ETV Bharat / state

ROAD ACCIDENT: ଟ୍ରକ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ - ଭୁବନ ନିକଟରେ ଟ୍ରକ ବାଇକ ମୁହାଁମୁହିଁ ଧକ୍କା

ଢେଙ୍କାନାଳ ଭୁବନ ଥାନା ନିକଟରେ ଟ୍ରକ ବାଇକ ମୁହାଁମୁହିଁ ଧକ୍କା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ROAD ACCIDENT: ଟ୍ରକ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ

author img

By

Published : May 13, 2022, 7:05 PM IST

ଢେଙ୍କାନାଳ: ଜିଲ୍ଲାର ଭୁବନ ଥାନା ଅନ୍ତର୍ଗତ ନିଳକଣ୍ଠପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି । ତେବେ ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ବାଟରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଚିକିତ୍ସିତ ଅବସ୍ଥାରେ ଡାକ୍ତଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ROAD ACCIDENT: ଟ୍ରକ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ

ଗନ୍ଦିଆ ଥାନା ଅନ୍ତର୍ଗତ କରମୁଳ ଗ୍ରାମର ଚିଙ୍କୁ ବାରିକ(୨୪), ବିଜି ବାରିକ (୨୩) ଏକ ପଲସର ବାଇକ ଯୋଗେ ଭୁବନ ଯାଉଥିଲେ । ତେବେ ଭୁବନ ପଟରୁ ଏକ ଛଅ ଚକିଆ ଟ୍ରକ OR04-E-1005 ନିଳକଣ୍ଠପୁର ଛକ ନିକଟରେ ବାଇକ ଉପରେ ଚଢିଯାଇଥିଲା । ଦୁଇ ଜଣ ଗୁରୁତର ହୋଇଥିବାରୁ ସ୍ଥାନୀୟ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । ଦୁଇ ଗୁରୁତରଙ୍କୁ ମେଡିକାଲ ନେଉଥିବା ବେଳେ ବାଟରେ ଚିଙ୍କୁର ମୃତ୍ୟୁ ହୋଇଥିଲା ।

ମେଡିକାଲରେ ମଧ୍ୟ ବିଜିର ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଦୁଇ ମୃତଙ୍କ ପରିବାର ଲୋକେ ପହଞ୍ଚି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହିତ ତଦନ୍ତ ଚଳାଇଛନ୍ତି । ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର ଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.