ETV Bharat / state

ନିମ୍ନମାନର ରାସ୍ତା କାମ ଯୋଗୁଁ ହନ୍ତସନ୍ତ ଗ୍ରାମବାସୀ

ନିମ୍ନମାନର ରାସ୍ତା କାମ ଯୋଗୁଁ ହନ୍ତସନ୍ତ ଗ୍ରାମବାସୀ । ଶୁଣୁ ନାହାଁନ୍ତି ବିଭାଗୀୟ ଅଧିକାରୀ । ଅଧିକ ପଢନ୍ତୁ...

author img

By

Published : Jan 9, 2021, 8:51 PM IST

villagers facing road problem in dhenkanal
ନିମ୍ନମାନର ରାସ୍ତା କାମ ଯୋଗୁଁ ହନ୍ତସନ୍ତ ଲୋକେ

ଢେଙ୍କାନାଳ : ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଦିଗାମ୍ବର ପୁରରୁ କାଶୀପୁର ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ତିଆରି ହୋଇଛି । ତେବେ ଏହି ରାସ୍ତା ନିର୍ମାଣରେ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗତ ୨୦୧୮ ମସିହା ଅକ୍ଟୋବର ମାସରେ ଏହି ରାସ୍ତା କାମ ଶେଷ ହୋଇଥିବାବେଳେ ଲୋକଙ୍କ ସମସ୍ୟା ସୁଧୁରିବା ବଦଳରେ ସମସ୍ୟା ବଢି ଯାଇଛି । ଏହି ରାସ୍ତା ତିଆରିରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ଉଠାଇଛନ୍ତି ଗ୍ରାମବାସୀ । ଫଳରେ ଦିଗାମ୍ବରପୁର ପ୍ରବେଶ ପଥ ଅର୍ଥାତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟ ରାସ୍ତାରେ ଖାଲ ସୃଷ୍ଟି ହୋଇଛି । ଯାହା ଫଳରେ ପାଣି ଜମି ରହୁଛି ।

ଫଳରେ ଯିବା ଆସିବାରେ ନାହିଁ ନଥିବା ହଇରାଣ ହେଉଥିବା ଲୋକେମାନେ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ ଗ୍ରାମ ନିର୍ମାଣ ବିଭାଗ ଠାରୁ ଆରମ୍ଭ କରି ବିଡ଼ିଓ ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରି ଆସୁଛନ୍ତି । ହେଲେ କୌଣସି ସୁଫଳ ମିଳୁନାହିଁ । ମାତ୍ର ରାସ୍ତା କାମବେଳେ ରାସ୍ତା ପାର୍ଶ୍ଵରେ ଲୋକମାନେ ଥିବା ଜାଗା ନ ଛାଡିବାରୁ ଏପରି ସମସ୍ୟା ଉପୁଜିଛି । ତଥାପି ଏହି ରାସ୍ତାକୁ ମରାମତି କରିଦିଆଯିବା ବୋଲି ଏହି ରାସ୍ତା କାମ କରିଥିବା ଠିକାଦାର ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.