ETV Bharat / state

ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

author img

By

Published : Mar 19, 2021, 9:32 AM IST

ଢେଙ୍କାନାଳ ସଦର ଥାନା ସାରିଆଁ ଗାଁରେ ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରିଛି ଜଣେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ଦୁର୍ବୃତ୍ତ ଫେରାର
ଦୁର୍ବୃତ୍ତ ଫେରାର

ଢେଙ୍କାନାଳ: ଜିଲ୍ଲା ସଦର ଥାନା ସାରିଆଁ ଗାଁରେ ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରିଛି ଦୁର୍ବୃତ୍ତ । ହତ୍ୟା ପରେ ଗାଁ ଦାଣ୍ଡରେ ମୃତଦେହକୁ ପକାଇ ଚମ୍ପଟ ମାରିଛି ଅଭିଯୁକ୍ତ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ।

ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା

ସୂଚନାନୁସାରେ,ସାରିଅଁ ଗାଁରେ ଯୁବକ ସନା ସାହୁକୁ ସେହି ଗାଁର ବାପି ନାୟକ ଏକ ଧାରୁଆ ଅସ୍ତ୍ରରେ ହାଣିବା ପାଇଁ ଗୋଡାଇଥିଲା । ଏହା ପରେ ତାକୁ ନିର୍ମମ ଭାବରେ ହତ୍ୟା କରି ଗାଁ ଦାଣ୍ଡରେ ମୃତଦେହକୁ ଫୋପାଡି ଫେରାର ହୋଇଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସନାଙ୍କର ମୁହଁ ଓ କାନମୁଣ୍ଡାରେ ଗଭୀର ଆଘାତ ଲାଗିବା ସହିତ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଘଟଣାସ୍ଥଳରୁ ସନାଙ୍କୁ ଗ୍ରାମବାସୀ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତ ବାପି ଫେରାର ଥିବାବେଳେ ସଦରଥାନା ଓ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.