ETV Bharat / state

Municipal Polls: ଭୋଟ ଦେଉଛି ଢେଙ୍କାନାଳ - ଢେଙ୍କାନାଳରେ ମତଦାନ ଜାରି

ପୌର ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଢେଙ୍କାନାଳ ପୌର ପରିଷଦର ୨୩ ୱାର୍ଡ ପାଇଁ ମତଦାନ କରୁଛନ୍ତି ମତଦାତା ।

Municipal Polls: ଭୋଟ ଦେଉଛି ଢେଙ୍କାନାଳ
Municipal Polls: ଭୋଟ ଦେଉଛି ଢେଙ୍କାନାଳ
author img

By

Published : Mar 24, 2022, 1:32 PM IST

ଢେଙ୍କାନାଳ: ଚାଲିଛି ମତଦାନ । ଢେଙ୍କାନାଳ ପୌର ପରିଷଦର ମୋଟ ୨୩ଟି ୱାର୍ଡ ପାଇଁ ୫୧ହଜାର ୧୬୧ ଜଣ ଭୋଟର ମତ ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ୨୫,୮୭୬ ପୁରୁଷ ଓ ୨୫, ୨୮୨ ଜଣ ମହିଳା ଭୋଟର ରହିଛନ୍ତି । ଅପରପକ୍ଷରେ ୩ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ପୌରଧ୍ୟକ୍ଷା ପଦବୀ ପାଇଁ ୭ ଜଣ ପ୍ରାର୍ଥିନୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୨୩ଟି ୱାର୍ଡ ପାଇଁ ୮୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର । ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ଅପରାହ୍ନ ୫ଟା ଯାଏ ଚାଲିବ।

Municipal Polls: ଭୋଟ ଦେଉଛି ଢେଙ୍କାନାଳ

ମତଦାନ ଚାଲିଥିବା ମୋଟ ୫୩ଟି ବୁଥରୁ ୧୯ ବୁଥ୍ ସମ୍ବେଦନଶୀଳ ରହିଛି । ଏହାବ୍ୟତୀତ ୪ଟି ବୁଥ ଅତି ସମ୍ବେଦନଶୀଳ ରହିଥିବା ବେଳେ ଏହି ବୁଥରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ଜର୍ଜ ସ୍କୁଲର ସମସ୍ତ ୩ଟି ବୁଥକୁ ମଡେଲ ବୁଥ କରାଯାଇଛି । ସେହିପରି କୁଞ୍ଜକାନ୍ତ ସ୍କୁଲର ୩ଟି ବୁଥକୁ ପିଙ୍କ ବୁଥ ଭାବେ କରାଯାଇଛି ।

ମତଦାନ କରିବାକୁ ଭୋଟରମାନେ ବୁଥ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି । ନିର୍ବାଚନକୁ ନେଇ ସେମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଢେଙ୍କାନାଳ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.