ETV Bharat / state

ବର୍ଦ୍ଧିତ ବିଜୁଳି ଦର ପ୍ରତିବାଦରେ ଆପର ବିକ୍ଷୋଭ

author img

By

Published : Apr 9, 2021, 6:26 PM IST

ରାଜ୍ୟରେ ବିଜୁଳି ଦର ବୃଦ୍ଧି ନେଇ ତେଜୁଛି ଅସନ୍ତୋଷ । ସମାନ ପ୍ରସଙ୍ଗରେ ଗଜପତି ଜିଲ୍ଲା ଆପ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ....

ବର୍ଦ୍ଧିତ ବିଜୁଳି ଦର ପ୍ରତିବାଦରେ ଆପର ବିକ୍ଷୋଭ
ବର୍ଦ୍ଧିତ ବିଜୁଳି ଦର ପ୍ରତିବାଦରେ ଆପର ବିକ୍ଷୋଭ

ଗଜପତି: ରାଜ୍ୟରେ ବିଜୁଳି ଦର ବୃଦ୍ଧି ନେଇ ବିଭିନ୍ନ ଦଳ ପକ୍ଷରୁ ବିରୋଧ କରାଯାଉଛି । ଶୁକ୍ରବାର ଗଜପତି ଜିଲ୍ଲା ଆପ୍ ମଧ୍ୟ ଏହି ବର୍ଦ୍ଧିତ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରିଛି । ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ବରେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ କଲେଜ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ପ୍ରତ୍ୟେକ ପରିବାରକୁ ମାସକୁ ୨୦୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦେବା ନେଇ ଦାବି କରିବା ସହ ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ଶକ୍ତିମନ୍ତ୍ରୀଙ୍କୁ ଆପ୍ ଦାବିପତ୍ର ପ୍ରଦାନ କରିଛି ।

ଦିଲ୍ଲୀରେ ଆପ୍ ସରକାର ନିଜେ ବିଦ୍ୟୁତ୍ ଉତ୍ପାଦନ କରୁନଥିବା ସତ୍ତ୍ବେ ମଧ୍ୟ ଘରୋଇ କମ୍ପାନୀ ଠାରୁ କିଣି ପ୍ରତ୍ୟେକ ପରିବାରକୁ ମାସକୁ ୨୦୦ ୟୁନିଟ୍ ମାଗଣା ଓ ୨୪ ଘଣ୍ଟା ବିଦ୍ୟୁତ୍ ଯୋଗାଇ ଦେଉଛନ୍ତି । ହେଲେ ଓଡ଼ିଶା ଏକ ବିଦ୍ୟୁତ୍ ବଳକା ରାଜ୍ୟ ହୋଇଥିବାବେଳେ ରାଜ୍ୟ ସରକାର ଅନ୍ୟ ରାଜ୍ୟଗୁଡ଼ିକୁ ବିଦ୍ୟୁତ୍ ବିକ୍ରି କରୁଛନ୍ତି ଏବଂ ନିଜ ରାଜ୍ୟର ୪.୫୦ କୋଟି ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଶୋଷଣ କରିବାରେ ଲାଗିଛନ୍ତି । ଦିଲ୍ଲୀରେ କେଜ୍ରିୱାଲ ସରକାର ବିଦ୍ୟୁତ୍ କମ୍ପାନୀମାନଙ୍କର ଅଡିଟ୍ କରି ବିଦ୍ୟୁତ୍ ଚୋରି ବନ୍ଦ କରିଥିବାବେଳେ ଓଡ଼ିଶାର ନବୀନ ସରକାର କମ୍ପାନୀମାନଙ୍କର ଦଲାଲ୍ ସାଜିଛନ୍ତି । ଦିଲ୍ଲୀ ଭଳି ଓଡ଼ିଶାରେ ମଧ୍ୟ ବିଦ୍ୟୁତ୍ ଆବଣ୍ଟନ ଓ ବିତରଣ କ୍ଷେତ୍ରରେ ସଂସ୍କାର ଆଣିବା ଦରକାର ବୋଲି ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ଦାବି କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ସଭାପତି ଶୈଳବାଳା ପଣ୍ଡା, କିଶୋର ଚନ୍ଦ୍ର ଗୁରୁ, ଦେବେନ୍ଦ୍ରନାଥ ଜମାଦାର, ଲିଙ୍ଗରାଜ ପାଣିଗ୍ରାହୀ, ଲୋଗୋସ୍ ଦାସ୍ ବର୍ଜନ, ଲୋକନାଥ ଭୁକ୍ତା, ଲୁସେନ୍ୟ ଗମାଙ୍ଗ, ଶେଖ ମୋଜିବ, ପୋନ୍ଦୁରୁ କୁମାର, ସଚିଦାନନ୍ଦ ପଣ୍ଡିତ, ମାଳତୀ ଜେନା, କୋଟେଶ୍ବର ରାଓ, ସମିର ମିସାଲ, ମଧୁ ଖୁଙ୍ଗାଲ ପ୍ରମୁଖ ଯୋଗ ଦେଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.