ETV Bharat / state

ଡାକ୍ତରଖାନାରେ ୧୦ ଘଣ୍ଟା ପଡ଼ି ରହିଲା ମୃତଦେହ, ଗ୍ରାମବାସୀଙ୍କ ଉତ୍ତେଜନା - ଢେଙ୍କାନାଳ ଡାକ୍ତଖାନାରେ ପଡ଼ି ରହିଲା ମୃତଦେହ

ଡାକ୍ତରଖାନାରେ ୧୦ଘଣ୍ଟା ଧରି ପଡ଼ିରହିଲା ମୃତଦେହ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଳମ୍ବିତ ସମୟ ଧରି ମୃତଦେହ ପଡ଼ିବା ନେଇ ଉତ୍ତେଜନା ଦେଖାଦେଇଛି । ଡାକ୍ତରଙ୍କ ମନମାନି ଚାଲୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

villagers protest in front of hospital in dhenkanal
ଡାକ୍ତଖାନାରେ ୧୦ ଘଣ୍ଟା ପଡ଼ି ରହିଲା ମୃତଦେହ, ଗ୍ରାମବାସୀଙ୍କ ଉତ୍ତେଜନା
author img

By

Published : Jan 11, 2022, 3:10 PM IST

ଢେଙ୍କାନାଳ: ଡାକ୍ତରଖାନାରେ ୧୦ ଘଣ୍ଟା ଧରି ପଡ଼ିରହିଲା ମୃତଦେହ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଳମ୍ବିତ ସମୟ ଧରି ମୃତଦେହ ପଡ଼ିବା ନେଇ ଉତ୍ତେଜନା ଦେଖାଦେଇଛି । ଡାକ୍ତରଙ୍କ ମନମାନି ଚାଲୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଥିସହ ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଗ୍ରାମବାସୀ ଧାରଣାରେ ବସିଥିବା ସୂଚନା ମିଳିଛି ।

ଡାକ୍ତଖାନାରେ ୧୦ ଘଣ୍ଟା ପଡ଼ି ରହିଲା ମୃତଦେହ, ଗ୍ରାମବାସୀଙ୍କ ଉତ୍ତେଜନା

ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିଆରିଆ ଗ୍ରାମର ଦିବାକର ରାଉତ ନାମକ ଜଣେ ୭୫ବର୍ଷୀୟ ବୃଦ୍ଧଙ୍କୁ ଅସୁସ୍ଥ ଅବସ୍ଥାରେ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତ ସୋମବାର ସକାଳ ପ୍ରାୟ ସାଢେ ୧୦ଟା ବେଳେ ବୃଦ୍ଧଙ୍କ ପରିବାର ହାତରେ ଡାକ୍ତର ଇଞ୍ଜେକ୍ସନ ମଗାଇଥିଲେ । ତେବେ ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ମାତ୍ର ଶବ ବ୍ୟବଚ୍ଛେଦ କରିବାକୁ ନେଇ ସକାଳୁ ସନ୍ଧ୍ୟା ହୋଇଯାଇଥିଲା । ହେଲେ ପରିବାର ଲୋକଙ୍କୁ ମୃତଦେହ ହସ୍ଥାନ୍ତର କରାଯାଇ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏବଂ ଶବ ବ୍ୟବଚ୍ଛେଦ ପାଇଁ ଉଭୟ ପୋଲିସ ଓ ଡାକ୍ତରଖାନା କର୍ମଚାରୀ ଗୁରୁତ୍ବ ଦେଇନଥିଲେ ମଧ୍ୟ ସେମାନେ କହିଛନ୍ତି । ଏପରିକି ଡାକ୍ତରଖାନା ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିସାରିଥିବା ଲେଖିବା ପାଇଁ ମୃତକ ପରିବାରକୁ ଡାକ୍ତରଖାନା ପକ୍ଷରୁ ବାଧ୍ୟ କରାଯାଇଥିଲା ।

ଫଳରେ ସକାଳୁ ରାତି ଯାଏଁ ମୃତକ ପରିବାର ମୃତଦେହ ନେଇ ନପାରିବାରୁ ଘଟଣାକୁ ନେଇ ଗ୍ରାମବାସୀ ତୀଵ୍ର ପ୍ରତିବାଦ କରିଥିଲେ । ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଯିବା ସହ ଗ୍ରାମବାସୀ ଧାରଣା ଦେଇଥିଲେ । ସଦର ଥାନା ପୁଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲା । ଯାହାଫଳରେ ରାତି ପ୍ରାୟ ୧୦ଟାରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.