ETV Bharat / state

ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ

ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଥିବା ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କାନାଳରୁ ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ତ୍ରିରଙ୍ଗା ପଦଯାତ୍ରା ଓ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ

author img

By

Published : Jul 31, 2022, 9:24 PM IST

ଢେଙ୍କାନାଳ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ପାଳନ ହେଉଛି ଆଜାଦୀ କା ଅମୃତ ମହୋତ୍ସବ । ଆସନ୍ତା ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧୩, ୧୪ ଓ ୧୫ରେ ସ୍ୱାଧୀନତା ଦିବସ ଅବସରରେ ଦେଶବ୍ୟାପୀ ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ଏଥିପାଇଁ ହର ଘର୍ ତ୍ରିରଙ୍ଗା ସ୍ଲୋଗାନରେ ପଦଯାତ୍ରା ଆରମ୍ଭ ହୋଇଛି । ଏହିପରିପ୍ରେକ୍ଷୀରେ ବିଶ୍ୱର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜନ୍ମ ମାଟି ଢେଙ୍କାନାଳର ଭୁବନରେ ଆଜି(ରବିବାର) ଅନୁଷ୍ଠିତ ହୋଇଛି ତ୍ରିରଙ୍ଗା ପଦଯାତ୍ରା । କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ଥିବା ଦେଖିବାକୁ ମିଳିଛି ।

ତ୍ରିରଙ୍ଗା ପଦଯାତ୍ରା ଓ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ

ଏହି ଅବସରରେ ଓଡିଶା ମାଟିର ଜଣେ ଆଦିବାସୀ ସଧାରଣ ଘରର ଝିଅ ଦେଶର ସର୍ବୋଚ୍ଚ ପ୍ରଶାସନିକ ଆସନ ରାଷ୍ଟ୍ରପତି ପଦରେ ଅଳଙ୍କୃତ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ଆଜିର ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମ ଭୁବନ ପାଲା ମଣ୍ଡପ ଠାରୁ ସକାଳ ୮ଟା ସମୟରେ ବାହାରିଥିଲା । କେନ୍ଦ୍ରମନ୍ତ୍ରୀ ସ୍ଥାନୀୟ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ତ୍ରିରଙ୍ଗା ପଦଯାତ୍ରାରେ ଯୋଗ ଦେଇଥିଲେ । ପଦଯାତ୍ରା ଭୁବନ ପରିକ୍ରମା କରି ନୀଳକଣ୍ଠ ପୁର ଶହୀଦ ବାଜି ରାଉତଙ୍କ ଜନ୍ମପୀଠରେ ପହଞ୍ଚିଥିଲା । ନୀଳକଣ୍ଠପୁର ଠାରେ ଶହୀଦ ବାଜି ରାଉତଙ୍କ ସ୍ମୃତି ସ୍ତମ୍ଭରେ କେନ୍ଦ୍ରମନ୍ତ୍ରୀ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଏହି ତ୍ରିରଙ୍ଗା ପଦଯାତ୍ରାରେ ଶହ ଶହ ସଂଖ୍ୟାରେ ବିଜେପି କର୍ମୀ, ସ୍ଥାନୀୟ ବାସିନ୍ଦା ଏବଂ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ । ପ୍ରତ୍ୟେକଙ୍କ ହାତରେ ତ୍ରିରଙ୍ଗା ପତାକା ସାଙ୍ଗକୁ ଦେଶାତ୍ମବୋଧ ସ୍ଲୋଗାନରେ ସାରା ଭୁବନ ପ୍ରକମ୍ପିତ ହୋଇଥିଲା । ପରେ ପରେ ପୂର୍ବାହ୍ନ ୧୧ଟା ସମୟରେ ଢେଙ୍କାନାଳ ସହରର ପୁରୁଣା ଜିଲ୍ଲାପାରିଷଦ ସଭାଗୃହରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ୯୧ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ବେଶ ଗୁରୁତ୍ୱ ବହନ କରୁଛି । ପ୍ରତ୍ୟେକ ଅଞ୍ଚଳର ପରମ୍ପରା, କୃଷି, ଜନ ସହଭାଗୀତା ଓ ଅଭିନବ ଉପାୟରେ ଅର୍ଥ ଉପାର୍ଜନ ବ୍ୟବସ୍ଥା ଆଦି ଲୋକଙ୍କ ପାଖରେ ଉପସ୍ଥାପିତ ହୋଇଛି । ବିଶେଷ କରି ଆଜି ପ୍ରଧାନମନ୍ତ୍ରୀ ଭାରତୀୟ ଖେଳନା ଉପରେ ଗୁରୁତ୍ୱ ଦେଇ ଥବାବେଳେ ଭାରତକୁ ଖେଳନା ଆମଦାନୀ କମିବାରେ ଲାଗିଛି । ଭାରତୀୟ ଖେଳନା ରପ୍ତାନି ବଢ଼ୁଥିବାରୁ ସାରା ବିଶ୍ୱରେ ଭାରତୀୟ ଖେଳନା ଚାହିଦା ସୃଷ୍ଟି କରାଯାଉଛି ।"

ତେବେ ପ୍ରଧାନମନ୍ତ୍ରୀଙ୍କ ହର୍ ଘର୍ ତ୍ରିରଙ୍ଗା ପ୍ରୟାସ ଏକ ଜନ ଜାଗରଣ ସୃଷ୍ଟି କରିପାରିଥିବା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜିର ଏହି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ଜିଲ୍ଲା ବିଜେପି କର୍ମକର୍ତ୍ତା ଓ ବିଜେଡି କର୍ମୀମାନେ ସାମିଲ ଥିଲେ । ବିଜେପି ଢେଙ୍କାନାଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ କହିଛନ୍ତି, "ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଭାରତୀୟଙ୍କୁ ଦେଶ ପ୍ରେମ ଜାତୀୟତା ଓ ଜାତୀୟ ଏକତା ପାଇଁ ବେଶ ପ୍ରୋତ୍ସାହନ ଯୋଗାଉଛି ।"

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କ ମନର କଥାକୁ ପରିପ୍ରକାଶର ଏକ ମାଧ୍ୟମ ପାଲଟି ଯାଇଛି । ପ୍ରତ୍ୟେକ ଭାରତୀୟ ନିଜ ନିଜ ଅଞ୍ଚଳ ପରି ସମଗ୍ର ଭାରତ ବର୍ଷର ବିଭିନ୍ନ ଅଞ୍ଚଳର କଳା ସଂସ୍କୃତି, କୃଷି ଓ ପରମ୍ପରା ତଥା ରୋଜଗାରର ମାଧ୍ୟମ ଜାଣିପାରିବାର ସୁଯୋଗ ସୃଷ୍ଟି କରିଛି ବୋଲି କହିଛନ୍ତି ଦେବବ୍ରତ ପଟ୍ଟନାୟକ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.