ଗଜପତି: ମୋହନା ନିକଟସ୍ଥ ରାଇସିଂ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ସହ ପିକ୍ ଅପ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ କବାଡ଼ି ପଞ୍ଚାୟତ ରାମନାଜୁ ଗାଁର ରାଜେନ୍ଦ୍ର ମଲ୍ଲିକ, ସୁଧର ମଲ୍ଲିକ ଓ ହୁଏରି ଗାଁର ରାମଚନ୍ଦ୍ର ମଲ୍ଲିକ । ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୩ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।
ମିଳିଥିବା ସୂଚନା ଅନୁସାରେ ସୋମବାର ଅପରାହ୍ନ ପ୍ରାୟ ୩ ଟାରେ ବାଇକ୍ ଯୋଗେ ତିନି ଜଣ ମୋହନାରୁ କଙ୍ଗିବାଡ଼ି ଅଡ଼କୁ ଯାଉଥିଲେ । ଏହି ସମୟରେ ବିପରିତ ଦିଗରୁ ଏକ ପଅପ୍ ମୋହନା ଆସୁଥିବା ବେଳେ ରାଇସିଂ ଘାଟିରେ ମୁହଁ ମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା ୩ ଜଣ ଘଟଣ ସୁଳରେ ହିଁ ମୃତ୍ୟୁ ଘଟିଥିଲା । ଖବର ପାଇ ଏସ.ଡ଼ି.ପି.ଓ ଅଶୋକ ମହାନ୍ତିଙ୍କ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି ।
ମୋହନା ଥାନ କେସ ନଂ-୪୫/୨୦ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ । ମୃତ ପରିବାରଙ୍କୁ କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ ମୋହନା ମେଡ଼ିକାଲ ସାମ୍ନାରେ ରାସ୍ତା ଅବରୋଧ କରିଥିଲେ । ବିଡ଼ିଓ ବଂଶୀଧର ଖୋସଲା ଓ ଏସ.ଡ଼ି.ପି.ଓ ଲୋକଙ୍କୁ ବୁଝା ସୁଝା କରିବା ସହ ପ୍ରତି ମୃତକ ପରିବାରକୁ ରେଡ଼କ୍ରସ୍ ପାଣ୍ଠିରୁ ୨୦ ହଜାର ଟଙ୍କା ଲେଖାଏଁ ପ୍ରଦାନ ପାଇଁ ପ୍ରତିଶୃତି ଦେବା ପରେ ଲୋକେ ଆନ୍ଦୋଳନରୁ ଉଠିଥିଲେ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ