ETV Bharat / state

ଶକ୍ତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ପରଜଙ୍ଗ ଓ କଙ୍କଡାହାଡରେ ସ୍ଥାପନ କର ପୃଥକ ଗ୍ରୀଡ ସବଷ୍ଟେସନ - ଶକ୍ତିମନ୍ତ୍ରୀ ପ୍ରତାପ ଦେବ

ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ କଙ୍କଡାହାଡ ବ୍ଲକରେ ନିରନ୍ତର ବିଜୁଳି ଯୋଗାଣ ଆବଶ୍ୟକ । ଏଥିପାଇଁ ଏହି ଦୁଇ ବ୍ଲକରେ ୨୨୦/୩୩ କେଭି ପୃଥକ ଗ୍ରୀଡ ସବଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ଶକ୍ତି ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

author img

By

Published : Jul 12, 2023, 4:00 PM IST

ଶକ୍ତି ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି
ଶକ୍ତି ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର/ଢେଙ୍କାନାଳ: ପରଜଙ୍ଗ ଏବଂ କଙ୍କଡାହାଡ ବ୍ଲକରେ ୨୨୦/୩୩ କେଭି ଗ୍ରୀଡ ସବଷ୍ଟେସନ ପ୍ରତିଷ୍ଠା କରିବା ଉପରେ ବିଚାର କରିବା ପାଇଁ ଶକ୍ତିମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ । ଏହି ବ୍ଲକରେ ବାସବାସ କରୁଥିବା ଲୋକ କେବଳ ତାଳଚେରର ଚାଇଁପାଳ ଗ୍ରୀଡ୍‌ ଉପରେ ନିର୍ଭର କରୁଛନ୍ତି । ତେଣୁ ସେଠାରେ ବିଦ୍ୟୁତ୍‌ କାଟ୍‌ର ସମସ୍ୟା ଦେଖାଦେଉଛି । ଏହାସହ ଚାଇଁପାଳରୁ ପରଜଙ୍ଗ- କଙ୍କଡାହାଡ ୩୩ କେଭି ସପ୍ଲାଏରେ ଯାନ୍ତ୍ରିକ ତ୍ରୁଟି ବାରମ୍ବାର ଦେଖା ଦେଉଛି । ବିଦ୍ୟୁତ୍‌ କାଟ୍‌ କାରଣରୁ ଲୋକ ମାନଙ୍କର ଦୈନନ୍ଦିନ ଓ ଶିକ୍ଷା କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି । ପରଜଙ୍ଗରେ ଗ୍ରୀଡ୍‌ ସବଷ୍ଟେସନ୍‌ ପାଇଁ ୨୦୨୦ ଜାନୁଆରୀ ୧୦ରେ ଢେଙ୍କାନାଳ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟିଅରିଂ କମିଟି ଗ୍ରୀଡ ନିର୍ମାଣ ପାଇଁ ଜମି ଚିହ୍ନଟ କରିଛି । ଏନେଇ ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ କଙ୍କଡାହାଡ ବ୍ଲକରେ ନିରନ୍ତର ବିଜୁଳି ଯୋଗାଣ ଆବଶ୍ୟକ । ଏଥିପାଇଁ ପୃଥକ ପୃଥକ ଗ୍ରୀଡ୍‌ ସବଷ୍ଟେସନ ସ୍ଥାପନ କରିବାକୁ ଚିଠିରେ ଧର୍ମେନ୍ଦ୍ର ଦାବି କରିଛନ୍ତି । ଏନେଇ ଓଡ଼ିଶା ସରକାରଙ୍କ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଚିଠିରେ ଧର୍ମେନ୍ଦ୍ର ଲେଖଛନ୍ତି, 'ପରଜଙ୍ଗ ବ୍ଲକରେ ପ୍ରାୟ ୨ ଲକ୍ଷ ଏବଂ କଙ୍କଡାହାଡ ବ୍ଲକରେ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ବ ଜନସାଧାରଣ ବସବାସ କରୁଛନ୍ତି । ଉଭୟ ଅଞ୍ଚଳର ନାଗରିକ ବିଦ୍ୟୁତ ସେବା ପାଇବା ପାଇଁ ତାଳଚେରର ଚାଇଁପାଳ ଗ୍ରୀଡ ଉପରେ ନିର୍ଭର କରିବାକୁ ପଡୁଛି । ଫଳରେ ଓଭର ଲୋଡିଂ ବଢୁଛି । ତେଣୁ ଓଭର ଲୋଡିଂ କାରଣରୁ ଲୋକମାନେ ବିଦ୍ୟୁତ୍‌ କାଟର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ, ଛାତ୍ରଛାତ୍ରୀଙ୍କ ଶିକ୍ଷା ସମେତ ଅନ୍ୟାନ୍ୟ କାମରେ ବ୍ୟାଘାତ ସୃଷ୍ଟି ହେଉଛି । ଚାଇଁପାଳରୁ ପରଜଙ୍ଗ ଏବଂ କଙ୍କଡାହାଡ ୩୩ କେଭି ସପ୍ଲାଏରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦେଖାଯାଉଛି । ଏହି କାରଣରୁ ଉପଭୋକ୍ତାଙ୍କୁ ନିରନ୍ତର ବିଜୁଳି ମିଳିପାରୁନାହିଁ ।' ତେଣୁ ନିରନ୍ତର ବିଦ୍ୟୁତ ସେବା ପ୍ରଦାନ କରିବା ପାଇଁ ପଦକ୍ଷେପ ନେବା ତଥା ଉଭୟ ଅଞ୍ଚଳରେ ୨୨୦/୩୩ କେଭି ଗ୍ରୀଡ୍‌ ସବଷ୍ଟେସନ ପ୍ରତିଷ୍ଠା କରିବା ଉପରେ ବିଚାର କରିବା ପାଇଁ ସେ ଶକ୍ତି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପାଇକ ସ୍ମାରକୀ ବିଳମ୍ବ ନେଇ କ୍ଷୋଭ ପ୍ରକାଶ କଲେ ଧର୍ମେନ୍ଦ୍ର, ହଠାତ ଭେଟ ହେଲେ ଭର୍ତ୍ତୃହରି

ସେହିପରି ପରଜଙ୍ଗରେ ଗ୍ରୀଡ ସବଷ୍ଟେସନ ପାଇଁ ୨୦୨୦ ମସିହା ଜାନୁଆରୀ ୧୦ରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟିଅରିଂ କମିଟିରେ ଗ୍ରୀଡ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇସାରିଥିବା ଚିଠିରେ ଦର୍ଶାଇଛନ୍ତି କେନ୍ଦ୍ରମନ୍ତ୍ରୀ । ପରଜଙ୍ଗ ଏବଂ କଙ୍କଡାହାଡରେ ପୃଥକ ପୃଥକ ୨୨୦/୩୩ କେଭି ଗ୍ରୀଡ୍ ସବଷ୍ଟେସନ ପ୍ରତିଷ୍ଠା କରାଗଲେ ଉଭୟ ଅଞ୍ଚଳର ଲୋକଙ୍କୁ ନିରନ୍ତର ବିଦ୍ୟୁତ୍ ସେବା ମିଳିପାରିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ପରଜଙ୍ଗ ତଥା କଙ୍କଡାହାଡ ବ୍ଲକର ଲୋକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ସେ ବିଭାଗୀୟ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର/ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.