ETV Bharat / state

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ: ଗଜପତିର 2 ସିନେମା ହଲ୍ ସିଲ୍

ଗଜପତିରେ କୋଭିଡ ନିୟମ ଉଲ୍ଲଙ୍ଘନ କରି ସିନେମା ପ୍ରଦର୍ଶନ ଚାଲିଥିବା ସିନେମା ହଲକୁ ସିଲ୍ କଲା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ....

author img

By

Published : Apr 10, 2021, 4:56 PM IST

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସିନେମା ହଲ୍ ସିଲ୍

ଗଜପତି: କୋଭିଡ ନିୟମ ଉଲ୍ଲଙ୍ଘନ କରିବା ମହଙ୍ଗା ପଡ଼ିଛି ସିନେମା ହଲ୍ ମାଲିକଙ୍କୁ । ଆଜି(ଶନିବାର) ସହରର 2ଟି ସିନେମା ହଲକୁ ସିଲ କରିଛି ପ୍ରଶାସନ । ଅନ୍ୟାଦେଶ ଯାଏଁ ଏହା ନଖୋଲିବାକୁ ମଧ୍ୟ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ପ୍ରଶାସନର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇ ଥିବାବେଳେ ସିଲ ନକରି କୋଭିଡ଼ ନିୟମ ଅନୁସାରେ ସିନେମା ହଲ୍ ଚଳାଇବାକୁ ଅନୁମତି ଦେଲେ ଭଲ ହୋଇଥାନ୍ତା ବୋଲି ସିନେ ପ୍ରେମୀ କହିଛନ୍ତି ।

ତେବେ ଯେଉଁମାନେ ଆଇନ ଖିଲାପ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ପ୍ରଶାସନ । ସିନେମା ହଲ୍ ସିଲ୍ କରାଯିବା ପରେ ଅନ୍ୟ ବ୍ୟବସାୟୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଶୁକ୍ରବାର ସାରା ଦେଶରେ ରିଲିଜ୍ ହୋଇଥିଲା ତେଲୁଗୁ ସିନେମା 'ଓ୍ବକିଲ ସାବ’ । ତେଲୁଗୁ ଅଭିନେତା ପବନ କଲ୍ୟାଣଙ୍କ ଅଭିନୀତ ଏହି ସିନେମାକୁ ଦେଖିବା ପାଇଁ ଶୁକ୍ରବାର ସକାଳୁ ପ୍ରଥମ ସୋ’ରୁ ହିଁ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥିଲା । ଏହାପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଘଉଡାଇଥିଲା ।

ତେବେ ଆଜି(ଶନିବାର) ସକାଳୁ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ନାନୀ ଏବଂ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସହରର 2ଟି ଯାକ ସିନେମା ହଲ୍ ସିଲ କରିଛନ୍ତି । ଏଥିସହ ନିୟମ ଉଲ୍ଲଙ୍ଘନକାରୀ ହଲମାଲିକଙ୍କ ଠାରୁ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛନ୍ତି । ଅନ୍ୟପଟେ କାଗଜପତ୍ର ଯାଞ୍ଚ ସମୟରେ ବେଆଇନ ଭାବେ ଏହିସବୁ ହଲ ଚାଲୁଥିବା ପ୍ରଶାସନ ଜାଣିବାକୁ ପାଇଥିଲା । ତେଣୁ ତୁରନ୍ତ ଏସବୁକୁ ସିଲ କରାଯାଇଥିବା ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ନାନୀ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.