ETV Bharat / state

ଲାଞ୍ଚ ନେଉଥିଲେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ, ବାନ୍ଧିଲା ଭିଜିଲାନ୍ସ ଟିମ୍‌

ପ୍ରଥମେ ନିଲମ୍ବନ । ଆଉ ପରେ ନିଲମ୍ବିତ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ । ଅଧିକ ପଢନ୍ତୁ

author img

By

Published : Apr 11, 2023, 12:40 PM IST

Etv Bharat
Etv Bharat
ଲାଞ୍ଚ ନେଉଥିଲେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ । 10 ହଜାର ଟଙ୍କା ଲାଞ୍ଚ ନେବା ବେଳେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକଙ୍କୁ ଗିରଫ କଲା ଭିଜିଲାନ୍ସ । ଜଣେ ନିଲମ୍ବିତ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ପାଇଁ ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍‌ ତାଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଛି । ତାଙ୍କଠାରୁ 10 ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଏକକାଳୀନ ଭାବେ ଭଦ୍ରକ ସହରର କୁଆଁଶସ୍ଥିତ ବାସ ଭବନ, ଖଜୁରିଆକଟା ଭଡ଼ାଘର ଓ ହିନ୍ଦୋଳ ବିଇଓ ଅଫିସରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । ଗିରଫ ଶାନ୍ତନୁ ମଲ୍ଲିକଙ୍କୁ ଭିଜିଲାନ୍ସ କଟକ ନେଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, କିଛି ମାସ ପୂର୍ବେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ବରସାହି ପ୍ରାଥମିକ ସ୍କୁଲ ପଛରେ ଥିବା ଏକ ପରିତ୍ୟକ୍ତ କୂଅରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । କୂଅରେ ପଡି ଛାତ୍ର ଜଣଙ୍କ ମୃତ୍ୟୁ ହୋଇଥିବାରୁ ଏହି ଘଟଣାରେ ସ୍କୁଲର ପ୍ରଧାନ ଶିକ୍ଷକ ଅଦ୍ୱୈତ ସାମଲଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ ନିଲମ୍ବିତ କରିଥିଲେ ଏହି ଲାଞ୍ଚୁଆ ବିଇଓ ଶାନ୍ତନୁ ମଲ୍ଲିକ । ତେବେ ଉକ୍ତ ନିଲମ୍ବିତ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ପାଇଁ ପ୍ରଥମେ 50 ହଜାର ଟଙ୍କା ଲାଞ୍ଚ ପାଇଁ ଦାବି କରିଥିଲେ ଶାନ୍ତନୁ । ଫଳରେ ବାଧ୍ୟ ହୋଇ ଶିକ୍ଷକ ଜଣଙ୍କ ତାଙ୍କୁ 50 ହଜାର ଟଙ୍କା ଦେଇଥିଲେ । ମାତ୍ର ପୁଣି ୧୦ ହଜାର ଟଙ୍କା ଦେବା ପାଇଁ ଅଦ୍ୱୈତଙ୍କୁ ବାରମ୍ବାର ଦୌଡାଇଥିଲେ ବିଇଓ । ଫଳରେ ଉକ୍ତ ଶିକ୍ଷକ ଜଣଙ୍କ ଏନେଇ କଟକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଯୋଜନା ମୁତାବକ ଆଜି ବିଇଓ ଶାନ୍ତନୁ ମଲ୍ଲିକ ଖଜୁରିଆକଟା ସ୍ଥିତ ତାଙ୍କ ଭଡା ଘରେ ଅଦ୍ୱୈତଙ୍କ ଠାରୁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଛକି ରହିଥିବା ଭିଲିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲା । ଗିରଫ ପରେ ଶାନ୍ତନୁ ମଲ୍ଲିକଙ୍କୁ ଭିଜିଲାନ୍ସ କଟକ ନେଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ଫେକ୍‌ ସାର୍ଟିଫିକେଟରେ ପୋଷ୍ଟାଲ ଚାକିରି, ସିବିଆଇରେ ଅଭିଯୋଗ କଲେ PMG

ଗତ କିଛି ଦିନ ତଳେ ଲାଞ୍ଚ ନେବା ଅଭିଯୋଗରେ ଭୁବନେଶ୍ୱରର ଖଣ୍ଡଗିରି ଥାନାର ସବ-ଇନସ୍ପେକ୍ଟର ସୁଶାନ୍ତ ସ୍ବାଇଁଙ୍କୁ ରେଡ ହ୍ୟାଣ୍ଡେଡ ଧରିଥିଲା ଭିଜିଲାନ୍ସ । ସୁଶାନ୍ତ ସ୍ବାଇଁ ଖଣ୍ଡଗିରି ଅଞ୍ଚଳର ନାକା ଗେଟ ପାଖରେ ଜୈନିକ ବ୍ୟକ୍ତିଙ୍କ କେସର ରଫାଦଫା ପାଇଁ ଲାଞ୍ଚ ନେଉଥିଲେ । କେଶ ରଫାଦଫା ପାଇଁ ବ୍ୟକ୍ତିଙ୍କ ଓକିଲଙ୍କଠାରୁ ସୁଶାନ୍ତ 50 ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.