ETV Bharat / state

କାମାକ୍ଷାନଗରରେ ୨ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ ଓ ଜଣେ ଗୁରୁତର

author img

By ETV Bharat Odisha Team

Published : Jan 11, 2024, 6:25 PM IST

Two Young men killed in bike-bike collision: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବାଇକ ସହିତ ବାଇକ ପିଟି ହୋଇ ୨ ମୃତ ଓ ଜଣେ ଗୁରୁତର ଆହତ । ଅଧିକ ପଢନ୍ତୁ

କାମାକ୍ଷାନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ ଜଣେ ଗୁରୁତର
କାମାକ୍ଷାନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ ଜଣେ ଗୁରୁତର
କାମାକ୍ଷାନଗରରେ ୨ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ ଓ ଜଣେ ଗୁରୁତର

କାମାକ୍ଷାନଗର : ରାଜ୍ୟ ସଡ଼କ ସୁରକ୍ଷା ସପ୍ତାହକୁ ସପ୍ତାହେ ନ ପୁରୁଣୁରୁ ଘଟୁଛି ଗୋଟିଏ ପରେ ଗୋଟିଏ ସଡ଼କ ଦୁର୍ଘଟଣା । ସେହିପରି ଏକ ସଡ଼କ ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ । କାମାକ୍ଷାନଗରରେ ଆଲୁଅଝରଣଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହା ଓଟିପିସିର ରିହାବିଲିଟେସନ ଓ ରିସେଟଲମେଣ୍ଟ କଲୋନୀ ପାଖରେ ଘଟିଛି । ଦୁର୍ଘଟଣାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି ।

ଉକ୍ତ ଦୁର୍ଘଟଣା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ସୂଚନା ମୁତାବକ ଢେଙ୍କାନାଳ ରୁ କାମାକ୍ଷାନଗର ଆଡ଼ୁ ଗୋଟିଏ ବାଇକ ଆସୁଥିବା ବେଳେ ଅନ୍ୟବାଇକଟି କାମାକ୍ଷାନଗରରୁ ଢେଙ୍କାନାଳ ଆସୁଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇଟି ବାଇକରେ ଥିବା ତିନିଜଣ ବ୍ୟକ୍ତି ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦା ଏକାଠି ହୋଇ 108 ଆମ୍ବୁଲାନ୍ସ କୁ ଖବର ଦେଇଥିଲେ l 108 ଆମ୍ବୁଲାନ୍ସ ପହଞ୍ଚି ସ୍ଥାନୀୟବାସିନ୍ଦାଙ୍କ ସହାୟତାରେ ତିନିଜଣକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l

ଏହା ମଧ୍ୟ ପଢନ୍ତୁ .... ଭୁବନେଶ୍ବରରେ ଟିପର ଧକ୍କାରେ ମହିଳା ମୃତ: ସହର ଭିତରେ ଭାରୀଯାନ ପ୍ରବେଶକୁ ନେଇ ପ୍ରଶ୍ନ ?

ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ l ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଆଉ ଜଣେ ମୃତ୍ୟୁ ବରଣ କରିଥିଲେ। ମୃତକମାନେ ହେଲେ ଆଘିରା ଗୋଡ଼ା ଗ୍ରାମର ଶିବରାମ ବେହେରା ଓ ନୂଆ ମହୁଲି ଗ୍ରାମର ସାଗର ସାହୁ l ସେହିପରି ଅନ୍ୟ ଜଣେ ଯୁବକ କାହ୍ନୁ ସାହୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି । ଏ ସମ୍ପର୍କରେ ଖବର ପାଇ ତୁମୁଶିଙ୍ଗା ଥାନା ପୋଲିସ ଅଧିକାରୀ ମମତା ସମନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି l ମୃତକ ଦୁଇ ଜଣଙ୍କର ଶବ ବ୍ୟବଛେଦ କରାଗଲା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l ଏ ସମ୍ପର୍କରେ ପୋଲିସ ପକ୍ଷରୁ ପରିବାର ଲୋକଙ୍କୁ ଖବର ଦିଆଯlଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ ଜଣଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.