ଢେଙ୍କାନାଳ: ମୋଟର ଯାନ ଆଇନର ତିନି ମାସ ଅବଧି ପରେ ଆଜିଠାରୁ ପୁଣି କଡାକଡି ହୋଇଯାଇଛି । ଫଳରେ ଢେଙ୍କାନାଳ ସହରରେ ଟାଉନ ପୁଲିସ ପକ୍ଷରୁ ଆଜି ବିଭିନ୍ନ ଜାଗାରେ ଯାଞ୍ଚ ଆରମ୍ଭ ହୋଇଯାଇଛି ।
ଢେଙ୍କାନାଳ ସହରର ବଡ଼ଷ୍ଟାଣ୍ଡ ଟ୍ରାଫିକ ଛକରେ ଆଜି ହେଲମଟ, ସିଟ ବେଲ୍ଟ ଠାରୁ ଆରମ୍ଭ କରି ଗାଡିର ବିଭିନ୍ନ କାଗଜପତ୍ର ତନଖି କରାଯାଇଥିଲା । ଫଳରେ ମୋଟରଯାନ ଆଇନ ଉଲଂଘନକାରୀ ଗାଡି ଚାଳକ ମାନଙ୍କ ଠାରୁ ଜୋରିମନା ଆଦାୟ ଆରମ୍ଭ ହୋଇଯାଇଥିବା ଜଣାପଡିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ