ETV Bharat / state

ଅଚାନକ ଆସି ଯୁବକଙ୍କୁ ଫାର୍ସାରେ ହାଣିଲେ 4 ଦୁର୍ବୃତ୍ତ

author img

By

Published : Jun 20, 2021, 7:11 AM IST

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଫାର୍ସାରେ ନିର୍ମମ ଭାବେ ହତ୍ୟା କଲେ 4 ଯୁବକ । ଅଧିକ ପଢନ୍ତୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ହତ୍ୟା

ଢେଙ୍କାନାଳ: ଢେଙ୍କାନାଳରେ ବିଭତ୍ସ ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଫାର୍ସାରେ ହାଣି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ଚାରି ଯୁବକ । ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳର ଏକ ଘରୋଇ ଚକ୍ଷୁ ହସ୍ପିଟାଲ ପରିସରରେ ଜଣେ ଯୁବକକୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ବଳଦିଆବନ୍ଧ ଗ୍ରାମର ମିଥୁନ ଜେନା ।

ମିଳିଥିବା ସୂଚନାଅନୁଯାଇ ମିଥୁନଙ୍କ ନାମରେ ଥାନାରେ ମାରପିଟକୁ ନେଇ ବହୁ ମାମଲା ରହିଥିଲା । ତେବେ ପଥର ଖାଦାନ ଓ ଠିକାଦାରୀ ଆଦିକୁ ନେଇ ଅନେକଙ୍କ ସହ ତାଙ୍କର ବିବାଦ ଓ ଶତ୍ରୁତା ଥିଲା । ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ଏବେ ସନ୍ଦେହ କରାଯାଉଛି ।

ତେବେ ଗତକାଲି ରାତି ପ୍ରାୟ 8ଟା ସମୟରେ ମିଥୁନ ତାଙ୍କ ସାଥି ବାପି ଘଡେଇ ଘରୋଇ ଚକ୍ଷୁ ଡାକ୍ତରଖାନା ପରିସରରେ ବସିଥିବାବେଳେ ଚାରିଜଣ ଯୁବକ ଖଣ୍ଡା ଓ ଫାର୍ସା ଆଦି ମାରଣାସ୍ତ୍ର ସହ ଆସି ଅଚାନକ ଆକ୍ରମଣ କରିଥିଲେ । ତେବେ ବାପି ଘଡେଇ ଘଟଣାସ୍ଥଳରୁ ଖସି ପଳାଇଥିବାବେଳେ ମିଥୁନ ବେକକୁ ଫାର୍ସାରେ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.