ETV Bharat / state

ଗଜପତିରେ ପୁଣି ୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Jun 11, 2020, 12:56 PM IST

ରାଜ୍ୟରେ କ୍ରମାଗତ ଭାବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଗୁରୁବାର ଗଜପତିରେ ପୁଣି ୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

corona
ଗଜପତିରେ ପୁଣି ୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଗଜପତି: ରାଜ୍ୟରେ କ୍ରମାଗତ ଭାବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଗୁରୁବାର ଗଜପତିରେ ପୁଣି ୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ଜଣେ ଗୁଜୁରାଟ ଫେରନ୍ତା ହୋଇଥିବାବେଳେ ଜଣେ ଆନ୍ଧ୍ରପ୍ରଦେଶ ଓ ଅନ୍ୟ ୫ ଜଣ ତାମିଲନାଡୁ ଫେରନ୍ତା ବୋଲି ଜଣାପଡିଛି । ଏମାନେ ଗଜପତି ଜିଲ୍ଲାକୁ ଆସିବା ପରେ ପରେ ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିଲେ।

ସେମାନଙ୍କ ଠାରେ କୋରୋନା ଲକ୍ଷଣ ଦେଖାଯାଇ ଥିବାରୁ ସେମାନଙ୍କ ସ୍ୱାବ୍ ଟେଷ୍ଟ ନିଆଯାଇଥିଲା । ଗୁରୁବାର ସେମାନେ କୋରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ସମସ୍ତ ୭ ଜଣଙ୍କୁ କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି ।

ତେବେ ବର୍ତ୍ତମାନ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚି ଥିବାବେଳେ ସେମାନଙ୍କ ମଧ୍ୟରୁ 33 ଜଣ ସୁସ୍ଥ ହୋଇସାରିଛନ୍ତି, ୪୬ ଜଣ ଆକ୍ରାନ୍ତ ଆର ସୀତାପୁରସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3386 କୋରୋନା ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 2282 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେସୁଦ୍ଧା ରାଜ୍ୟରେ 9 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.