ETV Bharat / state

ଜିଏମ ଆଇରନ ପ୍ଲାଣ୍ଟ ସମ୍ମୁଖରେ ଶ୍ରମିକଙ୍କ ଧାରଣା

author img

By

Published : Jan 29, 2021, 7:53 PM IST

ଜିଏମ ଆଇରନ ପ୍ଲାଣ୍ଟ ସମ୍ମୁଖରେ ଶ୍ରମିକଙ୍କ ଧାରଣା । ଶ୍ରମିକଙ୍କୁ କାମ ଯୋଗାଇବା ଦାବି । ଅଧିକ ପଢନ୍ତୁ...

Workers dharana in front of the GM Iron Plant in dhenkanal
ଜିଏମ ଆଇରନ ପ୍ଲାଣ୍ଟ ସମୁଖରେ ଶ୍ରମିକଙ୍କ ଧାରଣା

ଢେଙ୍କାନାଳ: ଜିଲ୍ଲା ପରଜଙ୍ଗ ବ୍ଲକ କୁଲେଇ ସ୍ଥିତ ଜିଏମ ଆଇରନ ପ୍ଲାଣ୍ଟ ସମ୍ମୁଖରେ ୭ଟି ପଞ୍ଚାୟତର ଶତାଧିକ ଶ୍ରମିକଙ୍କ ଧାରଣା । ପ୍ଲାଣ୍ଟ ଚାଲୁ ହେବା ଦାବିରେ ଶ୍ରମିକଙ୍କ ଗଣଧାରଣାରେ ବସିଛନ୍ତି । ଦୀର୍ଘ ବର୍ଷ ପ୍ଲାଣ୍ଟ ବନ୍ଦ ଥିବା ପରେ ଏବେ ଏକ ବର୍ଷ ହେବ ଜିଏମ ଆଇରନ କାର୍ଯ୍ୟକ୍ଷମ ହୋଇଥିଲା। କିନ୍ତୁ କିଛି ରାଜନେତାଙ୍କ ଅଭିଯୋଗରେ ପ୍ଲାଣ୍ଟଟି କିଛି ଦିନ ହେବ ପୁନର୍ବାର ବନ୍ଦ ହୋଇଯାଇଛି । ଯାହାଫଳରେ ଏଠାରେ କାମ କରୁଥିବା ଶ୍ରମିକମାନଙ୍କ ପରିବାର ଏବେ ଚଳିବା କଷ୍ଟକର ହୋଇପଡିଛି । ତେଣୁ ତୁରନ୍ତ ପ୍ଲାଣ୍ଟ ଚାଲୁ କରାଯାଉ । ନଚେତ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

ଏହି ଗଣଧାରଣାରେ ବ୍ଲକ ଅଧକ୍ଷ ସମର୍ଥନ ଜଣାଇ ମଧ୍ୟ ଧାରଣାରେ ବସିଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ପ୍ଲାଣ୍ଟ କର୍ତ୍ତୃପକ୍ଷ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ୭ ଦିନ ଭିତରେ ଶ୍ରମିକଙ୍କୁ କାମ ଯୋଗାଇବାର ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.