ETV Bharat / state

ଆମ୍ବ ଚାଷୀଙ୍କ ମୁଣ୍ଡବ୍ୟଥା, ଦାଉ ସାଜିଛନ୍ତି ବଣୁଆ ହାତୀ - ଏକର ଏକର ଆମ୍ବ ଚାଷକୁ ନଷ୍ଟ କରୁଛନ୍ତି ବଣୁଆ ହାତୀ

ହତାସ ଆମ୍ବ ଚାଷୀ । ଏକର ଏକର ଆମ୍ବ ଚାଷକୁ ନଷ୍ଟ କରୁଛନ୍ତି ବଣୁଆ ହାତୀ । ଅଧିକ ପଢନ୍ତୁ

ଏକର ଏକର ଆମ୍ବ ଚାଷକୁ ନଷ୍ଟ କରୁଛନ୍ତି ବଣୁଆ ହାତୀ

author img

By

Published : May 28, 2023, 11:21 AM IST

ଢେଙ୍କାନାଳ: ଗୋଟିଏ ପଟରେ କାଳବୈଶାଖୀ । ଆଉ ସେପଟେ ହାତୀ ପଲଙ୍କ ଉପଦ୍ରବ । ଢେଙ୍କାନାଳ ଜିଲ୍ଲାରେ ଏପରି ଉଜୁଡି ଯାଇଛି ଏକର ଆମ୍ବ ଚାଷ । ଫଳରେ ଆମ୍ବ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କାଳ ବୈଶାଖୀର ପ୍ରଭାବରେ ଗଛରୁ ସବୁ ଆମ୍ବ ଝଡି ପଡିଥିବା ବେଳେ ବଳକା ଆମ୍ବକୁ ବଣୁଆ ହାତୀଙ୍କର ଆସି ନଷ୍ଟ କରିଛନ୍ତି । ଯାହା ଫଳରେ ଢେଙ୍କାନାଳ ଜିଲ୍ଲାରେ ଆମ୍ବ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବିଶେଷ କରି ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମହୁଲ ପାଳ ଓ କୁରୁମ ଟାଙ୍ଗର ଗ୍ରାମର ଚାଷୀ ବିପୁଳ କ୍ଷତି ସହୁଛନ୍ତି।

ଆମ୍ବ ଚାଷୀମାନଙ୍କୁ ଏହି ବଣୁଆ ହାତୀ ଚିନ୍ତାରେ ପକାଇ ଦେଇଛନ୍ତି । ବଣୁଆ ହାତୀ ପଲ ବାରମ୍ବାର ଏହି ଅଞ୍ଚଳରେ ଉପଦ୍ରବ କରୁଛନ୍ତି । ଏହି ବଣୁଆ ହାତୀ ପଲ ଆମ୍ବ ଗଛ ସବୁ ଭାଙ୍ଗି ଆମ୍ବ ବଗିଚାକୁ ଦଳି ଚକଟି ଉଜାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଢେଙ୍କାନାଳ ସଦର ବ୍ଲକ ବଳଦିଆ ବନ୍ଧ, ମହୁଳପଡା ଓ କୁରୁମ ଟାଙ୍ଗର ଅଞ୍ଚଳରେ ପ୍ରାୟ ଶହେ ଏକରରୁ ଉର୍ଦ୍ଧ୍ବ ଆମ୍ବ ଚାଷ ହୋଇଥିବା ଜଣାପଡିଛି । ଏହି ଅଞ୍ଚଳରେ ଆମ୍ବ ଚାଷୀମାନେ ବର୍ଷକୁ ଥରେ ଏହି ଆମ୍ବ ବିକ୍ରି କରି ଭଲ ଦିପଇସା ରୋଜଗାର କରିଥାନ୍ତି । ଯାହାକି ସେମାନଙ୍କର ପରିବାର ପୋଷଣର ଏକ ମାଧ୍ୟମ ଥାଏ ।

ମାତ୍ର ଏହି ଅଞ୍ଚଳରେ ଗତ କିଛି ଦିନ ହେଲା ୧୦ରୁ ୧୨ଟି ବଣୁଆ ହାତୀ ରହି ବାରମ୍ବାର ଉପଦ୍ରବ କରୁଛନ୍ତି । ହାତୀପଲ ଆମ୍ବ ବଗିଚାମାନଙ୍କରେ ପଶି ଗଛ ଭାଙ୍ଗିବା ସହ ଶହ ଶହ ଆମ୍ବ ଗଛ ନଷ୍ଟ କରିଦେଇଛନ୍ତି । ଫଳରେ କୁଇଣ୍ଟାଲ କୁଇଣ୍ଟାଲ ଆମ୍ବ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ବନକର୍ମଚାରୀ ମାନଙ୍କୁ ବାରମ୍ବାର ଗୁହାରୀ କରୁଥିଲେ ମଧ୍ୟ ସେମାନେ କିଛି ଶୁଣୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ହାତୀ ପଲଙ୍କୁ ଘଉଡାଇଲେ ମଧ୍ୟ ସେ ପୁଣି ଆସି ଆମ୍ବ ଖାଇ ଗଛ ନଷ୍ଟ କରିଛନ୍ତି । ଫଳରେ ଏହି ଆମ୍ବଚାଷୀମାନେ ଏହି ବଣୁଆ ହାତୀଙ୍କୁ ନେଇ ହତାଶ ହୋଇପଡିଛନ୍ତି । ବାରମ୍ବାର କ୍ଷତି ସହିବା ପରେ ଚାଷୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଏହି ସମସ୍ୟାକୁ ତୁରନ୍ତ ସମାଧାନ କରିବାକ ପାଇଁ ଦବି କରିଛନ୍ତି ଚାଷୀ । ଏହାସହ କ୍ଷତିଗ୍ରସ୍ତ ଆମ୍ବ ଚାଷୀମାନଙ୍କୁ ହାତୀ ଉପଦ୍ରବ ଜନିତ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଲକ୍ଷାଧିକ ଟଙ୍କାର ଚାଷ ନଷ୍ଟ ହେଉଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.