ETV Bharat / state

ସୁରୁଖୁରୁରେ ସରିଲା ମାତୃଭାଷା ପରୀକ୍ଷା, ଗଜପତିରେ 8590ଜଣ ପରୀକ୍ଷାର୍ଥୀ - ଗଜପତିରେ 8590ଜଣ ପରୀକ୍ଷାର୍ଥୀ

ଆଜି ଥିଲା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ। ଚଳିତ ବର୍ଷ ଜିଲ୍ଲାରେ ମୋଟ 8590ଜଣ ପରୀକ୍ଷାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ 7479ଜଣ ରେଗୁଲାର ହୋଇଥିବା ବେଳେ 772ଜଣ ଏକ୍ସ ରେଗୁଲାର ବୋଲି ଜଣାପଡ଼ିଛି। ଅଧିକ ଖବର ପଢନ୍ତୁ...

matric exam
ସୁରୁଖୁରୁରେ ସରିଲା ମାତୃଭାଷା ପରୀକ୍ଷା, ଗଜପତିରେ 8590ଜଣ ପରୀକ୍ଷାର୍ଥୀ
author img

By

Published : Feb 19, 2020, 3:14 PM IST

ଗଜପତି: ଆଜି ଥିଲା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ। ଚଳିତ ବର୍ଷ ଗଜପତି ଜିଲ୍ଲାରେ ମୋଟ 8590ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ 7479 ଜଣ ରେଗୁଲାର ହୋଇଥିବା ବେଳେ 772ଜଣ ଏକ୍ସ ରେଗୁଲାର ବୋଲି ଜଣାପଡ଼ିଛି।

ସୁରୁଖୁରୁରେ ସରିଲା ମାତୃଭାଷା ପରୀକ୍ଷା, ଗଜପତିରେ 8590ଜଣ ପରୀକ୍ଷାର୍ଥୀ

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ଅଧିନରେ 180ଜଣ ନୂଆ ଏବଂ 134ଜଣ ପୁରାତନ, କମ୍ପାଟମେଣ୍ଟ ରେଗୁଲାରରେ 20ଜଣ ଏବଂ ଏକ୍ସରେଗୁଲାରରେ ଜଣେ ଏବଂ ମଧ୍ୟମାରେ 4ଜଣ ପରୀକ୍ଷା ଦେଉଥିବା ସୂଚନା ମିଳିଛି । ମାର୍ଚ୍ଚ 2ତାରିଖ ଯାଏଁ ଚାଲିବାକୁ ଥିବା ଏହି ପରୀକ୍ଷାର ସୁପରିଚାଳନା ପାଇଁ ଜିଲ୍ଲାରେ ମୋଟ ୩୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ୪ଟି ନୋଡାଲ ସେଣ୍ଟର ପ୍ରସ୍ତୁତ କରାଯାଇଛି ଯେଉଁଠାରେ ପ୍ରଶ୍ନ ପତ୍ର ରହିଥିବା ବେଳେ ଏହାକୁ 24ଘଣ୍ଟିଆ ପୁଲିସ ପହରା ମଧ୍ୟରେ ରଖାଯାଇଛି । ସଠିକ ସମୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ଆଦି ପହଞ୍ଚାଇବା ପାଇଁ 9ଟି ଟିମ୍ ଗଠନ କରାଯାଇଥିଲା। ପ୍ରଥମ ଦିନର ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.