ଢେଙ୍କାନାଳ: ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳରେ ସ୍ଥିତି ବେହାଲ ହୋଇପଡିଛି । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଫଳରେ ଗମନାଗମନ ପାଇଁ ଲୋକେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି । କାମାକ୍ଷାନଗର ତୁମୁସିଂହା ଅଞ୍ଚଳରେ ସ୍ଥିତି ସଙ୍ଗୀନ ରହିଛି ।
ମିଳିଥିବା ସୂଚନା ମୁତାବକ, ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କାମାକ୍ଷାନଗର ବ୍ଲକ ତୁମୁସିଂହା ଠାରେ ଥିବା ଆପ୍ରୋଚ ରୋଡଟି ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଛି । ଆଲୁଅଝରଣ-ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତାର ତୁମୁସିଂହା ଜୋର ଉପରେ ବ୍ରିଜ କାମ ଚାଲିଛି । ସେଥିପାଇଁ ଅସ୍ଥାୟୀ ଭାବେ ତିଆରି ଆପ୍ରୋଚ ରୋଡ ଉପରେ ପାଖାପାଖି ୧୫ରୁ ଊର୍ଦ୍ଧ୍ବ ପଞ୍ଚାୟତବାସୀ ନିର୍ଭରଶୀଳ । କିନ୍ତୁ ଗତ ରାତିରେ ପ୍ରବଳ ବର୍ଷା ଯୋଗୁଁ ଆପ୍ରୋଚ ରୋଡଟି ଧୋଇ ହୋଇଯିବାରୁ ଯାତାୟତ ଠପ ହୋଇପଡିଛି । ତେଣୁ ଯୁଦ୍ଧକାଳୀନ ଭିତରେ ଏହି ରାସ୍ତା ମରାମତି ପାଇଁ ସ୍ଥାନୀୟବାସୀ ଦାବି କରିଛନ୍ତି ।
ଇଟିଭି ଭାରତ,ଢେଙ୍କାନାଳ