାର ଭୟ ଥିବାରୁ ନିଜ ଘରକୁ ବି ଯାଉ ନାହାଁନ୍ତି ସେମାନେ, 24 ଘଣ୍ଟା ଲୋକଙ୍କ ସେବାରେ ନିୟୋଜିତ ଥିବା ସହ ପ୍ରତିଥର ଗାଡି ସହ ନିଜକୁ ସାନିଟାଇଜ୍ କରୁଛନ୍ତି । ବର୍ତ୍ତମାନ ଜିଲ୍ଲାରେ 41ଟି ଆମ୍ବୁଲାନ୍ସ କାର୍ଯ୍ୟ କରୁଥିବାବେଳେ ସେଥିମଧ୍ୟରୁ ୧୯ଟି ସରକାରୀ ଓ ୨୨ଟି ବେସରକାରୀ ଗାଡି । ମାତ୍ର ୩୭ଟି ଆମ୍ବୁଲାନ୍ସରେ ରହିଛି ଅମ୍ଳଜାନ ସୁବିଧା । ୧୬ଟି ଆମ୍ବୁଲାନ୍ସ ବିଭିନ୍ନ ବ୍ଳକରେ ନିୟୋଜିତ ହୋଇଥିବାବେଳେ ୬ଟି ପାରଳାଖେମୁଣ୍ଡି ପୌରାଞ୍ଚଳରେ କାର୍ଯ୍ୟ କରୁଛି ।

ସେହିପରି ୭ଟି ୧୦୮, ୬ଟି ୧୦୨ ଏବଂ ଅନ୍ୟ ୪ଟି କୋଭିଡ୍ ଆମ୍ବୁଲାନ୍ସ ଓ ଗୋଟିଏ ଲାଇଫ୍ ସେଭିଂ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ସେହିପରି ସାମାନ୍ୟ ଆକ୍ରାନ୍ତଙ୍କୁ ଆଣିବା ପାଇଁ ୧୫ଟି ଏବଂ ମୃତଦେହ ନେବା ପାଇଁ ୮ଟି ବେସରକାରୀ ଗାଡିକୁ ନିୟୋଜିତ କରାଯାଇଛି । ମହାମାରୀ ସମୟରେ ଯେଉଁଠି ସମ୍ପର୍କୀୟ ହାତ ଛାଡୁଛନ୍ତି, ସେଠି ଆମ୍ବୁଲାନ୍ସ ଡ୍ରାଇଭର୍ ପ୍ରତିଟି ପରିସ୍ଥିତିରେ ସାହାଯ୍ୟର ହାତ ବଢାଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.