ETV Bharat / state

ରାଇପୁରରେ ଯୁବକଙ୍କୁ ପିଟିପିଟି ହତ୍ୟା, ଗାଁରେ ଉତ୍ତେଜନା - murder in dhenkanal

ଢେଙ୍କାନାଳ ଜିଲ୍ଲା ସଦର ଥାନା କଳାପାଣି ନିକଟସ୍ଥ ରାଇପୁରଠାରେ ଜଣେ ଯୁବକକୁ ସଙ୍ଘବଦ୍ଧ ଆକ୍ରମଣ । ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା । ଅଧିକ ପଢନ୍ତୁ...

ରାଇପୁରରେ ଯୁବକଙ୍କୁ ପିଟିପିଟି ହତ୍ୟା, ଗାଁରେ ଉତ୍ତେଜନା

author img

By

Published : Jun 15, 2020, 6:58 PM IST

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ କଳାପାଣି ନିକଟସ୍ଥ ରାଇପୁରଠାରେ ଜଣେ ଯୁବକକୁ ସଙ୍ଘବଦ୍ଧ ଆକ୍ରମଣ କରାଯିବା ସହ ପିଟିପିଟି ହତ୍ୟା କରାଯାଇଛି । ଗୁରୁତର ଅବସ୍ଥାରେ ଯୁବକଙ୍କର ରବିବାର ରାତିରେ କଟକରେ ମୃତ୍ୟୁ ପରେ ଢେଙ୍କାନାଳ ତରଭା ଗ୍ରାମବାସୀଙ୍କ ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଛି ।

ରାଇପୁରରେ ଯୁବକଙ୍କୁ ପିଟିପିଟି ହତ୍ୟା, ଗାଁରେ ଉତ୍ତେଜନା

ବ୍ୟବଚ୍ଛେଦ ପରେ ସୋମବାର ଅପରାହ୍ନରେ ଯୁବକଙ୍କ ମୃତ ଦେହ ଢେଙ୍କାନାଳ ଅଣାଯାଇଥିଲା । ତେବେ ତରଭା ଗ୍ରାମବାସୀ ଉତେଜିତ ହୋଇ କଳା ପାଣି ଛକଠାରେ ମୃତ ଦେହ ରଖି ରାସ୍ତା ଅବରୋଧ କରିଛନ୍ତି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଅଡି ବସିଛନ୍ତି ଆନ୍ଦୋଳନକାରୀ । ଘଟଣାସ୍ଥଳରେ ସଦର ଥାନା ପୋଲିସ ଓ ଏସଡ଼ିପିଓ ପୋଲିସ ଫୋର୍ସ ସହ ପହଞ୍ଚି ବୁଝାସୁଝା ଜାରି ରଖିଛନ୍ତି ।

ମୃତ ଯୁବକ ଜଣଙ୍କ ତରଭା ଗ୍ରାମର ଚିକୁନ ବିଶ୍ବାଳ ବୋଲି ଜଣାପଡିଛି । ରବିବାର ସଦର ଥାନା ଅନ୍ତର୍ଗତ କାଙ୍କଡ଼ପାଳର କିଛି ଯୁବକଙ୍କ ବଚସା ହୋଇଥିଲା । ଫଳରେ କାଙ୍କଡ଼ପାଳର ଏହି ଯୁବକମାନେ ଢେଙ୍କାନାଳ ସହର ବାଜିଚୌକର କିଛି ଯୁବକଙ୍କ ସହ ମିଶି ଚିକୁନକୁ ଜବରଦସ୍ତ ବାଇକରେ ଉଠାଇନେଇ ରାଇପୁରଠାରେ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ । ତେବେ ଚିକୁନର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ପକାଇ ପଳାଇଥିଲେ ଏହି ଯୁବକମାନେ । ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ରବିବାର ରାତିରେ ଚିକୁନର କଟକରେ ମୃତ୍ୟୁ ହୋଇଯାଛି । ହତ୍ୟାକାଣ୍ଡର ସଠିକ କାରଣ ଜଣା ପଡିନଥିଲେ ମଧ୍ୟ ସଦର ପୋଲିସ ଏହି ହତ୍ୟାକାଣ୍ଡରେ ଅଟକ ୪ ଜଣ ଅଭିଯୁକ୍ତଙ୍କୁ ଛାଡି ଦେବାକୁ ଚାଲ ଚଳାଇଛି ବୋଲି ଅଭିଯୋଗ ଉଠାଇଛନ୍ତି ମୃତକଙ୍କ ପରିବାର ଓ ତରଭା ଗ୍ରାମବାସୀ ।

ଗତ ୨୦୧୭ ମସିହାରେ ତାରଭାର ବହୁ ଚର୍ଚ୍ଚିତ ସଲମାନ ରାଉତ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ଘରପୋଡି ମାମଲାରେ ଅଭିଯୁକ୍ତ ଭାବେ ଚିକୁନ ଗିରଫ ହୋଇଥିଲେ । ତେବେ ଗତ ୫ ମାସ ପୂର୍ବେ ସେ ଜାମିନରେ ଆସିଥିବା ଜଣାପଡିଛି। ଫଳରେ ଏହି ହତ୍ୟାକାଣ୍ଡକୁ ନେଇ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ବଢିବାରେ ଲାଗିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.