ETV Bharat / state

ଜଳବିଭାଜିକା ଯୋଗାଇଲା ରୋଜଗାର, ମହିଳାଙ୍କ ପାଇଁ ଉପକୃତ 20 ପରିବାର - female farmer

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ସଙ୍ଖୁଆ ଶବର ସାହିର ମହିଳାମାନେ ୧୦ହେକ୍ଟର ଜାଗାରେ କାଜୁ ବଗିଚା କରି ହୋଇପାରିଛନ୍ତି ସ୍ବାବଲମ୍ବୀ । ଅଦରକାରୀ ହୋଇ ପଡିରହିଥିବା ଜାଗା ଏବେ ସବୁଜ ଫସଲରେ ହସି ଉଠୁଛି । ଯାହାଫଳରେ ଏହି ସଂଙ୍ଖୁଆ ଗ୍ରାମର ମହିଳାମାନେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ସାଜିଛନ୍ତି । ଅଧିକ ପଢନ୍ତୁ...

the-source-of-inspiration-is-dhenkanals-female-farmer-story
ପ୍ରେରଣାର ଉତ୍ସ ସାଜିଛନ୍ତି ଢେଙ୍କାନାଳର ମହିଳା ଚାଷୀ
author img

By

Published : Dec 8, 2020, 8:16 PM IST

ଢେଙ୍କାନାଳ: କାଜୁ ଚାଷ ମହିଳାଙ୍କୁ ଆଣିଦେଲା ରୋଜଗାର । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ସଙ୍ଖୁଆ ଶବର ସାହିର ମହିଳାମାନେ ୧୦ହେକ୍ଟର ଜାଗାରେ କାଜୁ ବଗିଚା କରି ହୋଇପାରିଛନ୍ତି ସ୍ବାବଲମ୍ବୀ । ଆଉ ଏହି ମହିଳାଙ୍କୁ ବେଶ ଦୁଇ ପଇସା ରୋଜଗାର କରିବାରେ ସକ୍ଷମ କରିପାରିଛି ସରକାରଙ୍କର ଜଳ ବିଭାଜିକା ପ୍ରକଳ୍ପ ।

ପ୍ରେରଣାର ଉତ୍ସ ସାଜିଛନ୍ତି ଢେଙ୍କାନାଳର ମହିଳା ଚାଷୀ

ଅତ୍ୟନ୍ତ ଗରିବ ତଥା ଦିନମଜୁରୀ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ଏହି ସଙ୍ଖୁଆ ଗ୍ରାମର ୨୦ଟି ପରିବାର ପାଇଁ ନୂଆ ଦିଶା ଯୋଗାଇଛି ଏହି କାଜୁ ଓ ରାଶି ଚାଷ । ଢେଙ୍କାନାଳ ଜଳବିଭାଜିକା ପ୍ରକଳ୍ପ ସହାୟତାରେ ଅଦରକାରୀ ହୋଇ ପଡିରହିଥିବା ୨୨ଟି ପରିବାରର ଏହି ୧୦ହେକ୍ଟର ଜାଗାରେ ସୁନା ଫଳାଇବାକୁ ସକ୍ଷମ ହୋଇପାରିଛନ୍ତି । ଫଳରେ ୧୨ଜଣ ମହିଳା ଗତ ୨୦୧୮-୧୯ଆର୍ଥିକ ବର୍ଷରୁ ସରକାରଙ୍କ ଆର୍ଥିକ ସହାୟତାରେ ଆରମ୍ଭ କରିଛନ୍ତି କାଜୁ ଚାଷ । ସରକାରଙ୍କ ୨୮ଲକ୍ଷ ୪୨ହଜାର ଟଙ୍କା ସହାୟତାରେ ଏହି ଜାଗାରେ ୨ହଜାର କାଜୁଗଛ ରୋପଣ କରିଛନ୍ତି ।

ଯାହାକି 3 ବର୍ଷ ପରେ ପ୍ରତିବର୍ଷ ଏହି କାଜୁରୁ ଅନ୍ୟୁନ ୨୦ଲକ୍ଷ ଟଙ୍କା ଆମଦାନୀ କରିପାରିବାର ସମ୍ଭାବନା ସୃଷ୍ଟି କରିଛି ।ତେବେ ଏହି କାଜୁ ବଗିଚା ମଧ୍ୟରେ ରାଶି ଚାଷ କରି ସରକାରଙ୍କ ଜଳବିଭାଜିକା ପ୍ରକଳ୍ପର ଅନ୍ତଃଚାଷ ପଦ୍ଧତିର ସଫଳ ରୂପାୟନ କରିବାରେ ଏହି ମହିଳାମାନେ ସଫଳ ହୋଇଛନ୍ତି ।

ଏଥିପାଇଁ ପ୍ରତିଦିନ ଏହି ମହିଳାମାନେ ନିଜନିଜ କାମରେ ଲାଗିପଡନ୍ତି । ଘାଷ ବଛା ଠାରୁ ଆରମ୍ଭ କରି ଗଛ ଡାଳ ସଫା ଆଦି ଏହି ମହିଳାମାନେ ହିଁ ନିଜେ କରିଥାନ୍ତି । ଏପଟେ ସରକାରଙ୍କର ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶ୍ରମ ଦାନର ପାଉଣା ପାଇବା ସାଙ୍ଗକୁ ବାର୍ଷିକ ଲାଭ । ଫଳରେ ଏକଦା ନିଜ ପରିବାର ପାଇଁ ବାହାରେ ଯାଇ ମୂଲମଜୁରୀ କରୁଥିବା ଏହି ମହିଳାମାନେ ଏବେ ନିଜ ଜାଗାରେ ନିଜେ କାମ କରିବାରେ ନିଜକୁ ବେଶ ଆନନ୍ଦ ପାଉଛନ୍ତି । ଏହା ସଂଙ୍ଖୁଆ ଶବର ବସ୍ତିର ମହିଳାଙ୍କୁ ବେଶ ସ୍ବାଭଲମ୍ବୀ କରିପାରିଛି ବୋଲି ପ୍ରକାଶ କରନ୍ତି ସ୍ଥାନୀୟ ବାସିନ୍ଦା ।

ସରକାରଙ୍କ ଜଳବିଭାଜିକା ପ୍ରକଳ୍ପର ସହାୟତା ହେଉ ଅଥବା ଏହି ମହିଳାମାନଙ୍କର କାମ କରିବାର ନିଷ୍ଠା ତଥା ଉଦ୍ୟମ ହେଉ । ଅଦରକାରୀ ହୋଇ ପଡିରହିଥିବା ଜାଗା ଏବେ ସବୁଜ ଫସଲରେ ହସି ଉଠୁଛି । ଫଳରେ ଏହି ସଂଙ୍ଖୁଆ ଗ୍ରାମର ମହିଳାମାନେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ସାଜିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.