ETV Bharat / state

ଶିକ୍ଷକ ଦାବିରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ ଘେରାଉ - ଶିକ୍ଷା ଅଧିକାରୀଙ୍କ ଅଫିସ ଘେରାଉ

ଢେଙ୍କାନାଳ ଜିଲ୍ଲା ଦୁର୍ଗାପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଅଣ୍ଟିଆ ଶିକ୍ଷକ ସତ୍ତ୍ବେ ଶିକ୍ଷକଙ୍କୁ ବଦଳି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ ଘେରାଉ କଲେ ଦୁର୍ଗାପ୍ରସାଦ ଗ୍ରାମବାସୀ । ଅଧିକ ପଢନ୍ତୁ

ଶିକ୍ଷକ ଦାବିରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ ଘେରାଉ

author img

By

Published : Oct 28, 2022, 7:42 PM IST

ଢେଙ୍କାନାଳ: ବିଦ୍ୟାଳୟରେ ନିଅଣ୍ଟିଆ ଶିକ୍ଷକ ସତ୍ତ୍ବେ ଶିକ୍ଷକ ବଦଳିକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଏହାର ପ୍ରତିବାଦ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ ଘେରାଉ କଲେ ଦୁର୍ଗାପ୍ରସାଦ ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ ମନମାନୀ ନେଇ ଉତ୍ତେଜନା ଦେଖାଦେଇଛି । ସୂଚନା ଅନୁସାରେ, ସ୍କୁଲରେ ରହିଛି ପ୍ରଥମରୁ ଅଷ୍ଟମ ଶ୍ରେଣୀ । ଆଉ ପିଲା ସଂଖ୍ୟା ୧୭୨ଜଣ ରହିଥିବାବେଳେ, ମାତ୍ର ୪ଜଣ ଶିକ୍ଷକ ରହିଛନ୍ତି । ଏଭଳି ନିଅଣ୍ଟିଆ ଶିକ୍ଷକକୁ ନେଇ ଶିକ୍ଷାଦାନ ସମସ୍ୟା ନେଇ ଚିନ୍ତାରେ ପଡିଯାଇଛନ୍ତି ଅଭିଭାବକ ଆଉ ଗ୍ରାମବାସୀ ।

ଶିକ୍ଷକ ଦାବିରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ ଘେରାଉ

ଏହା ମଧ୍ୟ ପଢନ୍ତୁ: Anubhav-Varsha Marital Discord: ଶାଶୁଘର ଚାବି ଫେରାଇବେ ବର୍ଷା

ଏପରି ସ୍ଥଳେ ପୁଣି ପ୍ରଧାନ ଶିକ୍ଷକଙ୍କ ସମେତ ୨ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଯାହାକୁ ନେଇ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମବାସୀଙ୍କ ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି । ଦୁର୍ଗାପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତି ବ୍ଲକ ଶିକ୍ଷା ଅଧିକାରୀଙ୍କ ଏପରି ମନମାନିର ତୀବ୍ର ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଦୁର୍ଗାପ୍ରସାଦ ଶତାଧିକ ମହିଳା ଓ ପୁରୁଷ ଶୁକ୍ରବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ବିଇଓଙ୍କ ମାନମାନି ବିରୁଦ୍ଧରେ ନାନାବାଜୀ ଦେବା ସହ ପ୍ରଧାନ ଶିକ୍ଷକ ସମେତ ଦୁଇ ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ । ଫଳରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ଖବରପାଇ ଢେଙ୍କାନାଳ ଟାଉନ ଥାନା ପୋଲିସ ପହଞ୍ଚି ବୁଝାସୁଝା କରୁଛି ।

ଏହା ମଧ୍ୟ ପଢନ୍ତୁ: Bharat Jodo Yatra: ୩୧ରୁ ଓଡିଶାରେ କଂଗ୍ରେସର ଭାରତ ଯୋଡ ଯାତ୍ରା

ଏନେଇ ଗ୍ରାମବାସୀ କହିଛନ୍ତି, "୧୯୫୪ ମସିହାରୁ ଆମ ସ୍କୁଲ ରହିଛି । ସ୍କୁଲ୍‌ରେ ୧୭୨ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ୮ ଜଣ ଶିକ୍ଷକ ରହିଥିଲେ । କିନ୍ତୁ ପରବର୍ତ୍ତି ସମୟରେ ୪ଜଣ ଶିକ୍ଷକଙ୍କୁ ବଦଳି କରାଗଲା । ବର୍ତ୍ତମାନ ଗୋଟିଏ ଶ୍ରେଣୀ ଗୃହରେ ସମସ୍ତେ ପାଠ ପଢୁଛନ୍ତି । BEO ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି । ବର୍ତ୍ତମାନ ଆଉ ୨ଜଣ ଶିକ୍ଷକଙ୍କ ସହ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି କରାଯାଉ ବୋଲି ଆମେ ଦାବି କରୁଛୁ । ନହେଲେ ଆମେ ଆମରଣ ଅନଶନ କରିବୁ । ଏହାସହ ରାସ୍ତାରୋକ କରିବା ସହ ରାଜରାସ୍ତାକୁ ଓହ୍ଲାଇବୁ ।"

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.