ETV Bharat / state

ଗାଡ଼ି ଧକ୍କାରେ 9 ବର୍ଷ ଝିଅର ମୃତ୍ୟୁ, ମୃତଦେହ ରଖି ରାସ୍ତା ରୋକ କଲେ ଗ୍ରାମବାସୀ

ବୟସ ମାତ୍ର ନଅ । ଘର ବାହାରେ ଛିଡ଼ା ହୋଇଥିବା ଝିଅ କେମିତି ଜାଣିବ ମୃତ୍ୟୁ ପାଖରେ ଅଛି । କିଛି ବୁଝିବା ଆଗରୁ କାର ଧକ୍କାରେ ଆଖି ବୁଝିଦେଲା ନିରୀହ ଝିଅ । ଅଧିକ ପଢ଼ନ୍ତୁ

ଗାଡ଼ି ଧକ୍କାରେ ନଅ ବର୍ଷ ଝିଅର ମୃତ୍ୟୁ, ମୃତଦେହ ରଖି ରାସ୍ତା ରୋକ କଲେ ଗ୍ରାମବାସୀ

author img

By

Published : Jul 23, 2022, 10:07 PM IST

ଢେଙ୍କାନାଳ : ଗାଡ଼ି ଧକ୍କାରେ ନଅ ବର୍ଷ ଝିଅର ମୃତ୍ୟୁ । ଏଭଳି ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମରେ । ଘଟଣା ପରେ ଝିଅର ମୃତଦେହ ରଖି ରାସ୍ତା ଅବରୋଧ କରିଲେ ଗ୍ରାମବାସୀ । ମୃତକ ହେଲେ ପୁରୁଷୋତ୍ତମପୁର ଗ୍ରାମର ଉଦ୍ଧବ ଦେହୁରୀଙ୍କ ସାନ ଝିଅ ଶ୍ରାବଣୀ ଦେହୁରୀ(୯) । ଫଳରେ ଭୁବନେଶ୍ବରରୁ ଢେଙ୍କାନାଳ ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନାନୁସାରେ ଭୁବନରୁ ଏକ ମାରୁତି ସୁଇଫ୍ଟ ଗାଡ଼ି ଦୁଇଜଣ ରୋଗୀଙ୍କୁ ନେଇ କଟକ ମେଡିକାଲ ଅଭିମୁଖେ ବାହାରିଥିଲା ।

ଗାଡ଼ି ଧକ୍କାରେ ନଅ ବର୍ଷ ଝିଅର ମୃତ୍ୟୁ, ମୃତଦେହ ରଖି ରାସ୍ତା ରୋକ କଲେ ଗ୍ରାମବାସୀ

ତେବେ ଭୁବନ ଥାନା ଅନ୍ତର୍ଗତ ପୁରୁଷୋତ୍ତମ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ନଅ ବର୍ଷର ଝିଅକୁ ରାସ୍ତା କଡ଼ ଏକ ଓସ୍ତ ଗଛରେ ନେଇ ଧକ୍କା ଦେଇଥିଲା କାର ଚାଳକ । ଘଟଣାପରେ ଡ୍ରାଇଭର ଫେରାର ହୋଇଯାଇଛି । ସେପେଟେ ଘଟଣାସ୍ଥଳରେ ଉକ୍ତ ଦୁର୍ଘଟଣାକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ ଗ୍ରାମବାସୀ ମୃତଦେହକୁ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଥିଲେ । ତେବେ ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.