ETV Bharat / state

ବିଦ୍ୟୁତ ଆଘାତରେ ହାତୀ ଓ ବାରହା ମୃତ୍ୟୁ ଘଟଣା, ଦୁଇ ଗିରଫ - _Two person Arrested

ହିନ୍ଦୋଳ ବନାଞ୍ଚଳରେ ବିଦ୍ୟୁତ ଆଘାତରେ ହାତୀ ଓ ବାରହା ମୃତ୍ୟୁ ଘଟଣାରେ ବନ ବିଭାଗ ଦ୍ବାରା ଦୁଇଜଣ ଗିରଫ । ଅଧିକ ପଢନ୍ତୁ...

_Two person Arrested by forest dept. over Dhenkanal wild animal death issue
ବିଦ୍ୟୁତ ଆଘାତରେ ହାତୀ ଓ ବାରହାମୃତ୍ୟୁ ଘଟଣା, ଦୁଇ ଗିରଫ
author img

By

Published : Dec 3, 2020, 5:09 PM IST

Updated : Dec 3, 2020, 5:17 PM IST

ଢେଙ୍କାନାଳ: ହିନ୍ଦୋଳ ବନାଞ୍ଚଳରେ ବିଦ୍ୟୁତ ଆଘାତରେ ହାତୀ ଓ ବାରହା ମୃତ୍ୟୁ ଘଟଣାରେ ବନ ବିଭାଗ ଦ୍ବାରା ଦୁଇ ଜଣ ଗିରଫ । ଗିରଫ ଦୁଇଜଣ ବ୍ୟକ୍ତି ବାଲିମୀଥାନା ଅନ୍ତର୍ଗତ କନ୍ତିମିଲିର ଦିଲ୍ଲୀପ ସେଠୀ ଓ କଡଲା ଗ୍ରାମର ରାଜା ପ୍ରଧାନ ବୋଲି ଜଣାପଡିଛି ।

ବିଦ୍ୟୁତ ଆଘାତରେ ହାତୀ ଓ ବାରହା ମୃତ୍ୟୁ ଘଟଣା, ଦୁଇ ଗିରଫ

ସୂଚନା ମୁତାବକ ଗତ ୩୦ତାରିଖରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ପୁରୁଣାକୋଟ ଗ୍ରାମ ବେଣୁପଥର ନିକଟରେ ବିଦ୍ୟୁତ ଆଘାତରେ ଗୋଟିଏ ହାତୀ ଓ ବାରାହର ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରୁ ବନ ବିଭାଗ କିଛି ବିଦ୍ୟୁତ ତାର ଜବତ କରି ତଦନ୍ତ ଚଳାଇଥିଲା ।

ତେବେ ଏହି ଅଞ୍ଚଳରେ ବଣୁଆ ଜୀବଜନ୍ତୁଙ୍କ ଉପଦ୍ରବରୁ ଧାନ ଫସଲକୁ ସୁରକ୍ଷା ପାଇଁ ବିଦ୍ୟୁତ କରେଣ୍ଟ ବିଛାଯାଇଥିବାରୁ ହାତୀ ଓ ବାରହା ବିଦ୍ୟୁତ ଫାଶରେ ପଡି ଯାଇଥିବା ଅନୁମାନ କରି ତଦନ୍ତ କରୁଥିଲା ହିନ୍ଦୋଳ ବନବିଭାଗ । ଏହି ଘଟଣାରେ ଆଜି ବନ ବିଭାଗ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Dec 3, 2020, 5:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.