ETV Bharat / state

ଗଜପତିରେ ଆଉ ୭୬ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ୩୫୫କୁ ବୃଦ୍ଧି - 76 new corona positive reported in gajapati

ଗଜପତି ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ଯାହା ଦ୍ବାରା ୩୫୫ରେ ପହଞ୍ଚିଛି ମୋଟ ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ...

ଗଜପତିରେ ଆଉ ୭୬ଟି ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ୩୫୫କୁ ବୃଦ୍ଧି

author img

By

Published : Jun 24, 2020, 3:30 PM IST

ଗଜପତି: ଜିଲ୍ଲାରେ ବୁଧବାର ପୁଣି ୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୫ରେ ପହଞ୍ଚିଛି । ବୁଧବାର ଚିହ୍ନଟ ହୋଇଥିବା ୭୬ ଜଣଙ୍କ ମଧ୍ୟରୁ ୬୨ ଜଣ ଗୋଷାଣି ବ୍ଲକର ହୋଇଥିବା ବେଳେ ରାୟଗଡ ବ୍ଳକର ୧୦ ଜଣ, ଗୁମା ଏବଂ କାଶୀନଗର ବ୍ଲକର ୨ ଜଣ ଲେଖାଏଁ ରହିଥିବା ସୂଚନା ମିଳିଛି।

ଗଜପତିରେ ଆଉ ୭୬ଟି ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ୩୫୫କୁ ବୃଦ୍ଧି

ସେହିଭଳି ୨୩ ଜଣ ତାମିଲନାଡୁ ଫେରନ୍ତା ହୋଇଥିବା ବେଳେ ୨୮ ତେଲେଙ୍ଗାନା ଜଣେ ଲେଖାଁଏ ତ୍ରିପୁରା ଏବଂ ଆନ୍ଧ୍ରପ୍ରଦେଶରୁ ୧୬ଜଣ ଲେଖାଏଁ ଫେରିଥିବା ପ୍ରଶାସନ କହିଛି । ବୁଧବାର ଚିହ୍ନଟ ହୋଇଥିବା ୭୬ ଜଣଙ୍କ ମଧ୍ୟରୁ ୬୮ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ବଳକା ୮ ଜଣ କଣ୍ଟେନମେଣ୍ଟ ଜୋନ ଅଞ୍ଚଳର ବୋଲି ପ୍ରଶାସନ ସୂଚନା ଦେଇଛି ।

କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ବାସ୍ଥ୍ୟ ଟିମ ଯାଞ୍ଚ ବେଳେ ଚିହ୍ନଟ ହୋଇଥିବା ୮ ଜଣ ବ୍ୟକ୍ତିଙ୍କ ଲକ୍ଷଣ ଥିବା ଜଣାପଡିବା ପରେ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି । ସେପଟେ ଜିଲ୍ଲାରେ ମୋଟ ୩୫୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୮ ଜଣ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ଅନ୍ୟ ୨୫୭ ଜଣଙ୍କ ଚିକିତ୍ସା ଜାରି ରହିଥିବା ଜିଲ୍ଲାପାଳ କହିଛନ୍ତି ।

ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ ୬୮ ଜଣ ବିଭିନ୍ନ ପର୍ଯ୍ୟାୟରେ ଜିଲ୍ଲାକୁ ଫେରିଥିବା ବେଳେ ଗଜପତି ଜିଲ୍ଲାର ନାକାରେ ପ୍ରଶାସନ ଏମାନଙ୍କୁ ଧରିଥିଲା। ଏହାପରେ ସେମାନେ ଆନୁଷ୍ଠାନିକ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ଏହାପରେ ସେମାନଙ୍କ ଠାରେ କୋରୋନା ଲକ୍ଷଣ ଦେଖାଦେବାରୁ ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇଥିଲା ।

ସେହିଭଳି ଅନ୍ୟ ୮ଜଣ ଆକ୍ରାନ୍ତଙ୍କ କୌଣସି ଗସ୍ତସୁଚୀ ନଥିଲେ ମଧ୍ୟ ସ୍ବାସ୍ଥ୍ୟ ଟିମ୍ ଗାଁରେ ସ୍ବାସ୍ଥ୍ୟ ପରୀକ୍ଷା କଲାବେଳେ ଲକ୍ଷଣ ଥିବାରକୁ ତାଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଗତ ୨୦ ଏବଂ ୨୧ ରେ ଏମାନଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଯାହାର ରିପୋର୍ଟ ବୁଧବାର ହସ୍ତଗତ ହୋଇଥିବା ବେଳେ ପଜିଟିଭ ଥିବା ଜଣାପଡିଛି । ତେଣୁ ଆକ୍ରାନ୍ତ ମାନଙ୍କୁ ତୁରନ୍ତ ଆର.ସୀତାପୁର ସ୍ଥିତ ଜିଲ୍ଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.