ETV Bharat / state

ଢେଙ୍କାନାଳରେ ଟ୍ରାଫିକ୍ ଯାଞ୍ଚ: ଅଡୁଆରେ ବେପରୁଆ ଗାଡି ଚାଳକ

author img

By

Published : Dec 1, 2019, 8:48 PM IST

ଢେଙ୍କାନାଳ ପୋଲିସ ପକ୍ଷରୁ ବେଶ ତତ୍ପରତା ପ୍ରକାଶ ପାଇଛି । ଯାହା ଫଳରେ ଗାଡି ଚାଳକ ମାନେ ଟିକିଏ ଅଡୁଆରେ ପଡିଯାଇଛନ୍ତି । ତଥାପି ସରକାରଙ୍କ ନିର୍ଦ୍ଦେଶରେ ପୁଲିସର ଏହି ପଦକ୍ଷେପକୁ ଢେଙ୍କାନାଳରେ ଜନସାଧାରଣ ସ୍ବାଗତ କରୁଛନ୍ତି ।

traffic checking in dhenkanal
ଢେଙ୍କାନାଳରେ ଟ୍ରାଫିକ୍ ଯାଞ୍ଚ

ଢେଙ୍କାନାଳ: ଗାଡି ଚଳାଚଳକୁ ନେଇ ପରିବହନ ବିଭାଗର ପ୍ରାଥମିକ ପର୍ଯ୍ୟାୟ କୋହଳ ଶେଷ ହେବାରୁ ପୁଣି ଯାଞ୍ଚ ଆରମ୍ଭ ହୋଇଛି । ଫଳରେ ଢେଙ୍କାନାଳ ପୋଲିସ ପକ୍ଷରୁ ବେଶ ତତ୍ପରତା ପ୍ରକାଶ ପାଇଛି । ଯାହା ଫଳରେ ଗାଡି ଚାଳକ ମାନେ ଟିକିଏ ଅଡୁଆରେ ପଡିଯାଇଛନ୍ତି । ତଥାପି ସରକାରଙ୍କ ନିର୍ଦ୍ଦେଶରେ ପୋଲିସର ଏହି ପଦକ୍ଷେପକୁ ଢେଙ୍କାନାଳର ଜନସାଧାରଣ ସ୍ବାଗତ କରୁଛନ୍ତି।

ଗାଡି ଓ ଗାଡି ଚାଳକଙ୍କ କାଗଜପତ୍ର ପ୍ରସ୍ତତି ପାଇଁ ୩ମାସର ଅବଧି ରହିଛି । ଫଳରେ ହେଲମେଟ, ସିଟ ବେଲ୍ଟ ଓ ମଦ୍ୟପ ଗାଡି ଚାଳନା ଉପରେ ଢେଙ୍କାନାଳରେ ପୋଲିସ ଯାଞ୍ଚ ଆରମ୍ଭ କରିଛି । ଲୋକମାନଙ୍କୁ ସଚେତନ କରିବା ସହ ଅତିକମ୍ ଫାଇନ ଆଦାୟ କରାଯାଉଥିବା ପ୍ରକାଶ କରିଛନ୍ତି ଯାଞ୍ଚ କରୁଥିବା ଟ୍ରାଫିକ ପୋଲିସ ।

ଢେଙ୍କାନାଳରେ ଟ୍ରାଫିକ୍ ଯାଞ୍ଚ
ପ୍ରାରମ୍ଭିକ ଭାବେ ରବିବାର ଢେଙ୍କାନାଳ ସହରରେ ଟାଉନ ପୋଲିସ ପକ୍ଷରୁ ଯାଞ୍ଚ ଓ ସଚେତନତା ଆରମ୍ଭ କରାଯାଇଛି । ଏଥିପାଇଁ ବିଭିନ୍ନ ଯାତ୍ରୀବାହୀ ବସ ସାଙ୍ଗକୁ ଚାରିଚକିଆ ଗାଡି ଚାଳକଙ୍କ ସିଟ ବେଲ୍ଟ,ଦୁଇ ଚକିଆ ଗାଡି ଚାଳକ ହେଲମେଟ ଓ ମଦ୍ୟପ ଗାଡି ଚାଳକଙ୍କୁ କଟକଣା କରାଯାଇଛି ।

ପ୍ରଥମ ଦିନରେ ଢେଙ୍କାନାଳ ବସଷ୍ଟାଣ୍ଡ ଟ୍ରାଫିକ ନିକଟରେ ମାତ୍ର ଦୁଇ ତିନି ଘଣ୍ଟା ଯାଞ୍ଚରେ ୩୫ ଜଣଙ୍କଠାରୁ ଜୋରିମାନା ବାବଦକୁ ଅତିକମ୍ ଇ-ଚାଲାଣ କରାଯାଇଛି । ସ୍ଥାନୀୟ ଲୋକଙ୍କ ସମେତ ଟ୍ରାଫିକ ଆାଇନ ଖିଲାପକାରୀଙ୍କୁ ଆର୍ଥିକ ଜୋରିମାନା ଟିକିଏ କଷ୍ଟ ଲାଗିଥିଲେ ମଧ୍ୟ ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ସ୍ବାଗତ କରୁଛନ୍ତି ।

ରବିବାର ଢେଙ୍କାନାଳ ସହରରେ ଆରମ୍ଭ ହୋଇଥିବାବେଳେ ଏହା ଜିଲ୍ଲାବ୍ୟାପୀ ବେଶ କଡାକଡି କରାଯିବ ବୋଲି ଢେଙ୍କାନାଳ ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ମିଳିଛି । ଫଳରେ ନିଜ ତଥା ଅନ୍ୟମାନଙ୍କର ସୁରକ୍ଷା ପାଇଁ ଗାଡି ଚଳାଚଳରେ ଏହି ଟ୍ରାଫିକ ଆଇନକୁ ମାନିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଉଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

Intro:କାଗଜପତ୍ର ପ୍ରସ୍ତୃତି ପାଇଁ ଆଉ ୩ମାସ/ ମାତ୍ର ସିଟ ବେଲ୍ଟ ,ହେଲମେଟ ଓ ମଦ୍ୟପ ଗାଡି ଚାଲଣା ନେଇ ଆରମ୍ଭ ହେଲା ଯାଞ୍ଚ/ଢେଙ୍କାନାଳରେ କଡାକଡିକୁ ସାଧାରଣରେ ସ୍ବାଗତ

ଆଙ୍କର- ଗାଡି ଚଳାଚଳକୁ ନେଇ ପରିବହନ ବିଭାଗର ପ୍ରାଥମିକ ପର୍ଯ୍ୟାୟରେ ମହଲତ ଶେଷ ହେବାରୁ ପୁଣି ଯାଞ୍ଚ ଆରମ୍ଭ ହୋଇଛି। ଫଳରେ ଢେଙ୍କାନାଳ ପୁଲିସ ପକ୍ଷରୁ ବେଶ ତତ୍ପରତା ପ୍ରକାଶ ପାଇଛି। ଯାହା ଫଳରେ ଗାଡି ଚାଳକ ମାନେ ଟିକିଏ ଅଡୁଆରେ ପଡିଯାଇଛନ୍ତି। ତଥାପି ସରକାରଙ୍କ ନିର୍ଦେଶରେ ପୁଲିସର ଏହି ପଦକ୍ଷେପକୁ ଢେଙ୍କାନାଳରେ ଜନସାଧାରଣ ସ୍ବାଗତ କରୁଛନ୍ତି।

Body:ଭିଓ-୧: ପ୍ରାରମ୍ଭିକ ମହଲତର ଅବଧି ପରେ ଗାଡି ଚଳାଚଳ ଉପରେ ପୁଣି ଢେଙ୍କାନାଳରେ ଆରମ୍ଭ ହୋଇଛି ଯାଞ୍ଚ। ତେବେ ଏଥର କିନ୍ତୁ କୋହଳ କରାଯାଇଛି। ଗାଡି ଓ ଗାଡି ଚାଳକଙ୍କ କାଗଜପତ୍ର ପ୍ରସ୍ତୃତି ପାଇଁ ୩ମାସର ଅବଧି ରହିଛି। ଫଳରେ ହେଲମେଟ,ସିଟ ବେଲ୍ଟ ଓ ମଦ୍ୟପ ଗାଡି ଚାଳନା ଉପରେ ଢେଙ୍କାନାଳରେ ପୁଲିସ ଯାଞ୍ଚ ଆରମ୍ଭ କରିଛି। ଲୋକମାନଙ୍କୁ ସଚେତନତା କରିବା ସହ ଅତି କମର ଫାଇନ ଆଦାୟ କରାଯାଉଥିବା ପ୍ରକାଶ କରିଛନ୍ତି ଯାଞ୍ଚ କରୁଥିବା ଟ୍ରାଫିକ ପୁଲିସ ପ୍ରକାଶ କରିଛନ୍ତି।
ବାଇଟ-ରଂଜନ କୁମାର ଗାଆଣ,ଯାଞ୍ଚ ଟ୍ରାଫିକ ପୁଲିସ,ଢେଙ୍କାନାଳ

ଭିଓ-୨: ପ୍ରାରମ୍ଭିକ ଭାବେ ରବିବାର ଢେଙ୍କାନାଳ ସହରରେ ଟାଉନ ପୁଲିସ ପକ୍ଷରୁ ଯାଞ୍ଚ ଓ ସଚେତନତା ଆରମ୍ଭ କରାଯାଇଛି। ଏଥିପାଇଁ ବିଭିନ୍ନ ଯାତ୍ରୀବାହୀ ବସ ସାଙ୍ଗକୁ ଚାରିଚକିଆ ଗାଡି ଚାଳକଙ୍କ ସିଟ ବେଲ୍ଟ,ଦୁଇ ଚକିଆ ଗାଡି ଚାଳକ ହେଲମେଟ ଓ ମଦ୍ୟପ ଗାଡି ଚାଳକଙ୍କୁ କଟକଣା କରାଯାଇଛି। ପ୍ରଥମ ଦିନରେ ଢେଙ୍କାନାଳ ବସଷ୍ଟାଣ୍ଡ ଟ୍ରାଫିକ ନିକଟରେ ମାତ୍ର ଦୁଇ ତିନି ଘଣ୍ଟା ଯାଞ୍ଚରେ ୩୫ଜଣ ଖିଲାପ କାରୀଙ୍କୁ ଜୋରିମାନା ବାବଦକୁ ଅତି କମର ଇ ଚାଲାଣ କଟାଯାଇଛି। ସ୍ଥାନୀୟ ଲୋକଙ୍କ ସମେତ ଟ୍ରାଫିକ ଆାଇନ ଖିଲାପକାରୀଙ୍କୁ ଆର୍ଥିକ ଜୋରିମାନା ଟିକିଏ କଷ୍ଟ ଲାଗିଥିଲେ ମଧ୍ୟ ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ସ୍ବାଗତ କରୁଛନ୍ତି।
ବାଇଟ- ସୁନିଲ ମହାନ୍ତି,ଗାଡି ଚାଳକ
ବାଇଟ-ନାରାୟଣ ରଗଡ,ସ୍ଥାନୀୟ ବୁଦ୍ଧିଜିବୀ,ଢେଙ୍କାନାଳ

Conclusion:ଫାଭିଓ: ରବିବାର ଢେଙ୍କାନାଳ ସହରରେ ଆରମ୍ଭ ହହୋଇଥିବାବେଳେ ଏହା ଜିଲ୍ଲାବ୍ୟାପି ବେଶ କଡାକଡି କରିଯିବ ବୋଲି ଢେଙ୍କାନାଳ ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ମିଳିଛି। ଫଳରେ ନିଜ ତଥା ଅନ୍ୟମାନଙ୍କର ସୁରକ୍ଷା ପାଇଁ ଗାଡି ଚଳାଚଳରେ ଏହି ଟ୍ରାଫିକ ଆଇନକୁ ମାନିବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଉଛି। ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.