ETV Bharat / state

2 ଲୁଗା ବୋଝେଇ ପିକଅପ ଭ୍ୟାନରୁ 20 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 6 ଗିରଫ

author img

By

Published : Jan 31, 2021, 8:03 AM IST

ପାଟ୍ରୋଲିଂ ବେଳେ ୨ ଗୋଟି ପିକଅପ ଭ୍ୟାନରୁ ଜବତ ହେଲା ୪ କ୍ବିଣ୍ଟାଲ ୧୮ କେଜି ଗଞ୍ଜେଇ, ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା । ଏହା ସହ 6 ଜଣଙ୍କୁ ଗିଫ କଲା ଅଡ଼ବା ଥାନା ପୋଲିସ । ଅଧିକ ପଢନ୍ତୁ...

ଲୁଗାବୋଝେଇ ୨ଟି ପିକଅପ ଭ୍ୟାନରୁ ୪୧୮ କେଜି ଗଞ୍ଜେଇ ଜବତ

ଗଜପତି: ଲୁଗା ବୋଝେଇ ୨ଟି ପିକଅପ ଭ୍ୟାନରୁ ଜବତ ହେଲା ୪୧୮ କେଜି ଗଞ୍ଜେଇ । ଗଜପତି ଜିଲ୍ଲା ଅଡ଼ବା ଥାନା ପୋଲିସ ପାଟ୍ରୋଲିଂ ବେଳେ ନକାଘାଟ ନିକଟରେ ୨ ଗୋଟି ପିକଅପ ଭ୍ୟାନରୁ ୪ କୁଇଣ୍ଟାଲ ୧୮ କେଜି ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୁଣୁପୁର ଅଞ୍ଚଳର ଦୁର୍ଗା ପ୍ରସାଦ, ଶ୍ରୀଧର ସାହୁ, କେ. ନବୀନ ଓ ହରିୟାଣା ପଞ୍ଚକୁଲାର ରାମ କୁମାର, ରାଜ କୁମାର ଓ ଓକିଲ ସିଂ ।

ଅଡ଼ବା ପୋଲିସ ନଳାଘାଟ ଓ ମାଣ୍ଡିମେରା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ନାଳଘଟ ରାସ୍ତାରେ ସନ୍ଦେହ କରି ୨ଗୋଟି ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ କରିଥିଲେ । ତେବେ ଯାଞ୍ଚ ବେଳେ ଲୁଗା ଗଣ୍ଠିଲି ଭିତରେ ଗଞ୍ଜେଇ ମିଳିଥିଲା । ଯାହାର ଆନୂମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ । ଅଭିଯୁକ୍ତମାନେ ଗୁଣପୁରରୁ ଗାଡି ଭଡା କରି ମାଣ୍ଡିମେରା ଅଞ୍ଚଳରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଅଭିମୁଖେ ଚାଲାଣ କରୁଥିବା ତଦନ୍ତରୁ ଜଣାପଡିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.