ETV Bharat / state

ଗଜପତିରେ ମରକ୍କୋ ମନ୍ତ୍ରଣାଳୟର ୪ ଜଣିଆ ପ୍ରତିନିଧି ଦଳ, ବୁଲି ଦେଖିଲେ ବିଶ୍ବ ବିଦ୍ୟାଳୟ କ୍ୟାମ୍ପସ - ସେଞ୍ଚୁରିଆନ ୟୁନିଭର୍ସିଟି

ରାଜ ସିତାପୁର ସ୍ଥିତ ଆଲୁରୀ ନଗର ଠାରେ ପ୍ରତିଷ୍ଠିତ ସେଞ୍ଚୁରିଆନ ୟୁନିଭର୍ସିଟିକୁ ମରୋକ୍କୋ ମନ୍ତ୍ରଣାଳୟର ୪ ଜଣିଆ ପ୍ରତିନିଧିଙ୍କ ଗସ୍ତ । ଅଧିକ ପଢନ୍ତୁ

4member of ministry of morocco
4member of ministry of morocco
author img

By

Published : May 25, 2023, 2:04 PM IST

morocco delegation visits gajapati

ଗଜପତି: ଜିଲ୍ଲାର ରାଜ ସିତାପୁର ସ୍ଥିତ ଆଲୁରୀ ନଗର ଠାରେ ପ୍ରତିଷ୍ଠିତ ସେଞ୍ଚୁରିଆନ ୟୁନିଭର୍ସିଟିକୁ ମରୋକ୍କୋ ମନ୍ତ୍ରଣାଳୟର ୪ ଜଣିଆ ପ୍ରତିନିଧି ପରିଦର୍ଶନ କରିଛନ୍ତି । ୟୁନିଭର୍ସିଟିର କ୍ୟାମ୍ପସ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଉଚ୍ଚ ପ୍ରଶଂସା କରିଛନ୍ତି । ତେବେ ଏହି ୪ଜଣିଆ ପ୍ରତିନିଧି ଦଳ ସେଞ୍ଚୁରିଆନ ୟୁନିଭର୍ସିଟିକୁ ଗତ ୨୧ ତାରିଖ ଠାରୁ ଆସି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ କ୍ୟାମ୍ପସରେ ହୋଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ନୃଶଂସ ସ୍ବାମୀ: ବିଲରେ ସ୍ତ୍ରୀକୁ ହତ୍ୟା ପରେ କଟାମୁଣ୍ଡ ଧରି ଘରକୁ ଫେରିଲା

ପ୍ରତିନିଧି ଦଳ ୟୁନିଭର୍ସିଟିକୁ ପରିଦର୍ଶନରେ ଆସିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଉଚ୍ଚଶିକ୍ଷା, ବୈଜ୍ଞାନିକ ଅନୁସନ୍ଧାନ ଓ ନବ ସୃଜନ କ୍ଷେତ୍ରରେ ଉଭୟ ଦେଶର ରହିଥିବା ଏକାଡେମିକ ସମ୍ପ୍ରଦାୟକୁ ମଜବୁତ୍ କରିବା । ଏଥିସହ ମହତ୍ବପୂର୍ଣ୍ଣ ସୁବିଧା ପାଇବା ଲକ୍ଷ୍ୟରେ ଉଭୟଙ୍କ ମଧ୍ୟରେ ସମସ୍ତ ପ୍ରକାରର ଆନୁଷଙ୍ଗିକ ସହଯୋଗ ପାଇଁ ସମ୍ଭାବ୍ୟ ଉପାୟ ଅନୁସନ୍ଧାନ କରିବା । ତେବେ ଏନେଇ ଉଚ୍ଚଶିକ୍ଷା ତଥା ଶିକ୍ଷାଗତ ବିକାଶ ବିଭାଗ ମୁଖ୍ୟ ମହମ୍ମଦ ତାହିରୀ, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଉପସଭାପତି ପ୍ରଫେସର ଡି.ଏନ୍ ରାଓ ଆସୋସିଏଟ୍ ଡାଇରେକ୍ଟର – ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ସମ୍ପର୍କ ଏବଂ ସରକାରୀ ଭାଗିଦାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ଏବଂ ସହଯୋଗ ଉପରେ ଆଲୋଚନା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ - ଆଜିଠୁ ଦେବଭୂମିରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ସେହିପରି ଶିଳ୍ପ ଦକ୍ଷତା ସମନ୍ୱିତ ଶିକ୍ଷା, ସ୍ମାର୍ଟ କୃଷି, ସ୍ୱୟଂଚାଳିତ, ଡିଜିଟାଲ୍ ଉତ୍ପାଦନ, ଏରୋସ୍ପେସ୍ , ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି ଇତ୍ୟାଦି ଶିଖିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ । ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା, ବୈଜ୍ଞାନିକ ଅନୁସନ୍ଧାନ ଏବଂ ନବସୃଜନ ଦାୟିତ୍ଵରେ ଥିବା ଅଧିକାରୀଙ୍କ ସହଯୋଗ, ଧାରଣା ଆଦାନ-ପ୍ରଦାନ ଏବଂ ପାରସ୍ପରିକ ବୁଝାମଣା ଆଲୋଚନା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମରକ୍କୋରୁ ଆସିଥିବା ପ୍ରତିନିଧି ମାନେ ବିଭିନ୍ନ କର୍ମଶାଳାରେ ଦକ୍ଷତା ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଏଥି ସହ ମିନି ଡାଏରୀ ଏବଂ ବେକରୀ, ମିନି ଟୁଲ୍ ରୁମ୍ ଏବଂ ଆଇଚର୍ ଲ୍ୟାବ, ବାୟୋଫର୍ଟିଲାଇଜର, ଭର୍ମିକମ୍ପୋଷ୍ଟ , ଜୈବିକ ଫାର୍ମ, ମଶରୁମ୍ ୟୁନିଟ, ଆପିରି, କୃଷି ନର୍ସରୀ, ମତ୍ସ୍ୟ, ପଶୁପାଳନ, ଡ୍ରାଗନ୍ ଫ୍ରୁଟ୍ ଫାର୍ମ, ହାଇଡ୍ରୋପୋନିକ୍ସ, ୩-ଡି ଲ୍ୟାବ୍ ପ୍ରଭୃତି ପରିଦର୍ଶନ କରିଥିଲେ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.