ETV Bharat / state

ACF ମୃତ୍ୟୁ ମାମଲା, ସିଲ୍ କ୍ବାର୍ଟରରେ ପହଞ୍ଚିଲା ସାଇଣ୍ଟିଫିକ ଟିମ୍ - ACF family arrived at quarter

ACF ମୃତ୍ୟୁ ମାମଲା, ସିଲ୍ କ୍ବାର୍ଟରରେ ପହଞ୍ଚିଲେ ପରିବାର-ସାଇଣ୍ଟିଫିକ ଟିମ୍

author img

By

Published : Jul 16, 2021, 6:35 PM IST

Updated : Jul 16, 2021, 8:15 PM IST

18:26 July 16

ACF ମୃତ୍ୟୁ ମାମଲା, ସିଲ୍ କ୍ବାର୍ଟରରେ ପହଞ୍ଚିଲେ ପରିବାର-ସାଇଣ୍ଟିଫିକ ଟିମ୍

ACF ମୃତ୍ୟୁ ମାମଲା, ସିଲ୍ କ୍ବାର୍ଟରରେ ପହଞ୍ଚିଲେ ପରିବାର-ସାଇଣ୍ଟିଫିକ ଟିମ୍

ଗଜପତି: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା  । ସୌମ୍ୟରଞ୍ଜନ ପୋଡି ହୋଇଥିବା ସରକାରୀ କ୍ବାର୍ଟରରେ ପହଞ୍ଚିଲେ ତାଙ୍କ ପରିବାର ଲୋକେ  । ସେପଟେ ଏହି ମୃତ୍ୟୁ ଘଟଣାର ଛାନଭିନ ପାଇଁ ଆଜି ପାରଳାଖେମୁଣ୍ଡିସ୍ଥିତ ଏହି କ୍ବାର୍ଟରରେ ପହଞ୍ଚିଛି ସାଇଣ୍ଟିଫିକ ଟିମ୍ । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରଠୁ ତାଙ୍କ କ୍ବାର୍ଟରକୁ ସିଲ୍ କରାଯାଇଥିବାବେଳେ ପରିବାର ଲୋକଙ୍କ ଉପସ୍ଥିତିରେ ଆଜି(ଶୁକ୍ରବାର) ଏହାକୁ ଖୋଲାଯାଇଛି  । ଏହି ସମୟରେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ମଧ୍ୟ ଉପସ୍ଥିତ ଅଛନ୍ତି  । ସାଇଣ୍ଟିଫିକ ଟିମ୍ ସଦସ୍ୟ ଘରୁ ଭିତରକୁ ଯାଇ ଯାଞ୍ଚ କରିଛନ୍ତି  ।  

ସୌମ୍ୟରଞ୍ଜନଙ୍କ ବାପା ଅଭିଯୋଗ କରିଛନ୍ତି ଯେ ମୋ ପୁଅ କୌଣସି ପ୍ରକାରେ ଆତ୍ମହତ୍ୟା କରିନାହିଁ । ତାକୁ ହତ୍ୟା କରାଯାଇଛି  । ତେଣୁ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ ଠାବ କରାଯାଉ  । ସେହିଭଳି ତାଙ୍କ ଓକିଲ କହିଛନ୍ତି କି ଏହି ସରକାରୀ ବାସଭବନ ଘଟଣାସ୍ଥଳ ନୁହେଁ  । ଅନ୍ୟ କେଉଁଠାରେ ସୌମ୍ୟଙ୍କ ହତ୍ୟା କରାଯାଇ ତାଙ୍କ କ୍ବାର୍ଟରକୁ ମୃତ୍ୟୁସ୍ଥଳ ଭାବେ ଦର୍ଶାଯାଉଛି  । ଆହୁରି ମଧ୍ୟ ଗୋଟିଏ ମଣିଷ ପୋଡିଯାଇଛି ଅଥଚ ଘରର କୌଣସି ଜିନିଷ ନଷ୍ଟ ହୋଇନାହିଁ କି କାନ୍ଥ କଳା ପଡିନି  । ଯାହାକି ସନ୍ଦେହକୁ ଆହୁରି ଦୃଢୀଭୂତ କରୁଛି  । ତେଣୁ ଘଟଣାର ଉପଯୁକ୍ତ ତଦନ୍ତ ହେଲେ ସବୁ ରହସ୍ୟ ଉପରୁ ପରଦା ଉଠିବ ବୋଲି ସେ କହିଛନ୍ତି  ।  

ତେବେ ଏହି ଘଟଣାରେ ପୋଲିସର ତଦନ୍ତ ପ୍ରକ୍ରିୟା ମଧ୍ୟ ସନ୍ଦେହ ଘେରକୁ ଆସିଛି  । କାରଣ ଥାନାରେ ମାମଲା ରୁଜୁ ହେବାର ଇତିମଧ୍ୟରେ ୩ ଦିନ ବିତି ସାରିଥିଲେ ମଧ୍ୟ ପୋଲିସ ଏ ଯାଏଁ କେବଳ ରୋଷେୟାକୁ ପଚରାଉଚରା କରିଛି  । କିନ୍ତୁ ଡିଏଫଓ ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପାଖରେ ପହଞ୍ଚି ପାରିନାହିଁ  । ସେହିଭଳି ଶୁକ୍ରବାର ସକାଳ ଯାଏଁ ସମ୍ପୃକ୍ତ ସରକାରୀ ବାସଭବନର ଚାବି ସୌମ୍ୟଙ୍କ ପନ୍ତ୍ରୀଙ୍କ ପାଖରେ ଥିବା କହୁଥିବା ପୋଲିସ ସନ୍ଧ୍ୟାରେ ସେହି ଘରର ଚାବି ଖୋଲିବା ଘଟଣା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି  ।  

ଘଟଣାରେ ଗଜପତି ଏଏସପି ବାମଦେବ ସିଂହ କହିଛନ୍ତି ଯେ ମୃତ ସୌମ୍ୟଙ୍କ ପତ୍ନୀଙ୍କୁ ଘରର ଚାବି ଦିଆଯାଇଥିଲା କିନ୍ତୁ ସେ ଡିଏଫଓ କାର୍ଯ୍ୟାଳୟରେ ଦେଇଥିଲେ । ତେବେ ସାଇଣ୍ଟିଫିକ ଟିମର ରିପୋର୍ଟ ହିଁ ପ୍ରକୃତ ଘଟଣା ସ୍ପଷ୍ଟ କରିବ ଏବଂ ସେହି ଅନୁସାରେ ତଦନ୍ତ କରାଯିବ ବୋଲି ଏଏସପି କହିଛନ୍ତି । 

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Jul 16, 2021, 8:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.