ETV Bharat / state

ଭୁବନରେ ନିଶୁଳ୍କ ଅକ୍ସିଜେନ ଯୋଗାଣ ଆରମ୍ଭ କଲା ସ୍ବେଚ୍ଛାସେବୀ ସଂଗଠନ - free oxygen service in bhuban of dhenkanal district

ଢେଙ୍କାନାଳର ଭୁବନରେ ଆରମ୍ଭ ହେଲା ନିଶୁଳ୍କ ଅକ୍ସିଜେନ ଯୋଗାଣ ସେବା । ଦୁଇ ସ୍ବେଚ୍ଛାସେବୀ ସଂଗଠନର ମିଳିତ ସହଯୋଗରେ ଆରମ୍ଭ ହେଲା ସେବା । ଅଧିକ ପଢନ୍ତୁ...

ଭୁବନରେ ନିଶୁଳ୍କ ଅକ୍ସିଜେନ ଯୋଗାଣ ଆରମ୍ଭ କଲା ସ୍ବେଚ୍ଛାସେବୀ ସଂଗଠନ

author img

By

Published : Jun 2, 2021, 8:49 PM IST

ଢେଙ୍କାନାଳ: କୋରୋନା ମହାମାରୀ ସଙ୍କଟର ଦ୍ଵିତୀୟ ଲହରୀ ସାରା ଦେଶରେ ଘାତକ ସାବ୍ୟସ୍ତ ହୋଇଛି । ଅକ୍ସିଜେନ ଅଭାବ ଯୋଗୁଁ ଦୈନିକ ବହୁ କୋରୋନା ଆକ୍ରାନ୍ତ ମୃତ୍ୟୁ ମୁଖରେ ପଡୁଥିବାବେଳେ ଏଭଳି ସମୟରେ ଆଗକୁ ଆସିଛନ୍ତି ଦୁଇ ସ୍ବେଚ୍ଛାସେବୀ ସଂଗଠନ ବିଷ୍ଣୁପ୍ରିୟା ଫାଉଣ୍ଡେସନ୍ ଓ ଶ୍ରୀ ଜଗନ୍ନାଥ ଫାଉଣ୍ଡେସନ । ଢେଙ୍କାନାଲ ଜିଲ୍ଲା ଭୁବନର ଏହି ଦୁଇ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସକ୍ରିୟ ସହଯୋଗରେ ବୁଧବାର ଠାରୁ ଭୁବନ ଭଳି ଜନବହୁଳ ସହରରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଶୁଳ୍କ ଅକ୍ସିଜେନ ଯୋଗାଣ ସେବା ଆରମ୍ଭ କରାଯାଇଛି l

ଭୁବନରେ ନିଶୁଳ୍କ ଅକ୍ସିଜେନ ଯୋଗାଣ ଆରମ୍ଭ କଲା ସ୍ବେଚ୍ଛାସେବୀ ସଂଗଠନ

ବୁଧବାର ଆୟୋଜିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ପ୍ରଭାସ ବେଉରା ଯୋଗଦେଇ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ l ଫାଉଣ୍ଡେସନ ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁ ଏହି ସେବା 6 ଜଣ ସଦସ୍ୟଙ୍କ ସକ୍ରିୟ ସହଯୋଗରେ ୨୪ ଘଣ୍ଟିଆ ସେବା ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଭୁବନ ଆଇଆଇସି ପ୍ରଶାନ୍ତ ପାତ୍ର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ମାତୃପ୍ରସାଦ ମିଶ୍ର, ଜଗନ୍ନାଥ ମନ୍ଦିର ଉପଦେଷ୍ଟା ସମାଜସେବୀ ଗୋପିନାଥ ମହାନ୍ତି ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.