ETV Bharat / state

ଢେଙ୍କାନାଳରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ - ଢେଙ୍କାନାଳରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ

ଆଙ୍କାକ୍ଷୀ ଜିଲ୍ଲାରେ କେନ୍ଦ୍ରୀୟ ଯୋଜନା ଓ ଅନୁଦାନର ସମୀକ୍ଷା କରିବା ପାଇଁ ଓଡିଶା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଧର୍ମେନ୍ଦ୍ର ଆଜି ଢେଙ୍କାନାଳ ଗସ୍ତରେ ଯାଇ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

କେନ୍ଦ୍ରୀୟ ଯୋଜନାର ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ

author img

By

Published : Apr 13, 2022, 8:45 PM IST

ଢେଙ୍କାନାଳ: ଆଙ୍କାକ୍ଷୀ ଜିଲ୍ଲାରେ କେନ୍ଦ୍ରୀୟ ଯୋଜନା ଓ ଅନୁଦାନର ସମୀକ୍ଷା କରିବା ପାଇଁ ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଧର୍ମେନ୍ଦ୍ର ଆଜି ଢେଙ୍କାନାଳ ଗସ୍ତରେ ଯାଇ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି । ଆଜି ଢେଙ୍କାନାଳ ସପ୍ତଶଯ୍ୟା ସ୍ଥିତ ସଦେଇବେରେଣୀ ଗାଁରେ ପହଞ୍ଚିଥିଲେ । ପରେ ଏକ ଖୁଚୁରା ବିକ୍ରୟ କେନ୍ଦ୍ରରେ ଗରୀବ ହିତାଧିକାରୀଙ୍କୁ ନିଜେ ପାଞ୍ଚ କେଜି ଲେଖାଏଁ ଚାଉଳ ବାଣ୍ଟିବା ସହିତ ଆୟୋଜିତ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ବାବଦରେ ଲୋକଙ୍କୁ ଅବଗତ କରିଥିଲେ।

ଢେଙ୍କାନାଳରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ

ଧର୍ମେନ୍ଦ୍ର କହିଥିଲେ କୋଭିଡ ଓ କୋଭିଡ ପରବର୍ତ୍ତୀ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମାସ ମାସ ଧରି ରାଜ୍ୟବାସୀଙ୍କ ପାଇଁ ଗରିବ କଲ୍ୟାଣ ଅନ୍ନ ଯୋଜନା ପ୍ରୟଣନ କରିଛନ୍ତି । କରୋନା ସମୟରେ ଦୁଇ ବର୍ଷ ଧରି ମାଗଣାରେ ଲୋକଙ୍କୁ ଆବଶ୍ୟକ ମାଗଣା ରାସନ ଯୋଗାଇ ଦେବା ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି । ଏହାବାଦ ଆଗାମୀ ଆଉ ୬ ମାସ ପାଇଁ ଏହି ଯୋଜନା ବୃଦ୍ଧି କରିବା ଦ୍ବାରା ରାଜ୍ୟବାସୀ ଉପକୃତ ହେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ସୂଚନାଯୋଗ୍ୟଯେ ଦେଶର 115 ଟି ଆଙ୍କାକ୍ଷୀ ଜିଲ୍ଲାକୁ କେନ୍ଦ୍ର ସରକାର ଚିହ୍ନଟ କରି ମିଶନ ମୋଡରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଯେଉଁଥିରେ ଓଡିଶାର 10 ଟି ଜିଲ୍ଲା ଥିବା ବେଳେ, ସମସ୍ତ ଜିଲ୍ଲାକୁ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ମାନେ ଗସ୍ତ କରି ବିକାଶ ମୂଳକ କାମର ସମୀକ୍ଷା କରୁଛନ୍ତି । ଆସନ୍ତା 20 ତାରିଖରେ ଏନେଇ ରିପୋର୍ଟ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିବେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.