ଢେଙ୍କାନାଳ: ଜିଅନ୍ତା ଜଳିଗଲେ ମହିଳା । କିରୋସିନ ଷ୍ଟୋଭ ଫାଟି ନିଆଁ ଲାଗିଯିବାରୁ ଏପରି ଅଘଟଣ ଘଟିଛି । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଜାଆନ୍ଦାପଶି ଗାଁର ନୂଆ ସାହିରେ । ମୃତ ମହିଳା ଜଣଙ୍କ ସେହି ଗ୍ରାମର କାର୍ତ୍ତିକ ଭୋଇଙ୍କ ପତ୍ନୀ ସୀମା ଭୋଇ ବୋଲି ଜଣାପଡିଛି ।
ସୀମା ରୋଷେଇ କରୁଥିବାବେଳେ ଅଚାନକ ଷ୍ଟୋଭ ଫାଟି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ତେବେ ନିଆଁରେ ରୋଷେଇଘରର ସମସ୍ତ ସାମଗ୍ରୀ ପୋଡିଯାଇଥିବା ଦେଖାଯାଇଛି । ପଡିଶା ଲୋକେ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ମହିଳା ଜଣଙ୍କ ପୋଡିହୋଇ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି । ଖବର ପାଇ ଗଁନ୍ଦିଆ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ