ETV Bharat / state

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶିକ୍ଷା ବିଭାଗର ଜୁନିଅର ଆସିଷ୍ଟାଣ୍ଟ

author img

By

Published : Apr 6, 2022, 6:09 PM IST

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲା ଭୁବନ ବ୍ଲକ ଶିକ୍ଷା ବିଭାଗର ଜୁନିଅର ଆସିଷ୍ଟାଣ୍ଟ ବିଧୁ ପ୍ରସାଦ ବେହେରା । ଅଧିକ ପଢନ୍ତୁ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶିକ୍ଷା ବିଭାଗର ଜୁନିଅର ଆସିଷ୍ଟାଣ୍ଡ

ଢେଙ୍କାନାଳ: ଲାଞ୍ଚ ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରାପଡିଲା ବ୍ଲକ ଶିକ୍ଷା ବିଭାଗର ଜୁନିଅର ଆସିଷ୍ଟାଣ୍ଟ । ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ଔଷଧ ବିଲ କରାଇବାକୁ ନେଉଥିଲେ ପାଞ୍ଚ ହଜାର ଟଙ୍କା । ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ । ଭୁବନ NAC ଓ୍ବାର୍ଡ୍-4ର ବାସିନ୍ଦା ଶିକ୍ଷୟିତ୍ରୀ ସୁମିତ୍ରା ହୋତା ନିଜେ ଜଣେ ଟ୍ୟୁମର ପେସେଣ୍ଟ ହୋଇଥିବାରୁ ଔଷଧ ବିଲ ବାବଦକୁ କିଛି ଅର୍ଥ ନିବେଦନ କରିଥିଲେ ।

୨୭ ହଜାର ଟଙ୍କା ସେକ୍ସନ ହୋଇଥିଲା କିନ୍ତୁ ସେ ବାବଦକୁ ଜୁନିଅର ଆସିଷ୍ଟାଣ୍ଟ ବିଧୁ ପ୍ରସାଦ ବେହେରା ପାଞ୍ଚ ହଜାର ଲାଞ୍ଚ ମାଗିଥିଲା । ଏଥିରେ ହତୋତ୍ସାହିତ ହୋଇ ଶିକ୍ଷୟିତ୍ରୀ ସୁମିତ୍ରା ହୋତା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଆଜି(ବୁଧବାର) କଟକ ଓ ଢେଙ୍କାନାଳ ଭିଜିଲାନ୍ସ ଟିମ ମିଳିତ ଭାବେ ଚଢାଉ କରିଥିଲେ । ଏହି ଚଢାଉରେ ବିଧୁ ପ୍ରସାଦ ବେହେରାଙ୍କ ପକେଟରୁ ପାଞ୍ଚ ହଜାର ଟଙ୍କା ମିଳିବା ପରେ ତୁରନ୍ତ ଜୁନିଅର ଆସିଷ୍ଟାଣ୍ଟଙ୍କୁ ଗିରଫ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.